ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ସାହୁ ଙ୍କ କବିତା ଚିଠି

ଚିଠି

 

ସେଦିନର ଚିଠି କଥା ମନେପଡିଲେ

ମନରେ ସ୍ମୃତିମାନ ସବୁ ଉଙ୍କିମାରେ

ଭାବନାର ଶବ୍ଦ ମାଳା ଗୁନ୍ଥା ହେଉଥିଲା

ସାଧା କାଗଜରେ କାଳୀର ଅକ୍ଷର

ସଜେଇ ମଜେଇ ହୃଦୟର କନ୍ଦରରୁ

ସୁଖ,ଦୁଃଖ,ହସ,ଲୁହର ସମଷ୍ଟିରେ

ଉତୁରି ପଡୁଥାଏ ନିଭୃତ କୋଣରୁ

ଆପେ ଆପେ ଲେଖିହୋଇଯାଏ

ମାନ, ଅଭିମାନ, ଆରୋପ,ପ୍ରତ୍ୟାରୋପ

ଏମିତି କେତେ ଖୁନ୍ଦି ହୋଇ ଲେଖୁଥିଲେ

କାଗଜରେ ପୃଷ୍ଠା ପରେ ପୃଷ୍ଠା ସରୁଥାଏ

ମନର ଅଭିବ୍ୟକ୍ତି ପ୍ରକାଶ ହୋଇଯାଏ

ଚିଠିଟି ଲେଖିହୋଇଯାଏ ନିର୍ବିବିଘ୍ନରେ 

କିଛି ପାଠ ପଢି ନ ଥିବା ବୋହୁଟିଏ 

ପରଦେଶୀ ମନର ମଣିଷପାଖକୁ

ଚିଠିଟିଏ ଲେଖୁଥିଲା ଲୁଚେଇ ଲୁଚେଇ

କେଉଁ ପଢୁଆ କୁଆଁରୀ ଝିଅଟି ପାଖରେ

ନିଜର ମନର ଆବେଗକୁ କହିଚାଲୁଥାଏ

ଲେଖିହୋଇଯାଉଥିଲା ଅନ୍ୟ ହାତରେ

ଆଉ ପ୍ରେମିକାଟିଏ ତା’ର ଭଲ ପାଇବାର

ମନର ଶବ୍ଦସବୁ ଭାଷାରେ ସଜେଇ

ଲେଖୁଥିଲା ଥାକ ଥାକ ପ୍ରେମ ଚିଠି ମାନ

ଡାକଘର ଥିଲା ଆଦାନ ପ୍ରଦାନର ମାଧ୍ୟମ

ସିଏ ପ୍ରେମିକା ହେଉ ବା ପ୍ରେମିକ ଅବା

ପୁଅର ବାପା ମାଆକୁ ,ବା ଭାଈ ଭଉଣୀକୁ

ମନର ଅକୁହା,ଆକଟ,ଉପଦେଶ,ସ୍ନେହଁ

ଶ୍ରଦ୍ଧା,କର୍ତ୍ତବ୍ୟ,କିମ୍ବା ଭୁଆସୁଣିର ବୀରହ

ବାର୍ତ୍ତା ,ସବୁ ମନର ଭାବକୁ ପ୍ରକାଶିତ

କରୁଥିଲା ଏଇ କାଗଜର ଚିଠିଟି 

କିନ୍ତୁ ଏବେ ଆଧୁନିକତାରେ ତା’ର ଲୋଡ଼ା

ନାହିଁ କାହାରି ପାଖରେ ,ସିଏ ଅଲୋଡ଼ା

ହୋଇପଡିଛି ପୁରୁଣାକାଳିଆର କଥାରେ ।

ସଂଯୁକ୍ତା ସାହୁ

ରାହାମା

ଜଗତସିଂହପୁର ।

Related posts

ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି  ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ 

Sunil Chandra Nayak

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

Leave a Comment

error: Content is protected !!