ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାକ୍ଷରତା ଦିବସ ପାଳିତ 

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାକ୍ଷରତା ଦିବସ ପାଳିତ 

ନବରଙ୍ଗପୁର,:(୦୮ ସେପ୍ଟେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ସ୍ଥାନୀୟ ଆର.ସି.ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ଆଜି ‘ଉଲ୍ଲାସ’ (ULLAS – Understanding Lifelong Learning for All in Society) କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ସାକ୍ଷରତା ଦିବସ ଗରିମା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସାକ୍ଷରତାର ସୁଯୋଗ ପ୍ରଦାନ, ଆଜୀବନ ଶିକ୍ଷାକୁ ପ୍ରୋତ୍ସାହନ ଏବଂ ନବରଙ୍ଗପୁରକୁ ଏକ ସମ୍ପୂର୍ଣ୍ଣ ସାକ୍ଷର ଜିଲ୍ଲା ଭାବେ ଗଢ଼ିତୋଳିବା ଦିଗରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ୍) ଶ୍ରୀମତୀ ସୁପ୍ରିୟା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ପ୍ରତିଷ୍ଠାନ) ଶ୍ରୀ ପ୍ରକାଶ ଚନ୍ଦ୍ର ମାହାଲିକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (BEO), ବ୍ଲକ୍ ନୋଡାଲ୍ ଅଧିକାରୀ, କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (CRCC), ସ୍ୱେଚ୍ଛାସେବୀ ଶିକ୍ଷକ (VT) ଏବଂ ବିଭିନ୍ନ ବ୍ଲକ୍‌ରୁ ଆସିଥିବା ଶିକ୍ଷାର୍ଥୀମାନେ ଯୋଗଦେଇଥିଲେ।ଉଲ୍ଲାସ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷାର୍ଥୀ ପଞ୍ଜୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପଦାଧିକାରୀ ଓ କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ସର୍ବାଧିକ ଶିକ୍ଷାର୍ଥୀ ପଞ୍ଜୀକରଣ ସୁନିଶ୍ଚିତ କରିବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡାବୁଗାଁ ବ୍ଲକ୍‌କୁ ‘ଶ୍ରେଷ୍ଠ ବ୍ଲକ୍’ ଭାବେ ସମ୍ମାନିତ କରାଯାଇଥିଲା। ଏଥିସହ ଡାବୁଗାଁର ଏବିଇଓ-ତଥା-ବ୍ଲକ୍ ନୋଡାଲ୍ ଅଧିକାରୀ ଶ୍ରୀ ଭଗବାନ ମାଝୀ ଏବଂ କୋଷାଗୁମୁଡ଼ା ବ୍ଲକ୍‌ର ବାଙ୍କୁଲି କ୍ଲଷ୍ଟରର ସିଆରସିସି ଶ୍ରୀ ବିବେକାନନ୍ଦ ସ୍ୱାଇଁଙ୍କୁ ସାକ୍ଷରତା ଅଭିଯାନରେ ସେମାନଙ୍କର ଉତ୍କୃଷ୍ଟ ଓ ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ‘ଉଲ୍ଲାସ’ କେବଳ ସାକ୍ଷରତା ଅର୍ଜନର ଏକ କାର୍ଯ୍ୟକ୍ରମ ନୁହେଁ; ଏହା ଆଜୀବନ ଶିକ୍ଷା, ସଚେତନତା, ଆତ୍ମନିର୍ଭରତା ଓ ସାମାଜିକ ସଶକ୍ତିକରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ଶିକ୍ଷାର୍ଥୀଙ୍କୁ ଏହି ଅଭିଯାନ ସହ ଯୋଡ଼ିବା ପାଇଁ ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ, ଶିକ୍ଷକ, ସ୍ୱେଚ୍ଛାସେବୀ ଓ ସମୁଦାୟର ସମିଳିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଜିଲ୍ଲାରେ ସାକ୍ଷରତା ଅଭିଯାନକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ସହ ନବରଙ୍ଗପୁରକୁ ସମ୍ପୂର୍ଣ୍ଣ ସାକ୍ଷର ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ଜାରି ରଖିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମିଶନ୍ ଇନ୍ଦ୍ରଧନୁଷ୍ ୫.୦ ଉଦ୍ଘାଟିତ

masiha

ରାୟଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ତଦାରଖ କମିଟି ବୈଠକ ଅନୁଷ୍ଠିତ

ଆସନ୍ତା ୫ମାର୍ଚ୍ଚ ରେ ମୂଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!