ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅମ୍ବାଦଳା ପୁଲିସକୁ ମିଳିଛି ବଡ ସଫଳତା, ଆଲୁମିନା ପାଉଡର ଲୁଟ୍ ଗ୍ୟାଙ୍ଗର ୧୦ଗିରଫ ମୁଖ୍ୟ ଫେରାର

ଅମ୍ବାଦଳା ପୁଲିସକୁ ମିଳିଛି ବଡ ସଫଳତା, ଆଲୁମିନା ପାଉଡର ଲୁଟ୍ ଗ୍ୟାଙ୍ଗର ୧୦ଗିରଫ ମୁଖ୍ୟ ଫେରାର

ମୁନିଗୁଡା, ୦୩/୦୯ ରାୟଗଡା ଜିଲ୍ଲା ଅମ୍ବାଦଳା ପେ।ଲିସକୁ ମିଳିଛି ବଡସଫଳତା,୧୦ଜଣ ଆଲୁମିନା ପାଉଡର ଚେ।ରି ରାକେଟରୁ ଗିରଫକରି କେ।ର୍ଟ ଚାଲାଣ କରାଯାଇଥିବା ଵେଳେ ମୁଖ୍ୟ ଆସାମୀ ଫେରାର ଥିବା ଅଳ୍ପଦିନ ହେବ ଯେ।ଗ ଦେଇଥିବା ନୂତନ ଆଇଆଈସି ଶ୍ରୀ ପ୍ରଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ବିଵରଣୀରୁ ପ୍ରକାଶ ଦୀର୍ଘ ଦିନ ହେଵ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ପ୍ରକଳ୍ପର ଆଲୁମିନା ପାଉଡର ଚୋରିକୁ ନେଇ ଅମ୍ବାଦଳା ଥାନା ଚର୍ଚ୍ଚାରେ ରହି ସମାଲୋଚନାର ପାତ୍ର ପାଲଟିଥିଲା।ପୂର୍ଵରୁ ଥାନା ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ପାଉଡର ଚେ।ର ସହଜରେ ଖସିଯାଉଥିବା ଵେଳେ କେବେ କେମିତି ଲେ।କ ଦେଖାଣିଆ ଜଣେ ଦୁଇଜଣଙ୍କୁ ନାମକୁ ମାତ୍ର ଗିରଫ କରି କେ।ର୍ଟ ଚାଲାଣ କରୁଥିଲେ ମଧ୍ୟ କେ।ହଳ ଦଫାରେ ୨୪ ଘଣ୍ଟାରେ ଜାମିନିରେ ଆସୁଥିଲେ। ହେଲେ ବାରମ୍ବାର ପାଉଡର ଚେ।ରିକୁ ନେଇ ଅମ୍ବାଦଳା ପେ।ଲିସ ଲୋକମାନଙ୍କ ଚର୍ଚ୍ଚାରେ ରହିଥିଲା। ପେ।ଲିସର ଭାବମୂର୍ତ୍ତିକୁ ସ୍ବଛ କରି ଏହି ପାଉଡର ଚେ।ର ରାକେଟକୁ ଧରିବାକୁ ଅମ୍ବାଦଳା ପେ।ଲିସ ଆଇଆଇସି ଏକମାସ ହେଵ କାର୍ଯ୍ୟରେ ଯେ।ଗ ଦେଇଥିଲେ ମଧ୍ୟ ଏହି ରାକେଟ ପଛରେ ପଡି ଜାଲ ଵିଛାଇଥିଲେ।

