ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ହେଉଛି ମଣିଷ ମନର ଅନ୍ତସ୍ୱର – ରାଜୀବ ପାଣି  ନାରୀ ମନର ଅନ୍ତ ଚେତନାର ସ୍ୱର ହେଉଛି ସ୍ମୃତି ଓ ସାନ୍ତନା ସାହିତ୍ୟ ସଂସଦ – ସବିତା ରାଣି ବେହେରା 

ସାହିତ୍ୟ ହେଉଛି ମଣିଷ ମନର ଅନ୍ତସ୍ୱର – ରାଜୀବ ପାଣି 

ନାରୀ ମନର ଅନ୍ତ ଚେତନାର ସ୍ୱର ହେଉଛି ସ୍ମୃତି ଓ ସାନ୍ତନା ସାହିତ୍ୟ ସଂସଦ – ସବିତା ରାଣି ବେହେରା 

ରାଉରକେଲା: ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଭୁବନେଶ୍ୱରରୁ ପ୍ରକାଶିତ ତ୍ରୟମାସିକ ସାହିତ୍ୟ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ସ୍ୱନକ୍ଷତ୍ର ତଥା ପୂଜା ସଂଖ୍ୟା ଉନ୍ମୋଚନ ସହିତ ଏକ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସାନ୍ତ୍ୱନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସଂସଦର ପରିଚାଳନା ସମ୍ପାଦିକା ଓ ପତ୍ରିକାର ସମ୍ପାଦିକା ତଥା ସାହିତ୍ୟିକା ସବିତା ରାଣି ବେହେରାଙ୍କ ଆବାହକତ୍ୱରେ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ରାଜୀବ ପାଣି ଯୋଗଦେଇ ସମାଜ ଓ ବ୍ୟକ୍ତି ମଧ୍ୟରେ ଏକ ସେତୁ ହେଉଛି ସାହିତ୍ୟ ବୋଲି କହିଥିଲେ। ସେହିଭଳି ସମାଜକୁ ସତ୍ୟ, ସୁନ୍ଦର ଓ ମଙ୍ଗଳମୟ କରିବା ପାଇଁ ସାହିତ୍ୟିକମାନେ ହେଉଛନ୍ତି ଜଣେ ଜଣେ ଦିଗ୍‌ଦ୍ରଷ୍ଟା ବୋଲି ଶ୍ରୀ ପାଣି କହିବା ସହିତ ସାମ୍ପ୍ରତିକ ସମୟରେ ବଦଳୁଥିବା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ସାହିତ୍ୟ ଓ ସାହିତ୍ୟିକମାନେ ତାଳ ଦେଇ ଚାଲିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସଂସଦର ପ୍ରତିଷ୍ଠାତ୍ରୀ ତଥା ପତ୍ରିକାର ସମ୍ପାଦିକା ଶ୍ରୀମତୀ ବେହେରା ନିଜ ବକ୍ତବ୍ୟରେ ଗତ ୧୬ ବର୍ଷ ଧରି ନାରୀ ଚେତନାର ଅନ୍ତସ୍ୱରଭାବେ ପ୍ରକାଶିତ ସ୍ମୃତି ସାନ୍ତ୍ୱନା ପତ୍ରିକା ଓ ସାହିତ୍ୟ ସଂସଦର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୁଚନା ଦେଇଥିଲେ। ଏହି ଅବସରରେ ରାଉରକେଲା ସହରର ବରିଷ୍ଠ ଓ ପରିଚିତ ସାହିତ୍ୟିକ ଓ ସାହିତ୍ୟିକାଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ମହାପାତ୍ର, ଡାକ୍ତର ଗୀତାଞ୍ଜଳି ପତ୍ରୀ, ଡ. କିଶୋରୀ ଦାଶ, ମଞ୍ଜୁଳା କୁମାରୀ ରଥ, ରଶ୍ମିବାଳା ରାଉତରାୟ, ବାସନ୍ତୀ ଦାସ, କନକଲତା ମିଶ୍ରଙ୍କ ସମେତ କିଶୋରୀ ମୋହନ କର ଏବଂ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖଙ୍କୁ ସାରସ୍ୱତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାମାନେ ଏହି ଅବସରରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସ୍ମୃତି ସାନ୍ତନା ସାହିତ୍ୟ ସଂସଦ ଏବଂ ଶ୍ରୀମତୀ ବେହେରାଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଉଥିବା ସାରସ୍ୱତ କାର୍ଯ୍ୟ ସହିତ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଉଦ୍ୟମକୁ ପ୍ରଶଂସା କରିଥିଲେ। 

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ବିଭିନ୍ନ ବର୍ଗର କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଲେଖିକା ନିରୁପମା ପତି କରିଥିଲାବେଳେ ସଙ୍ଗଠକ ଲକ୍ଷ୍ମଣ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

Sunil Chandra Nayak

ବୈଦ ସାହୁ ଙ୍କ ପରଲୋକ 

Sunil Chandra Nayak

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!