ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାନ୍ସଫରମର କଏଲ ଚୋରି ମାମଲାରେ ଆଉ ୨ ଗିରଫ; ;ତମ୍ବା କଏଲ, ଆଲୁମିନିୟମ ତାର ସମେତ ଚୋରି ସାମଗ୍ରୀ ଜବତ 

ଟ୍ରାନ୍ସଫରମର କଏଲ ଚୋରି ମାମଲାରେ ଆଉ ୨ ଗିରଫ; ;ତମ୍ବା କଏଲ, ଆଲୁମିନିୟମ ତାର ସମେତ ଚୋରି ସାମଗ୍ରୀ ଜବତ 

ରାଇରଙ୍ଗପୁର –  କରଞ୍ଜିଆ ଥାନା ଅଞ୍ଚଳରେ ଟ୍ରାନ୍ସଫର୍ମର କଏଲ ଚୋରି ମାମଲାରେ ପୁଲିସ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ବହୁ ପରିମାଣର ତମ୍ବା କଏଲ, ଆଲୁମିନିୟମ ତାର ଓ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଥିବା ଶୁକ୍ରବାର ସନ୍ଧ୍ୟାରେ ରାଇରଙ୍ଗପୁର ପୋଲିସ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର କରଞ୍ଜିଆ ଥାନା ସଭାଗୃହ ଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୨୮ ଅଗଷ୍ଟ ୨୦୨୬ରେ ପକାମୁଣ୍ଡା ଅଞ୍ଚଳରୁ ଏକ ଟ୍ରାନ୍ସଫର୍ମରର କଏଲ ଚୋରି ହୋଇଥିବା ନେଇ ଟିପିଏନଓଡିଏଲ ର ସେକ୍ସନ ମ୍ୟାନେଜର ଅଜିତ କୁମାର ସାମଲ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି କରଞ୍ଜିଆ ଥାନାରେ କେସ୍ ନଂ-୩୩୨/୨୦୨୬ ରୁଜୁ ହୋଇଥିଲା। ପରେ ମାମଲାରେ ଅତିରିକ୍ତ ଦଫା ଯୋଡ଼ାଯାଇ ତଦନ୍ତ ଆରମ୍ଭ ହୋଇଥିଲା।ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ ତଥା କରଞ୍ଜିଆ ଥାନା ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶନାରେ ପୁଲିସ ଟିମ୍ ତଦନ୍ତ ଚଳାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ତଦନ୍ତ ସମୟରେ କରଞ୍ଜିଆ, ଯଶୀପୁର ଓ ବହଲଦା ଥାନା ଅଞ୍ଚଳର ପୁଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବହଳଦା ଥାନା ଅଧୀନ ବଡ଼ଦୁନ୍ଦୁ  ଗ୍ରାମର ମହମ୍ମଦ ସାହିଦ (୩୬) ଏବଂ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା କୋୱାଲି ଥାନା ଅଧୀନ କୁନ୍ଦୁରକୋଚା ଗ୍ରାମର ଭାବେଶ ସର୍ଦ୍ଦାର (୩୦)ଙ୍କ ନାମ ପୁଲିସ ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି। ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ହୋଇଛି। ସେହିପରି ଚଢ଼ାଉ କରାଯାଇ ୧୦ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଓ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ମାମଲାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବା ପୁଲିସ ପକ୍ଷରୁ ପ୍ରକାଶ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

Sunil Chandra Nayak

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

masiha

ଚୋରା ବାଲି ଚାଲାଣ ଅଭିଯୋଗ, ୩ ହାଇୱା ଅଟକ 

masiha

Leave a Comment

error: Content is protected !!