ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ରେ ଖାଦ୍ୟ ସୁରକ୍ଷା ପକ୍ଷରୁ ବିଭିନ୍ନ ଦୋକାନ ରେ ଚଢ଼ାଉ

ଭବାନୀପାଟଣା ରେ ଖାଦ୍ୟ ସୁରକ୍ଷା ପକ୍ଷରୁ ବିଭିନ୍ନ ଦୋକାନ ରେ ଚଢ଼ାଉ

ଭବାନୀପାଟଣାରେ ଫୁଡ୍ ସେଫ୍ଟି ଏନଫୋର୍ସମେଣ୍ଟ ଡ୍ରାଇଭ୍‌ ର ଦ୍ୱିତୀୟ ଦିନ, ୩୬ ହଜାର ୫ ଶହ ଟଙ୍କା ଜରିମାନା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଫୁଡ୍ ସେଫ୍ଟି ଏନଫୋର୍ସମେଣ୍ଟ ଡ୍ରାଇଭ୍‌ର ଦ୍ୱିତୀୟ ଦିନରେ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଦୋକାନ ଓ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍‌ରେ ଚଢ଼ାଉ କରାଯାଇଛି। ଖାଦ୍ୟର ମାନ, ପରିଚ୍ଛନ୍ନତା ଓ ଫୁଡ୍ ସେଫ୍ଟି ନିୟମ ଯାଞ୍ଚ ସହ ପଲିଥିନ ବ୍ୟବହାର ଉପରେ ମଧ୍ୟ ଯାଞ୍ଚ କରାଯାଇଥିଲା। ନିୟମ ଉଲ୍ଲଂଘନ ଅଭିଯୋଗରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ମୋଟ ୩୬ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ୮ କିଲୋ ପଲିଥିନ ଜବତ କରାଯିବା ସହ ପଲିଥିନ ବ୍ୟବହାର ପାଇଁ ପୌରପାଳିକା ପକ୍ଷରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସେପ୍ଟେମ୍ବର ୯ ତାରିଖରେ ଭବାନୀପାଟଣା ସହରରେ ଫୁଡ୍ ସେଫ୍ଟି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଇଥିଲା। ଭାଗୀରଥୀ ଇନ୍ ରେଷ୍ଟୁରାଣ୍ଟ, ହୋଟେଲ ସେଣ୍ଟ୍ରାଲ ପାର୍କ, କ୍ରିସ୍ପି ଆଣ୍ଡ ସ୍ପାଇସି, ହୋଟେଲ ଅରବିନ୍ଦ, ରାଜସ୍ଥାନୀ ଭୋଜନାଳୟ, ଚିଲିକା ରେଷ୍ଟୁରାଣ୍ଟ, ଟ୍ୟାପ୍ ଆଣ୍ଡ ଟାଉନ୍, ପକ୍ୱାନ, ଚନ୍ଦ୍ରା ବେକେରୀ ସମେତ ବିଭିନ୍ନ ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନରେ ଯାଞ୍ଚ କରାଯାଇଥିଲା।

ଏହି ସମୟରେ ଖାଦ୍ୟ ପ୍ରସ୍ତୁତି ସ୍ଥାନର ପରିଚ୍ଛନ୍ନତା, ଖାଦ୍ୟ ସୁରକ୍ଷା ମାନଦଣ୍ଡ ଓ ପଲିଥିନ ବ୍ୟବହାର ଯାଞ୍ଚ କରାଯାଇଥିଲା। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଫୁଡ୍ ସେଫ୍ଟି ଅଫିସର ମୋଟ ୩୬ ହଜାର ୫ ଶହ ଟଙ୍କା ଜରିମାନା ଲଗାଇଛନ୍ତି।

ଅନ୍ୟପକ୍ଷରେ, ନିଷିଦ୍ଧ ପଲିଥିନ ବ୍ୟବହାର ନେଇ ୮ କିଲୋ ପଲିଥିନ ଜବତ କରାଯାଇଛି। ଏଥିପାଇଁ ଭବାନୀପାଟଣା ପୌରପାଳିକା ପକ୍ଷରୁ ମୋଟ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ବଜାୟ ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

ପରିକ୍ରମା ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ : 53 କୃତି ଛାତ୍ରଛାତ୍ରୀ ପାଇଲେ ଟେଲେଣ୍ଟ ଆୱାର୍ଡ 2025

masiha

ଫୁଲବାଣୀ ଠାରେ ଜାତୀୟ ଯୁବ ସପ୍ତାହ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!