ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ୭୦ ବର୍ଷର ବସ୍ତିକୁ ଉଚ୍ଛେଦ ନୋଟିସ,କାନ୍ଦୁଛନ୍ତି ୧୫ ପରିବାର, ୨- ଭୁବନ ମଝିସାହିରେ ଗ୍ୟାସ୍ ଟାଙ୍କିରୁ ନିଆଁ,ମହିଳାଙ୍କ ଉପସ୍ଥିତ ବୁଦ୍ଧିରେ ଟଳିଲା ବଡ଼ ଅଘଟଣ, ୩- ହୋଟେଲ ସମ୍ମୁଖ ଜଙ୍ଗଲ ଜମି ଟ୍ରେଞ୍ଚ ଖୋଲିଲା ବନ ବିଭାଗ , ୪- ରାଷ୍ଟ୍ରୀୟ ଲୋକ ଅଦାଲତ , ୫- ୪୦ ଫୁଟ ଗଭୀର କୂଅରେ ପଡ଼ିଥିବା ବୃଦ୍ଧା ଉଦ୍ଧାର,ଅଗ୍ନିଶମ ବାହିନୀକୁ ପ୍ରଶଂସା, ୬- ବର୍ଷା ଦିନରେ କାମକୁ ଆସୁନି ସାଢେ 8 ଲକ୍ଷର ରାସ୍ତା ଜେଇ ଏବଂ ବିଡିଓ ଦେଖି ଯାଅନ୍ତୁ ଚାଷୀଙ୍କ ଯନ୍ତ୍ରଣା, ୭- ଗଣେଶ ପୂଜା ଶାନ୍ତି କମିଟି ବୈଠକ 15 ଟି ମଣ୍ଡପରେ ପୂଜା ପାଇବେ ଗଜାନନ 18ରେ ମିଳିତ ଭସାଣି, ୮- କରନ୍ଦା ଗୋଚର ଜମି ଉଛେଦ ପାଈଁ ଗୁହାରି ଶୁଣିଲେନି ପ୍ରଶାସନ  ତାତିଲେ ଜନତା  ଭାଙ୍ଗିଲେ ବାଡ଼  ପୋଲିସ କହିଲା ଜାଗା ଛାଡ଼ , ୯- ଢେଙ୍କାନାଳରେ ଖାଦ୍ୟ ସୁରକ୍ଷା ବିଭାଗର ଜୋରଦାର ଚଢ଼ାଉ, ୧୦- ଢେଙ୍କାନାଳ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର-ତଥା-ସଚିବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସହ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା, ୧୧- ମରଣଯନ୍ତା ପାଲଟିଛି କୋରିଆପାଳ ମୁଖ୍ୟ ରାସ୍ତା,

୭୦ ବର୍ଷର ବସ୍ତିକୁ ଉଚ୍ଛେଦ ନୋଟିସ,କାନ୍ଦୁଛନ୍ତି ୧୫ ପରିବାର

କାମାକ୍ଷାନଗର – ୭୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଯେଉଁଠି ଘର କରି ରହୁଛନ୍ତି,ସେହି ଘର ଛାଡ଼ିବାକୁ ମିଳିଛି ନୋଟିସ । ରାତି ସାଢ଼େ ୮ଟାରେ ୧୩ ପରିବାରଙ୍କୁ ଘର ଉଚ୍ଛେଦ ନୋଟିସ ଦିଆଯିବା ପରେ ଏବେ ଭୟ ଓ ଅଶଙ୍କାରେ ପରିବାର । ଘର,ଜମି ହରାଇବା ଭୟରେ କାନ୍ଦି କାନ୍ଦି ଗୁହାରି କରୁଛନ୍ତି ଲୋକେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରୁ । ପରଜଙ୍ଗ ତହସିଲ କୁଆଳୋ ପଞ୍ଚାୟତ ପରମହଂସପୁର ଗାଁରେ ରହିଛି ଏହି ବସ୍ତି । ଏଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୧୩ଟି ପରିବାର ଘର କରି ରହୁଥ‌ିବା କହିଛନ୍ତି ନ୍ତି। ଜଙ୍ଗଲ-୨ କିସମ ସମ ଜମିରେ ଘର ନିର୍ମାଣ ହୋଇଥିବା ନେଇ ଅଭିଯୋଗ ପରେ ଏବେ ଆସିଛି ଉଚ୍ଛେଦ ନୋଟିସ । ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଯଦି ଏହି ପରିବାରମାନେ ଜଙ୍ଗଲ ଜମି ମିରେ ବସବାସ କରୁଥିଲେ,ତେବେ ଏତେ ବର୍ଷ ଧରି ସେମାନଙ୍କୁ କିପରି ସରକାରୀ ସେବା ମିଳୁଥୁଲା? ଅଭିଯୋଗ ଅନୁସାରେ,ଏହି ପରିବାରଙ୍କୁ ସରକାରୀ ଆବାସ,ସ୍କୁଲ,ପକ୍କା ରାସ୍ତା,ପାନୀୟ ଜଳ ଓ ବିଦ୍ୟୁତ ସେବା ଯୋ ପାଗାଇ ଦିଆଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଉଚ୍ଛେଦ ନୋଟିସ ପାଇବ ଇବା ପରେ ପରିବାରଗୁଡ଼ିକ ମଧ୍ୟରେ ଖେଳିଯାଇଛି ଆତଙ୍କ । ମୁଣ୍ଡ ଗୁଞ୍ଜିବାକୁ ଥୁବା ଘର ଭାଙ୍ଗି ଯିବା ଆଶଙ୍କା ଶଙ୍କାରେ ଭାଙ୍ଗିପଡ଼ିଛନ୍ତି ପରିବାର । ଏବେ ପ୍ରଶାସ ଶାସନ ଓ ବନ ବିଭାଗ ନିକଟରେ ପୁନଃବିଚାର ପାଇଁ ଗୁହାରି କରିଛନ୍ତି ସେମାନେ । ୭୦ ବର୍ଷରୁ ଅଧିକ ସମୟ ସମ ଧରି ଯେଉଁଠି ଘର କରି ପରିବା ରହୁଛନ୍ତି,ସେଠାରୁ ହଠାତ,ଉଚ୍ଛେଦ ନୋଟିସ । ଘର ସହ ଜଡି଼ତ ଏହି ପରିବାରଙ୍କ ରଙ୍କ ଭବିଷ୍ୟତ ଏବେ କେଉଁଠି ? ସରକାରୀ ସୁବିଧା ଯୋଗାଇବା ପରେ ଉଚ୍ଛେଦ ନୋଟିସକୁ ନେଇ ଉଠିଛି ଅନେକ ପ୍ରଶ୍ନ । ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ।