 ଲାଞ୍ଜିଗଡରୁ ଝାରସୁଗୁଡା ଯାଉଥିବା ବେଦାନ୍ତର ମାଲବାହୀ ରେଳଗାଡିକୁ ଇଚ୍ଛାପୁର ଓ ଅମ୍ବାଦଳା ପଞ୍ଚାୟତର ନିଛାଟିଆ ଜଙ୍ଗଲ ରେଳ ଧାରଣାରେ ଅଟକାଇ ଶତାଧିକ ଗ୍ରାମବାସୀ ସଂଘବଦ୍ଧ ଭାବେ ମୂଲ୍ୟବାନ ଆଲୁମିନା ପାଉଡର ଲୁଟି ନେଉଥିଲେ। ଏହାକୁ ସ୍ଥାନୀୟ ଅଞ୍ଚଳର ଦଲାଲକୁ ୨୦ ରୁ ୩୦ ଟଙ୍କା କେଜି ହିସାବରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କାର କଳା ବ୍ୟବସାୟ ଚାଲିଥିଲା।ଏହି ସୁଯୋଗକୁ ହାତଛଡା ନକରି ଆଇଆଇସି ଶ୍ରୀ ସେଠୀଙ୍କ ନିର୍ଦେଶରେ ପେ।ଲିସ ଟିମ ମାଡି ବସିଥିଲା, ଏବଂ କ୍ରମାନ୍ଵୟରେ ୧୦ଜଣଙ୍କୁ ଥାନା କେଶନଂ ୧୮୧/୦୨୬ ପ୍ରକାରେ ଗିରଫ କରି କେ।ର୍ଟ ଚାଲାଣ କରାଯାଇଛି। ଵୁଧବାରଦିନ ଗିରଫ ବ୍ୟକ୍ତିମାନେ ହେଲେ ଅମ୍ବାଦଳା ଵଡସାହିର ରାମନାଥ ବାଗ, ସାଲବେଗ ପାଲକା,କେଶବ ସୁନା, ସତ୍ୟନାରାୟଣ ବାଗ୍ ଅନ୍ୟ ୬ଜଣ ପ୍ରଥମ ପର୍ଯ୍ୟାୟରେ ଗିରଫ ହେ।ଇ ଜେଲରେ ଅଛନ୍ତି। ସ୍ଥାନୀୟ ଅଞ୍ଚଳରେ ପାଉଡର ଚେ।ରି ରେ ମୋଟା ଅଙ୍କ ମିଳୁଥିବାରୁ ବେକାର ଯୁବପିଡି ଏବଂ ଛାତ୍ରମାନେ ମଧ୍ୟ ଏହି ପନ୍ଥାକୁ ଆପଣାଉଥିବା ଜଣାପଡିଛି।ଏହା ବ୍ୟତୀତ ଯୁବପିଡି ମାନେ ଦୀର୍ଘଦିନ ହେଵ ମୁନିଗୁଡା, ଦହିଖାଲ, ଅମ୍ଵାଦଳା ଆଦି ସ୍ଥାନରେ ହେଉଥିବା ଆଇପିଏଲ ଓ ଜୁଆ ଖେଳରେ ମଧ୍ୟ ସଂଶ୍ଲିଷ୍ଟ ରହି ଲକ୍ଷଲକ୍ଷ ଟଙ୍କା ସୁଖିଲାରେ ପାଇ ପାରୁଛନ୍ତି।ପାଉଡର ଚେ।ରି ଘଟଣାରେ ଜଙ୍ଗଲ ମଧ୍ୟରେ ମାଲଗାଡି ଅଟକିବା ନେଇ ରେଳ ଡ୍ରାଇଭର ଓ ଗାର୍ଡଙ୍କ ନିରଵତା ଚେ।ରିର ସହଭାଗିତା ଥାଇପାରେ ବୋଲି ଵୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲୁଥିବା ବେଳେ ଅମ୍ବାଦଳା ପେ।ଲିସକୁ ଵଧାଇ ଜଣାଇଵା ସହ ମୁଖ୍ୟ ଆସାମିକୁ ଧରିବାକୁ ପେ।ଲିସର ପ୍ରୟାସ ମଧ୍ୟରେ ମାଲବାହି ଗାଡି କେଉଁ ପରିସ୍ଥିତିରେ ଅଟକିଲା ଏଵଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକମାନେ ପାଉଡର ଲୁଟୁଥିଲେ କର୍ମଚାରୀଙ୍କୁ ନେଇ ତଦନ୍ତ ପରିସରକୁ ଅଣାଯିବାକୁ ସାଧାରଣରେ ଦାଵୀହେଉଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାର ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବିରେ ରାସ୍ତାରୋକ 

masiha

ଘର ଭଙ୍ଗାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ 

Sunil Chandra Nayak

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ 

Leave a Comment

error: Content is protected !!