ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ 

ରାଇରଙ୍ଗପୁର – ୧୨/୦୯ ଆଇନ ସମ୍ପର୍କରେ ସଚେତନତା ହେଉଛି ନ୍ୟାୟ ପାଇବାର ପ୍ରଥମ ପାହାଚ | ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ଆଇନର ଜ୍ଞାନ ଏବଂ ଆଇନଗତ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ଆଇନ ସହାୟତା କକ୍ଷ ପକ୍ଷରୁ ମହାରାଜପୁର ଗ୍ରାମରେ ଗାଁ ଦୁଆରେ ନ୍ୟାୟ : ଘରେ ଘରେ ଆଇନ ସେବା ଶୀର୍ଷକ ଏକ ଆଇନ ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଆଇନ ସହାୟତା କକ୍ଷର ଅଧିକାରୀ ଅଧ୍ୟାପକ ସମ୍ବିତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ପରାମର୍ଶଦାତା ଭାବେ ବାରିପଦା ଓକିଲ ସଂଘର ସହସାଧାରଣ ସମ୍ପାଦକ ଆଡଭୋକେଟ ସ୍ୱରୂପ କୁମାର ମିଶ୍ର ଯୋଗଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ଆଇନଗତ ବିଷୟ ସମ୍ପର୍କରେ ସରଳ ଓ ସାଧାରଣ ବୋଧଗମ୍ୟ ଭାଷାରେ ବୁଝାଇଥିଲେ | ଆଇନ ସମ୍ପର୍କିତ ଜଟିଳ ବିଷୟଗୁଡ଼ିକୁ ସହଜ ଉଦାହରଣ ମାଧ୍ୟମରେ ବୁଝାଇବା ସହ ଆଇନଗତ ସମସ୍ୟା ଉପୁଜିଲେ ଭୟଭୀତ ନହୋଇ ଉପଯୁକ୍ତ ଆଇନଗତ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଥିଲେ |ମହାବିଦ୍ୟାଳୟର ଆଇନ ବିଭାଗର ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ବିଭିନ୍ନ ଆଇନ ଓ ଆଇନଗତ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଆଇନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ସମସ୍ୟା ଶୁଣାଯାଇଥିବା ବେଳେ ତାହାର ଆଇନଗତ ଦିଗ ସମ୍ପର୍କରେ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା | ମହାରାଜପୁର ଭଳି ଗ୍ରାମକୁ ଏଭଳି ଏକ ଜନକଲ୍ୟାଣ ମୂଳକ ଆଇନ ସଚେତନତା କାର୍ଯ୍ୟକ୍ରମ ପାଇଁ ଚୟନ କରିଥିବାରୁ ଗ୍ରାମବାସୀ ମାନେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ | ଶେଷରେ ଅଧ୍ୟାପକ ଡ. ଜିତେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କେ-୧ ଜେମ୍ସ ପାର୍କରେ ହନୁମାନ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଭବ୍ୟ ଭାବେ ସମାପ୍ତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!