ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇପଲ୍ଲୀରେ ୨୦ ଲକ୍ଷ ଟଙ୍କାରେ ‘ଗ୍ରାମୀଣ ଉଦ୍ୟାନ’ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ରାଇପଲ୍ଲୀରେ ୨୦ ଲକ୍ଷ ଟଙ୍କାରେ ‘ଗ୍ରାମୀଣ ଉଦ୍ୟାନ’ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଆସିକା, ୯/୯/୨୬ (ଶିବ ଶଙ୍କର ମିଶ୍ର ) ଗ୍ରାମାଞ୍ଚଳରେ ଆଧୁନିକ ନାଗରିକ ସୁବିଧା ସୃଷ୍ଟି ସହ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ଲକ୍ଷ୍ୟରେ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ଗୁଣ୍ଠପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଇପଲ୍ଲୀ ଗ୍ରାମରେ ‘ଗ୍ରାମୀଣ ଉଦ୍ୟାନ’ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ହୋଇଛି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ 3 ପାନୀୟଜଳ ବିଭାଗ ଦ୍ବାରା ପରିଚାଳିତ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଅଧୀନରେ ଗ୍ରାମIଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ନାଗରିକଙ୍କ ପାଇଁ ବିଭିନ୍ନ ସୁବିଧା ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଉଛି। ଏହି କ୍ରମରେ ରାଇପଲ୍ଲୀରେ ଗ୍ରାମୀଣ ଉଦ୍ୟାନ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ବିଧାୟକଙ୍କ ଆଗମନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା I ଶତାନ୍ତ୍ରିକ ମହିଳା ଓ ପୁରୁଷଙ୍କ ସମେତ ମହିଳା ସଂକୀର୍ତ୍ତନ ବିଧାୟକଙ୍କୁ ଗ୍ରାମ ପରିକ୍ରମା କରାଯାଇ ଭବ୍ୟ ସ୍ବାଗତ ଓ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା ପରେ ରାଇପଲ୍ଲୀ ଗ୍ରାମ କଲ୍ୟାଣ ମଣ୍ଡପରେ ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମିତିସଭ୍ୟ ନାରାୟଣ ସ୍ବାଇଁ ସଭସଂଯୋଜନା କରିଥିଲେ । ଏଥିରେ ବ୍ଲକ ଉପାଧ୍ଯକ୍ଷା ସଭାକୁ ଏସ. ରେଶମା ଦୋରା, ବିଡିଓ ରଜେନ୍ଦ୍ର ପ୍ରସାଦ ନାୟକ, ବିଧାୟକ ପ୍ରତିନିଧ୍ ସନ୍ଦୀପ ପାଢ଼ୀ, ସଙ୍ଗୀତ ପାଢ଼ୀ, ପାଇକଜମୁନା ବିଜେପି ନେତା ସତ୍ୟବାନ ସାହୁ, ବଡ଼ଖୋଲିର ବିଜୟ ନାୟକ, ବ୍ଲକ ଆତ୍ମା। ଅଧ୍ଯକ୍ଷ ବିଜୟ କୁମାର ସ୍ବାଇଁ, ନିରଞ୍ଜନ ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ଅସିତ ସ୍ବାଇଁ, ଗୁଣ୍ଠପଡ଼ା ମଣ୍ଡଳ ସ୍ତଳ ସଭାପତି ରବୀନ୍ଦ୍ର ଗୌଡ଼ଙ୍କ କର୍ମୀ ସେ ମେତ ବହୁ ନେତା ଯୋଗଦେଇଥିଲେ I ସଭାରେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ, ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା, କୃଷକ ଓ ମହିଳାଙ୍କ ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳବାସୀଙ୍କ ସହ ସିଧାସଳଖ ଯୋଡ଼ି ହେବ ନେଇ ଆଲୋଚନା ହୋଇଥିଲା I ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହ‌ଞ୍ଚାଇବ ଏବଂ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ପଥରେ ଆଗେଇବା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

Related posts

ଚର୍ଚ୍ଚାରେ ଧର୍ମଗଡ ବ୍ଲକସ୍ଥିତ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମ , ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି….

masiha

ଏମଏସଏମଇ ର ଜାତୀୟ କର୍ମଶାଳା 

Sunil Chandra Nayak

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!