ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏଡ୍ସ, ଯକ୍ଷ୍ମା ରୋଗ, ହେପାଟାଇଟିସ ଵି ସଂକ୍ରାନ୍ତିୟ ସଚେତନତ କାର୍ଯ୍ୟକ୍ରମ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏଡ୍ସ, ଯକ୍ଷ୍ମା ରୋଗ, ହେପାଟାଇଟିସ ଵି ସଂକ୍ରାନ୍ତିୟ ସଚେତନତ କାର୍ଯ୍ୟକ୍ରମ

ରାଇରଙ୍ଗପୁର – ୧୧/୦୯ ମଣିଷ ଜନ୍ମ ଦୁର୍ଲଭ ।କୋଟି କୋଟି ପୁଣ୍ୟ ଓ ତପସ୍ୟା କଲେ ମଣିଷ ଜନ୍ମ ମିଳେ ।ଦେହ ଅଛି ତ ରୋଗ ଅଛି ।ରୋଗ ବିଷୟରେ ସଚେତନ ହେଲେ ଆରୋଗ୍ୟ ମିଳିବ ।ତେଣୁ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ ।ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏଡ୍ସ, ଯକ୍ଷ୍ମା ରୋଗ ଜ୍ଵର ହେପାଟାଇଟିସ ବି ଭଳି ରୋଗ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଏଡିଏମ୍ ଓ ଡ଼ାଃ ରଵୀନ୍ଦ୍ରନାଥ ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା (ଆଇସିଟିସି) ସୁପରଭାଇଜର ବୈକୁଣ୍ଠନାଥ ସାଲ ଏଡ୍ସ ର କାରଣ, ସଂକ୍ରମିତ ଙ୍କ ସହିତ ଅସୁରକ୍ଷିତ ଯୌନ ସଂପର୍କ, ସଂକ୍ରମିତ ଙ୍କ ଦ୍ଵାରା ବ୍ୟବହୃତ ଛୁଞ୍ଚି ବ୍ୟବହାର କରିବା, ସଂକ୍ରମିତ ମା’ ଠାରୁ ଶିଶୁକୁ ବ୍ୟାପିବା ଉପରେ ମୁଲ୍ଯବାନ କଥା କହିଥିଲେ ।ଏବର୍ଷର କାରଣ ଓ ନିରାକରଣ , ଯକ୍ଷ୍ମା ଓ ଯୌନ ରୋଗର କାରଣ ଓ ନିରାକରଣ ତଦସହ ସରକାରଙ୍କ ର ବହୁବିଧ ସରକାରୀ ସ୍ବାସ୍ଥ୍ୟ ଜନିତ କଲ୍ୟାଣକାରୀ ଯୋଜନା ଉପରେ ପ୍ରାଞ୍ଜଳ ଭାବରେ ଉପସ୍ଥିତ ଥିବା ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।ପରେ ସମସ୍ତଙ୍କୁ ସଚେତନତା ପତ୍ରିକା ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଲାଲ୍ ଟେକନିସିଆନ୍ କରେନ୍ଦ୍ର ନାଥ ରଣା, ହସ୍ପିଟାଲ ମେନେଜର ଅଶୋକ ଗୋଛାୟତ, କୋଷାଧ୍ୟକ୍ଷ ପ୍ରିତିଲତା ମହାନ୍ତି ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

ଆଜି ଶେଷ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!