ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ BLA-2 ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ BLA-2 ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼! ମୋଟ ବୁଥ୍‌ର ୮୦%ରୁ ଅଧିକ କଭର କରି ୨୦୦ରୁ ଊର୍ଦ୍ଧ୍ୱ BLA-2ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ କୁକୁଡ଼ାଖଣ୍ଡି ବ୍ଲକର ସମସ୍ତ ନବନିଯୁକ୍ତ BLA-2 ମାନଙ୍କୁ ନେଇ ପବିତ୍ର ମା’ ମହୁରୀ କାଳୁଆ ପୀଠରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୋଟ ୯୦ ଜଣଙ୍କ ମଧ୍ୟରୁ ୮୫ ଜଣ BLA-2 ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରଥ, ଗଞ୍ଜାମ ଜିଲ୍ଲା ସ୍ତରୀୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଭୋଟର ତାଲିକା ସୁରକ୍ଷାରେ BLA-2ଙ୍କ ଐତିହାସିକ ସଫଳତା:

ତଥ୍ୟଭିତ୍ତିକ ଉପସ୍ଥାପନା ଅନୁଯାୟୀ, ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଦିଗପହଣ୍ଡିରେ ଭୋଟର ତାଲିକାରୁ ନାମ କଟିବା ସଂଖ୍ୟା ଅପେକ୍ଷାକୃତ ବହୁତ କମ୍ ରହିଛି। ଶ୍ରୀ ସାକା ସୁଜିତ କୁମାରଙ୍କ ନେତୃତ୍ୱରେ ନିଯୁକ୍ତ ହୋଇଥିବା BLA -୨ ମାନଙ୍କ ପାରଦର୍ଶିତା, ସତର୍କତା ଓ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁଁ ଅନେକ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ରକ୍ଷା ପାଇପାରିଛି, ଯାହା ଆଗାମୀ ଦିନରେ ଦଳର ଭୋଟ ପ୍ରତିଶତ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ।

ଏହି ଅବସରରେ BLA-1 ତଥା ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ସାକା ସୁଜିତ କୁମାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ବିଜୟ ରଣନୀତି ଓ ସଫଳତାର ସୂତ୍ର ବୁଝାଇବା ସହ ସମସ୍ତ BLA-2ଙ୍କୁ ଉତ୍ତରୀୟ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ପରିଶେଷରେ ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ ସହ ମା’ଙ୍କ ଆଶୀର୍ବାଦରୁ ତୃଣମୂଳ ସ୍ତରରେ ଦଳକୁ ବିଜୟୀ କରାଇବା ପାଇଁ ସଂକଳ୍ପ ନିଆଯାଇ ସଭା ସମାପ୍ତ ହୋଇଥିଲା।

Related posts

GM ECoR Reviews Facilities, Safety and Development at Visakhapatnam Station

Sunil Chandra Nayak

କିଟ୍,କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନିମାରାଥନ୍ ଓ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ

Sunil Chandra Nayak

ପାଟଣାଗଡ ରେ ଆଦିବାସୀଙ୍କ ମହାମେଳି 

masiha

Leave a Comment

error: Content is protected !!