ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କୁମାର ପଣ୍ଡା ଙ୍କ କବିତା ଶୂନ୍ୟ ସମାଧି

ଶୂନ୍ୟ ସମାଧି

 

ଚିତ୍ରୋତ୍ପଳା କୂଳେ ବଟ ବୃକ୍ଷ ମୂଳେ 

ପବିତ୍ର ନେମାଳ ଗାଦି ,

ଜଗନ୍ନାଥ ଦାସ ଅଚ୍ୟୁତାନନ୍ଦଙ୍କ

ରହିଛି ଶୂନ୍ୟ ସମାଧି ।

କି ସୁନ୍ଦର ତା’ର ଶାନ୍ତ ପରିବେଶ 

ତୁଳସୀ ତୁଳସୀ ବାସେ ,

ସନ୍ଥ ପ୍ରତିମାକୁ ଦେଖିଦେଲେ ପରା 

ଜଗନ୍ନାଥ ମୁହଁ ଦିଶେ ।

ଲାଗେ ନାରାୟଣ ଛାଡି ନିଳାଚଳ 

ଆସିଛନ୍ତି ପଦ୍ମବନ ,

ପରମ ପୁରୁଷ ଅଚ୍ୟୁତ ଗାଦିରେ 

କରିବାକୁ ଅବସ୍ଥାନ ।

ପାଦ ଦେଉ ଦେଉ ସେ ପୂଣ୍ୟ ଭୂମିରେ 

ହେବରେ ଶୂନ୍ୟରୁ ବାଣୀ ,

ଏ ମିଛ ସଂସାରେ ସତ୍ୟ ଏକା ସେହି  

ଦୀନବନ୍ଧୁ କଳାମଣି ।

ପୂର୍ଣ୍ଣ ସମର୍ପଣେ ଅଚ୍ୟୁତ ଚରଣେ

ଶରଣ ପସିବ ଯେବେ ,

ଆସୁ ଦୁଃଖ କଷ୍ଟ ଯେତେ ବି ଜୀବନେ

ମହାପ୍ରଭୁ ହରି ନେବେ ।।

ପ୍ରତାପ କୁମାର ପଣ୍ଡା

ରାଉରକେଲା

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

Sunil Chandra Nayak

ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ବୈଠକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!