ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୌତୁକ ନିଷେଧ_ଆଇନ ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ

ଯୌତୁକ ନିଷେଧ_ଆଇନ ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ

ଭବାନୀପାଟଣା : ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଷ୍ଟାଟିଷ୍ଟିକାଲ୍ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ନିହାରେନ୍ଦ୍ର ପଣ୍ଡା,ଉପନିର୍ଦ୍ଦେଶକ, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୂଜିବିନ ନିଶା, ସମାଜ କଲ୍ୟାଣ ଅଧିକାରୀ ନିୟତି ବାଳା ସୋରେନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର,ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟ ବିଶ୍ୱନାଥ ଦାଶ ଉପସ୍ଥିତ ଥିଲେl ଏହି ଅବସରରେ ତାଲିମଦାତା ଲକ୍ଷ୍ମୀପ୍ରିୟା ସାହୁ ଯୌତୁକ ନିଷେଧ ଆଇନର ବିଭିନ୍ନ ଦିଗ, ଯୌତୁକ ଦାବି ଓ ଗ୍ରହଣର ଆଇନଗତ ପରିଣାମ, ମହିଳାଙ୍କ ଆଇନଗତ ଅଧିକାର ଏବଂ ଯୌତୁକ ପ୍ରଥା ବିରୋଧରେ ସମାଜର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡ଼ିପିଓ,ୱାନ ଷ୍ଟପ ସେଣ୍ଟର ଓ ଶକ୍ତି ସଦନ କର୍ମଚାରୀ, ଏନ୍ ଜି ଓ ପ୍ରତିନିଧି,ଏସଏଚଜି ସଦସ୍ୟ, କାର୍ଯ୍ୟାଳୟ କର୍ମଚାରୀ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ। ଯୌତୁକ ପ୍ରଥାକୁ ରୋକିବା ସହିତ ମହିଳାଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହିଞ୍ଜିଳିକାଟୁ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି 

Sunil Chandra Nayak

ବିଶିଷ୍ଟ ସାହିତ୍ୟିକ ମନୋରଂଜନ ନନ୍ଦ ଆଉ ନାହାନ୍ତି

Sunil Chandra Nayak

ସ୍ବସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ତାରିଖରେ

Sunil Chandra Nayak

Leave a Comment

error: Content is protected !!