ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ 

ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ 

ଆସିକା, ୧୧/୯/୨୬( ଶିବ ଶଙ୍କର ମିଶ୍ର ) ଦୀର୍ଘଦିନ ର ପ୍ରଚେଷ୍ଟା ପରେ ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ରାଜସ୍ୱ ବିଭାଗ ତରଫରୁ ଧରାକୋଟ ତହସିଲ ଅଧିନସ୍ଥ ଧରାକୋଟ ରାଜସ୍ୱ ସର୍କଲ ଅଧିନସ୍ଥ ଆମ୍ବଡାବଣ ହିଲ ମୌଜାରୁ ଦଶ ଏକରର ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଓଡିଆ ଅଧ୍ୟାପକ କୁରେଶୁ ମହାରଣା ଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଥିଲା। ସଂପ୍ରତି ସ୍ନାତକ ମହାବିଦ୍ୟାଳୟ ର ନୂତନ କ୍ୟାମ୍ପସ ର ଭିତ୍ତିଭୂମି ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଥିବାରୁ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଖୁସି ସଞ୍ଚାର ହୋଇଛି। ଏହା ପରେ ନିର୍ବାଚନ ସାକ୍ଷରତା କର୍ମଶାଳା କରାଯାଇ ନୂତନ ଯୁବ ଛାତ୍ର ଛାତ୍ରୀ ତଥା ଭୋଟର ମନଙ୍କୁ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରିବା ନେଇ ସଚେତନ କରାଯାଇଥିଲା । ମୁଣ୍ଡ ମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଙ୍କ ତତ୍ୱାବଧାନ ରେ ନିର୍ବାଚନ ସାକ୍ଷରତା କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳା ଉପଲକ୍ଷେ ଆୟୋଜିତ କୁଇଜ, ବତ୍କୃତା ଓ ରଚନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଲତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

Related posts

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

masiha

ବ୍ଲକ ସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!