ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ପାଳିତ
ରାଉରକେଲା : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜନ୍ମଜୟନ୍ତୀ ଅବସରରେ ଆଜି ଏକ ସାରଗର୍ଭକ ସେମିନାର ଅନୁଷ୍ଠିତ ହୋଇଯାଇଛି। ସେମିନାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ଡ. ସମର ମୁଦାଲି ମୁଖ୍ୟ ଅତିଥି ଏବଂ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ନୂତନ ଖମାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନା, ଜୀବନାଦର୍ଶ ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ହରିହର ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପିକା ଡ. ଦୀପ୍ତିମୟୀ ବେହେରା ମଞ୍ଚ ପରିଚାଳନା କରିଥିଲେ। ବିଭାଗୀୟ ମୁଖ୍ୟ ଡ. ଅପର୍ଣ୍ଣା ଧର ଉପସ୍ଥିତ ଥିଲେ। ଡ. ପିଙ୍କି କର ଓ ରଶ୍ମିତା ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବୈଦେହୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦୀପ୍ତି ରଞ୍ଜନ ମହାନ୍ତି, ପ୍ରାଧ୍ୟାପିକା ଅପର୍ଣ୍ଣା ମହାପାତ୍ର, ଡ. ଦିବ୍ୟକାନ୍ତି ବିଲୁଙ୍ଗଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଗଙ୍ଗାଧର ମେହେରଙ୍କ ଅମର ସାହିତ୍ୟକୃତି ଓ ଜୀବନାଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ଜୟନ୍ତୀ ସମାରୋହ ଏକ ଭାବଗମ୍ଭୀର ଓ ସ୍ମରଣୀୟ ପରିବେଶରେ ସମ୍ପନ୍ନ ହୋଇଥିଲା।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

