ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ବର ଜିଲ୍ଲାର ବିଶିଷ୍ଟ କଂଗ୍ରେସ ନେତା ବନମାଳୀ ଵିଶ୍ବାଳଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ବାଲେଶ୍ବର ଜିଲ୍ଲାର ବିଶିଷ୍ଟ କଂଗ୍ରେସ ନେତା ବନମାଳୀ ଵିଶ୍ବାଳଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

 ବାଲେଶ୍ଵର – ୧୦/୦୯ ବାଲେଶ୍ବର ଜିଲ୍ଲାର ନୂତନ ସିମୁଳିଆ ବିଜ୍ଞାପିତ ଅଞ୍ଚଳର ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ବନମାଳୀ ଦାସଙ୍କ ଏକାଦଶାହରେ ଵହୁ ମାନ୍ଯଗଣ୍ଯ ବ୍ୟକ୍ତି ତାଙ୍କ ଵାସଭବନରେ ପହଞ୍ଚି ଯୋଗ ଦେବା ସହ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ସୁମନ‌ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।ସ୍ବର୍ଗତ ବନମାଳୀ ଦାସ ଆଜୀବନ କଂଗ୍ରେସ ଦଳର ଜଣେଶୃଙ୍ଖଳିତ ସଦସ୍ଯ‌ ଥିଲେ ।ମାର୍କୋଣା ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ ନିଷ୍ଠାର ସହ ଅଳଙ୍କୃତ କରିଥିଲେ । ସାରା ରାଜ୍ୟରେ କଂଗ୍ରେସ ଗଡ଼ ଦୁର୍ବଳ ହୋଇଯାଇଥିଲେ ହେଁ ସେ ଅନ୍ୟ କୌଣସି ଦଳର ପ୍ରଲୋଭନ ରେ ନ ପଡ଼ି ନିଜର ସ୍ବାଭିମାନ କୁ ଜାବୁଡି ଧରି ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ କଂଗ୍ରେସ ଆଦର୍ଶରେ ନିଜକୁ ପ୍ରତିଷ୍ଠିତ କରି ରଖିଥିଲେ ।ଖାଲି କଂଗ୍ରେସ ଦଳର ନେତା ନ ଥିଲେ ସେ ସେଥିଲେ ସର୍ବହରା , ଖଟିଖିଆ, କୃଷକ, ଦୁଃଖୀ , ରଙ୍କୀ, ଅସହାୟ ମାନଙ୍କର ଦରଦି ଵଂଧୁଥିଲେ‌।ଜଣେ ଅମାୟିକ, ମେଳାପି, ହସଖୁସ୍ ମିଜାଜ, ପରୋପକାରୀ , ସମାଜସେବୀ, ସାହାସୀ, ଧୈର୍ଯ୍ଯବାନ ବୀର ପୁରୁଷ ଥିଲେ ।ଯେ କୌଣସି ଦଳର ଲୋକ ଆସିଲେ ମଧ୍ୟ ସେମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ସମସ୍ୟା ଦୂର ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ ।ମାର୍କୋଣା ଅଞ୍ଚଳର ସେ ଥିଲେ ଜନ ନାୟକ ଏବଂ ସବୁରି ପ୍ରିୟ ବନମାଳୀ ଭାଇ ହୋଇ ରହିଥିଲେ ।ପୂର୍ବତନ ସାଂସଦ ଅନନ୍ତ ସେଠୀ ସମେତ ବିଭିନ୍ନ‌ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ସାମାଜିକ ସଂଗଠନ, ମାନ୍ଯଗଣ୍ଯ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟ ସଙ୍ଗଠନ, କୃଷକ ସଂଗଠନର କର୍ମକର୍ତ୍ତା ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଦିବଂଗତ ବନମାଳୀ ବିଶ୍ବାଳଙ୍କ ଏକାଦଶାହରେ ଯୋଗ ଦେଇ ତାଙ୍କ ସ୍ମୂତିଚାରଣ କରିଥିଲେ ।

  ଅକ୍ଷୟ ଵିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ସେନା ଅଗ୍ନିପଥ ଯୋଜନା ରେ ନିଯୁକ୍ତି ନିମନ୍ତେ ପଞ୍ଜିକରଣ ର ଆବେଦନ ତାରିଖ ବୃଦ୍ଧି କରାଗଲା 

Sunil Chandra Nayak

‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡାରେ ଜିଲ୍ଲାସ୍ତରୀୟ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

masiha

Leave a Comment

error: Content is protected !!