ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାରିପଦାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୬, ୨- କେନାଲ ପାଣିରେ ଭାସି ଭାଇ ସମେତ ଦିବ୍ୟାଙ୍ଗ ଭଉଣୀ ଙ୍କ ମୃତ୍ୟୁ 

ବାରିପଦାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୬

 ରାଇରଙ୍ଗପୁର ( ଅକ୍ଷୟ ବିଶ୍ବାଳ)- ୧୨/୦୯  ମୟୂରଭଂଜ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୧୪୦୮ ଟି ମାମଲା ମଧ୍ୟରୁ ୪୫୧୮ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୩,୬୨,୮୯,୫୪୦ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୫୩୫୭ ଗୋଟି ମାମଲା ମଧ୍ୟରୁ ୫୭୩ ଟି ମାମଲା ଅପୋଷ ବିଚାର ହୋଇ ୯୩ ଲକ୍ଷ ୯୩ ହଜାର ୮୩୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥ‌ିବା ଜଣା ପଡ଼ିଛି ।

 ସେହିପରି ବକେୟା ଥ‌ିବା ବିଭିନ୍ନ ଶ୍ରେଣୀଭୁକ୍ତ ୬୦୫୧ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୧୭୭ ଟି ମଧ୍ୟରୁ ୩୦ ଟି, ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୯ ଟି ମାମଲା ମଧ୍ୟରୁ 62 ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୨୫ ଟି ରୁ ୦୨ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୬୨ ଟି ରୁ ୧୭ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୩୧ ଟି ମାମଲା ମଧ୍ୟରୁ ୧୧୬ ଟି, ରାଜସ୍ୱ ମାମଲା ୪୭୬୧ ଟି ମଧ୍ୟରୁ ୩୪୮୮ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୧୬୩ ଟି ମଧ୍ୟରୁ ୯୪ ଟି, ଓ ଅନ୍ୟାନ୍ୟ ମାମଲା ୩୭୫ ଟି ମଧ୍ୟରୁ ୧୩୬ ଟି ମିଶାଇ ମୋଟ 3945 ଟି ମାମଲାର ଫଇସଲା କରାଯାଇ ମୋଟ ୨ କୋଟି ୬୮ ଲକ୍ଷ ୯୫ ହଜାର ୭୦୩ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି।

 ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁମନ କୁମାର ମିଶ୍ର , ପରିବାର ଅଦାଲତ ଜଜ୍ ପ୍ରଜ୍ଞାପାରମିତା ରାଉତ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବାଶିଷ ମହାନ୍ତି , ସିଭିଲ କୋର୍ଟ ର ରେଜିଷ୍ଟ୍ରାର ଶୃତିସ୍ନିଗ୍ଧା ଦାସ, ସିନିୟର ସିଭିଲ ଜଜ ସତରୂପା ଶତପଥୀ, ଅତିରିକ୍ତ ସିନିୟର ସିଭିଲ ଜଜ ସୂର୍ଯ୍ୟ ଦାସ, ଦ୍ୱିତୀୟ ଅତିରିକ୍ତ ସିନିୟର ସିଭିଲ ଜଜ୍ ଡ. ନିଶାକର ସାହୁ, ଏସଡିଜେଏମ୍ ଜୁଏଲ ପଟ୍ଟନାୟକ, ଜେଏମଏଫସି-1 (Cog. Taking) ଲକ୍ଷ୍ମୀପ୍ରିୟା ସ୍ବାଇଁ, ଜେଏମଏଫସି ମଧୁଶ୍ରବା ମହାନ୍ତି ଓ ନିଳିଶା ପଟ୍ଟନାୟକ, ଜେଏମଏଫସି (ଏଲଆର ଓ ଏଲଟିଭି) ଶୁଭ୍ରାଂଶୁ ଠାକୁର, ସିଭିଲ ଜଜ୍ କନିଷ୍ଠ ଶାଖା ତଥା ଜେଏଏସସି ସ୍ଵସ୍ତିକ ଦାସ ଓ ଅର୍ପିତା ସାହୁ ଓ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯୋଗ ଦେଇଥିଲେ।

ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ସଦସ୍ୟ ତଥା ସରକାରୀ ଓକିଲ ଉମାକାନ୍ତ ରାଉତ, ଆଇନଜୀବି ତାପସ କୁମାର ଦତ୍ତ, ସତ୍ୟ ନାରାୟଣ ବେହେରା, ଧିରେନ୍ଦ୍ର କୁମାର ମହାପାତ୍ର, କମଲ କୁମାର କୁଆଁରବାବୁ ଏବଂ ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ରାଜସ୍ୱ ବିଭାଗ, ବିଦ୍ୟୁତ ବିଭାଗ ଓ ପୌରସଂସ୍ଥା, ବ୍ୟାଙ୍କ୍, ଟେଲିଫୋନ୍ ବିଭାଗ, ବୀମା କମ୍ପାନୀ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

କେନାଲ ପାଣିରେ ଭାସି ଭାଇ ସମେତ ଦିବ୍ୟାଙ୍ଗ ଭଉଣୀ ଙ୍କ ମୃତ୍ୟୁ 

ରାଇରଙ୍ଗପୁର – ୧୨/୦୯- କେନାଲ ର ପ୍ରଖୋର ସ୍ରୋତ ରେ ଭାସି ଭାଇ ସମେତ ଦିବ୍ୟାଙ୍ଗ ଭଉଣୀଙ୍କର ମୃତ୍ୟୁ ଘଟିଅଛି l ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହ୍ଲାରପଦା ଗ୍ରାମରେ l ମିଳିଥିବା ଖବର ଅନୁଯାୟୀ ଗତକାଲି ରାତ୍ରିରେ ଘର ପାଖ କେନାଲକୁ ପରମେଶ୍ୱର ନାୟକ ଯାଇଥିବାବେଳେ କେନାଲ ର ପ୍ରଖର ସ୍ରୋତରେ ଭାସିଯିବା ଦେଖି ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଭାଇ କୁ ବଞ୍ଚାଇବା ପାଇଁ ପାଣିକୁ ଡ଼ିଆଁ ମାରିଦେଇଥିଲେ l ମାତ୍ର ଦୁଃଖର ବିଷୟ ସିଏ ମଧ୍ଯ ପାଣିର ସ୍ରୋତରେ ଭାସି ଯାଇଥିଲେ l ଗ୍ରାମ ଲୋକଙ୍କ ପାଖରୁ ଖବର ପାଇ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପରମେଶ୍ୱର ଙ୍କୁ କେନାଲ ପାଣି ରୁ ଉଦ୍ଧାର କରିଥିବାବେଳେ ନନ୍ଦିନୀ ଙ୍କୁ ପାଖା ପାଖି ଏକ କିଲୋମିଟର ଦୂର ନାଲୁଆ ନିଦୀରୁ ଉଦ୍ଧାର କରିଥିଲେ l ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଅଛି l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଶୂନ୍ୟ ମଣ୍ଡପ ବାବାଙ୍କ ଆର୍ଶୀବାଦ ଲାଭ କଲେ ରାଜ୍ୟ ବିଜେପି ପ୍ରବକ୍ତା

masiha

୭୯ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!