ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଶିକ୍ଷାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସ୍ତତନ୍ତ୍ର ଉପକରଣ ଶିବିର ବଣ୍ଟନ

ରାଇରଙ୍ଗପୁର ଶିକ୍ଷାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସ୍ତତନ୍ତ୍ର ଉପକରଣ ଶିବିର ବଣ୍ଟନ 

ରାଇରଙ୍ଗପୁର – ୧୧/୦୯ ଦିଵ୍ଯାଙ୍ଗ ମାନେ ସମାଜରେ ଅଲୋଡା ନୁହନ୍ତି ।ଭଗବାନ ସମସ୍ତଙ୍କ ଠାରେ କିଛିନା କିଛି ଅନ୍ତର୍ନିହିତ ଗୁଣ ଓ ପ୍ରତିଭା ଦେଇଛନ୍ତି ।ସେହି ଦିବ୍ଯାଙ୍ଗମାନଙ୍କୁ ପିଲାବେଳୁସ୍ବତନ୍ତ୍ର ସହାୟକ ଉକ୍ତ ବଣ୍ଟନ ଓ ବ୍ୟବହାର ଶିଖାଇଲେ ସେମାନେ ସେମାନେ ଆଗକୁ ବଢି ପାରିବେ ।ଏଥିପାଇଁ ସରକାର ବହୁ ଦିଵ୍ଯାଙ୍ଗ କଲ୍ଯାଣ ଯୋଜନା କରିଛନ୍ତି ।ଆଜି ଶୁକ୍ରବାର ଦିନ ରାଇରଙ୍ଗପୁର ଗୋଷ୍ଠୀଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ , ସମ୍ମାନିତ ଅତିଥି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଅନ୍ୟତମ ଅତିଥି ରାଇରଙ୍ଗପୁର ଏବିଇଓ ହେମ ମାଝୀ,ସାମ୍ବାଦିକ ଅକ୍ଷୟ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଉପଜିଲ୍ଲାପାଳ କହିଥିଲେ ଅଭିଭାବକ, ଶିକ୍ଷକ, ପିଲାମାନେ ସହାୟକ ଉପକରଣର ଯତ୍ନ ନେବା ସହିତ ନିୟମିତ ବ୍ୟବହାର କରାଇବା ପିଲାମାନଙ୍କୁ ଶିଖାଇଲେ ନିଶ୍ଚିତ ସୁଫଳ ମିଳିବ ।ସମସ୍ତେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସ୍ନେହ, ସମ୍ମାନ, ଆଦର କରିବା ଉଚିତ ।ସେମାନଙ୍କୁ ସମାଜର ପ୍ରଗତିରେ ସହାୟକ ହେବା ଉଚିତ ।ପରେ ଉପଜିଲ୍ଲାପାଳ ଏବଂ ଅନ୍ୟ ଅତିଥିଙ୍କୁ ଦ୍ଵାରା ରାଇରଙ୍ଗପୁର ବ୍ଳକ, ଜାମଦା ବ୍ଳକ ଏବଂ ଵିଜାତଳା ବ୍ଳକର ପୂର୍ବରୁ ଚିହ୍ନଟ ହୋଇଥିବା ୬୪ ଜଣ ଛାତ୍ରଛାତ୍ରୀମାନଙ୍କୁ ଭିନ୍ନକ୍ଷମତା ଅନୁଯାୟୀ ତିନି ଚକିଆଟ୍ରାଇ ସାଇକେଲ, ଆଶାବାଡି, ଡିଜିଟାଲ ଶ୍ରବଣ ଯନ୍ତ୍ର, ଶିକ୍ଷଣୀୟ ସାମଗ୍ରୀକ ବ୍ୟାଗ, ରୋଲେଟର, ଚଳନ ଶକ୍ତି ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷୟତ୍ରୀ ସାଗରିକା ପଣ୍ଡା, ଵିଜାତଳା ଗୋଷ୍ଠୀ ସମ୍ଵଳ ଶିକ୍ଷକ ଦୟାନିଧି ଧନି ଏବଂ ପ୍ରଶାନ୍ତ ଦାସ; ଜାମଦା ବ୍ଳକର ଗୋଷ୍ଠୀ ସମ୍ବଳ ଶିକ୍ଷକ ସତ୍ୟବାନ୍ ଗିରି ସ୍ଵେଛାସେଵୀ ପୁଷ୍ପାଞ୍ଜଳି ନନ୍ଦ, ସେକ୍ ଅବତାର ହୁସେନ୍, ଇନ୍ଦ୍ରଜିତ ପାତ୍ର, ଗୋବିନ୍ଦ ସୋରେନ ପ୍ରମୁଖ ଦିବ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିବିରକୁ ଆଣି ଉପକରଣ ବଣ୍ଟନ ଓ ପରିଚାଳନାରେରେ ସହାୟତା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ତୁମେ ନୂଆ ତାଲିକା ବାହାରିଲେ ଘର ପାଇବ ! ଶୁଣି ଶୁଣି ପାଞ୍ଚ ବର୍ଷ ବିତିଗଲା ,ଏବେ ପୁଣି ସେହି ବାଣୀ !

Sunil Chandra Nayak

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

Leave a Comment

error: Content is protected !!