ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଦିବ୍ୟାଙ୍ଗ ଖେଳାଳିଙ୍କୁ ସହଯୋଗ ଓ ସାବାସୀର ହାତ ବଢ଼ାଇଲେ ବିଭିନ୍ନ ସଂଗଠନ 

ରାୟଗଡ଼ା ଦିବ୍ୟାଙ୍ଗ ଖେଳାଳିଙ୍କୁ ସହଯୋଗ ଓ ସାବାସୀର ହାତ ବଢ଼ାଇଲେ ବିଭିନ୍ନ ସଂଗଠନ 

ରାୟଗଡା,(ତା ୪/୯/୨୭): ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜ଼ିଲ୍ଲା । ପଛୁଆ ଜ଼ିଲ୍ଲାରେ ଗଣତି ହେବା ସତ୍ତ୍ୱେ, ଅନେକ ସମୟରେ ଏଠାରେ ଦେଖିବାକୁ ମିଳିଛି ବିଭିନ୍ନ ଖେଳ, କଳା ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିବିଶେଷ । ସେଇପରି ଦିବ୍ୟାଙ୍ଗ ହେବାସତ୍ତ୍ୱେ, ନିଜର ଅକ୍ଷମତାକୁ ପଛରେ ପକାଇ ସ୍ୱାଭିମାନ ହୋଇ ଆଗକୁ ବଢିଛନ୍ତି ଜିଲ୍ଲାର ଦିବ୍ୟାଙ୍ଗ ଭଲିବଲ ଖେଳାଳି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ରାଜ୍ୟ ସ୍ତରୀୟ ପାରା ଭଲିବଲ ଚାମ୍ପିୟାନସିପରେ ଯୋଗଦାନ କରିବାକୁ ରାୟଗଡାରୁ ବାହାରିଲେ ଜ଼ିଲ୍ଲା ଦିବ୍ୟାଙ୍ଗ ଭଲିବଲ ଟିମ୍ । ସୂଚନା ଅନୁଯାୟୀ ଗତକାଲି ଏକ ୭ ଜଣିଆ ଟିମ୍ ଜୁନାଗଡ଼ ଟ୍ରେନରେ ରାୟଗଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ସେମାନେ ହେଲେ ରୋହିତ ନାୟକ, ରଥିରାମ ଗୌଡ଼, ବିକାଶ ମହାନନ୍ଦିଆ, ଚିରଞ୍ଜୀବୀ ପାତିକା, ଶଙ୍କର ମାଝି, ରେଙ୍ଗା ପୁଆଲା, ପ୍ଲାବନ କୁମାର । ଏହି ୭ ଜଣିଆ ଟିମ୍ ରୁ ୪ ଜଣ ପୂର୍ବରୁ କଳିଙ୍ଗ ଷ୍ଟାଡିଅମରେ ପହଂଚିଯାଇଥିବା ବେଳେ ଅନ୍ୟ ୩ ଜଣ ଗତକାଲି ବାହାରିଛନ୍ତି ।

ରେଲୱେ ଷ୍ଟେସନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତରଫରୁ ଖେଳାଳି ମାନଙ୍କୁ ସାବାସୀର ସୁଅ ଛୁଟିଥିଲା । ସେମାନଙ୍କ ମଧ୍ୟରେ ଥିଲେ ବାଦଲ ତା: ଅଧ୍ୟକ୍ଷ, ରାୟଗଡ଼ା ନାଗରିକ ମଞ୍ଚ, ଦୀପକ ରାଉତ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ପୂର୍ବ କ୍ଷେତ୍ର ସେବା ପ୍ରମୁଖ, ଯୋଗେଶ୍ୱର ଦାସ: ରାଜ୍ୟ ଉପସଭାପତି, ଭାରତୀୟ ମଜଦୁର ସଂଘ, ଦୀପକ ପୃଷ୍ଟି: ଜିସିଡି ୱାକର୍ସ କ୍ଲବ୍, ଶ୍ୟାମ ଦାଶ: ରାଜ୍ୟ ସାଧାରଣ ସମ୍ପାଦକ, ସକ୍ଷମ, ବିଦ୍ୟାଭୂଷଣ ପଣ୍ଡା: ଆର.ଏସ.ଏସ., ଅଶ୍ୱିନୀ ଦାଶ, ରାମ ଚନ୍ଦ୍ର ସାହୁ: ରାଜ୍ୟ ଉପସଭାପତି, ସକ୍ଷମ, ଡଃ ଦୁଷ୍ମନ୍ତ ମହାନ୍ତି: ସଭାପତି, ରାୟଗଡ଼ା ମହିଳା ମହାବିଦ୍ୟାଳୟ, ସୁଦର୍ଶନ ପାଢ଼ୀ: ଜିଲ୍ଲା ସଂଯୋଜକ, ସ୍ୱଦେଶୀ ଜାଗରଣ ମଞ୍ଚ, ରବୀନ୍ଦ୍ର ପାଟଖଣ୍ଡାଳ: ସୋସାଇଟି ଫର୍ ଫାଷ୍ଟ ଜଷ୍ଟିସ୍, ରଶ୍ମିରଞ୍ଜନ ଡୋରା: ମିଡିଆ କେୟାର୍ସ, ଟି. ନାଗରାଜୁ: ସରକାରୀ ଓକିଲ, ଗଣେଶ ସାହୁ, ଜିଲ୍ଲା ସମ୍ପାଦକ, ଭାରତୀୟ ମଜଦୂର ସଂଘ, ମଞ୍ଜୁଳା ମିଣିଆକା: ଉପାଧ୍ୟକ୍ଷା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଚିଣ୍ଟୁ ଚୌଧୁରୀ: ବିଜେପି ଯୁବ ନେତା, ଅଜୟ କୁମାର ରଥ: ଉପଦେଷ୍ଟା, ଜିଲ୍ଲା ସାମ୍ବାଦିକ ସଂଘ, ଶକ୍ତି ପାଣିଗ୍ରାହୀ: ସି.ଏସ.ଆର. ପରାମର୍ଶଦାତା, ବିଦୁଲତା ହୁଇକା: ରାଜ୍ୟ ଆବାହିକା, ଓଡ଼ିଶା ଆଦିବାସୀ ମଞ୍ଚ ଏବଂ ଜିଲ୍ଲା ସଭାନେତ୍ରୀ, ଦକ୍ଷିଣ ଓଡ଼ିଶା ସୁରକ୍ଷା ଓ ଉନ୍ନୟନ ପରିଷଦ । ସେଇପରି କିଛି ବ୍ୟକ୍ତିବିଶେଷ ଓ ସଂଗଠନ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ତରଫରୁ ଶ୍ରୀକାନ୍ତ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ସ୍ୱାଇଁ, ରାୟଗଡ଼ା ଜିଲ୍ଲା ପାରା ସ୍ପୋର୍ଟସ ଆସୋସିଏସନ୍ ସଭାପତି ଜଳନ୍ଧର ବାଛେଲୀ ଓ ଦିବ୍ୟାଙ୍ଗ ସାଥୀ ବିଜୟ ମେଲେକା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

Sunil Chandra Nayak

କଳାହାଣ୍ଡିରେ ୫ଟି ସଚୀବ ଭି କେ ପାଣ୍ଡିୟାନ , ରୂପାନ୍ତରୀକରଣରେ କଳାହାଣ୍ଡି ଜିଲ୍ଲା ଏକ ନମ୍ବର 

masiha

ସୁରତରଙ୍ଗ ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନର ସପ୍ତରଙ୍ଗ ଅନୁଷ୍ଠିତ 

masiha

Leave a Comment

error: Content is protected !!