ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜଗଦାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜଗଦାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ରାଉରକେଲା : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ ଆସୀନ କରି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ କର୍ତ୍ତା ରୂପେ ପୂଜାର୍ଚ୍ଚନା କରିଥିଲେ । ଆଚାର୍ଯ୍ୟ କାଶୀନାଥ ପାଢୀ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଧୂପ, ଦୀପ, ପୁଷ୍ପ,ନୈବେଦ୍ୟ ଆଦି ଉପଚାର ପୂର୍ବକ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆବାହନ କରାଯାଇଥିଲା । ପ୍ରଭୁଙ୍କୁ ସୁସଜ୍ଜିତ ଝୁଲଣରେ ଝୁଲାଯାଇ, ଆରତୀ ଓ ପୁଷ୍ପାଞ୍ଜଳି କରି ଠାକୁରଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଶ୍ରୀକୃଷ୍ଣ ମେଳା ଅନୁଷ୍ଠିତ ହୋଇଥିଲା । କୁନିକୁନି କୃଷ୍ଣବେଶ ଧାରୀ ଶିଶୁ ଭାଇଭଉଣୀ କୋଏଲ ନଗର, ସି-ବ୍ଳକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମାଆମାନେ ସେମାନଙ୍କୁ ବନ୍ଦାଇଥିଲେ । ଦୋଳି ଝୁଲଣକାର୍ଯ୍ୟ,ସଂଗୀତ, ନୃତ୍ୟ, ବାଦ୍ୟ ଓ ହୁଳହୁଳିରେ ପରିବେଶ କୃଷ୍ଣମୟ ହୋଇଉଠିଥିଲା । କୃଷ୍ଣବେଶ ଧାରଣ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁଙ୍କ ଦ୍ବାରା ଦଧିହାଣ୍ଡି ଭଙ୍ଗା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ସଂକୁଳ ପ୍ରମୁଖ ଗାଦାବରୀଶ ଶତପଥୀ, ପରିଚାଳନା ସମିତିର ସଭାପତି ଡ ସାମନ୍ତ କୁମାର ସାହୁ,ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସଦସ୍ୟା ଆରତୀ ସାହୁ, ଅର୍ଚ୍ଚନା ମହାନ୍ତି, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ, ସମସ୍ତ ଗୁରୁଜୀଗୁରୁମା, ଶିଶୁ ଭାଇଭଉଣୀ ଅଭିଭାବକ ଅଭିଭାବକା,ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ ତଥା ଆଚାର୍ଯ୍ୟା ଜୟ ଜୟନ୍ତୀ ଦାଶ ଓ ଅମିତା ଚୌଧୁରୀଙ୍କ ତତ୍ତ୍ବ।ବଧନରେ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ପାଳିତ ହୋଇଥିଲା । ଶେଷରେ ସମସ୍ତଙ୍କୁ ପ୍ରାସାଦ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

masiha

ଟ୍ରେନ ଧକ୍କାରେ ସିକେରକୁପାର ଯୁବକଙ୍କ ଗୋଡ଼ କଟିଲା : ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କଲା ରେଳ ସୁରକ୍ଷା ବଳ     

masiha

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

Leave a Comment

error: Content is protected !!