ଭୁବନ ମଝିସାହିରେ ଗ୍ୟାସ୍ ଟାଙ୍କିରୁ ନିଆଁ,ମହିଳାଙ୍କ ଉପସ୍ଥିତ ବୁଦ୍ଧିରେ ଟଳିଲା ବଡ଼ ଅଘଟଣ 

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୧୨ ନମ୍ବର ୱାର୍ଡରେ ଗ୍ୟାସ୍ ଟାଙ୍କିରୁ ହଠାତ୍ ନିଆଁ ଲାଗି ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ଘରର ଜଣେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଓ ସାହିବାସୀନ୍ଦାଙ୍କ ସାହସିକତା ଯୋଗୁଁ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ସୂଚନା ଅନୁଯାୟୀ,୧୨ ନମ୍ବର ୱାର୍ଡର ଅନିରୁଦ୍ଧ ସାହୁଙ୍କ ଘରେ ଗ୍ୟାସ୍ ଟାଙ୍କିରୁ ହଠାତ୍ ନିଆଁ ଲାଗିଥିଲା। ନିଆଁ ଲାଗିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ ଅନିରୁଦ୍ଧଙ୍କ ମା’ସରସ୍ଵତୀ ସାହୁ ପରିସ୍ଥିତିର ଗମ୍ଭୀରତାକୁ ବୁଝି ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ସେ ଜଳନ୍ତା ଗ୍ୟାସ୍ ଟାଙ୍କିଟିକୁ ଘର ବାହାରକୁ ଫିଙ୍ଗି ଦେଇଥିଲେ। ଏହାପରେ ନିଆଁକୁ ଆୟତ୍ତ କରିବା ପାଇଁ ସାହିବାସୀମାନେ ମଧ୍ୟ ସାହସର ସହ ଆଗେଇ ଆସି ଟାଙ୍କି ଉପରେ ବାଲି ପକାଇଥିଲେ। ଖବର ପାଇ ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ ଭାବେ ଆୟତ୍ତ କରିଥିଲା। ସରସ୍ଵତୀ ସାହୁଙ୍କ ତତ୍ପରତା ଏବଂ ସାହିବାସୀଙ୍କ ସାହସ ଯୋଗୁଁ ନିଆଁ ଘର ଭିତରେ ବ୍ୟାପିବା ସହ ଏକ ବଡ଼ ଅଘଟଣ ଘଟିବାରୁ ପରିବାର ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଇଛି। ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ହୋଟେଲ ସମ୍ମୁଖ ଜଙ୍ଗଲ ଜମି ଟ୍ରେଞ୍ଚ ଖୋଲିଲା ବନ ବିଭାଗ 

କାମାକ୍ଷାନଗର – ପରଜଙ୍ଗ ବ୍ଲକ କୁଆଳୋ ରାଜସ୍ବ ଗ୍ରାମର ପରମହଂସପୁର ଛକ ନିକଟ ୧୪୯ ନମ୍ବର ଜାତୀୟ ତୀୟ ରାଜପଥଠାରୁ ସୂର୍ଯ୍ୟା ହୋଟେଲ ପର୍ଯ୍ୟନ୍ତ ଜଙ୍ଗଲ କିସମ ଜମିକୁ ହେପାଜତକୁ ନେଇଛି ବନ ବିଭାଗ। ହାଟେଲ୍‌କୁ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ହୋଇ ଥିବାବେଳେ ଜଙ୍ଗଲ ଜମି ସହ ରାସ୍ତାରେ ବେଆଇନ୍ ପାର୍କି ହେଉଥିଲା। ପାଉଁଶ ଅନଲୋଡିଂ କରାଯାଉଥିବାରୁ ପରିବେଷ ପ୍ରଦୂଷିତ ହେଉଥିଲା। ଏ ନେଇ ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନବଲ୍‌ ଏନ୍‌ଭରମେଣ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍‌ଜିଟି)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଯାହାର ଶୁଣାଣି କରି ଏନ୍‌ଜିଟି ତୁରନ୍ତ ଜମିକୁ ନିଜ ହେପାଜତକୁ ନେଇ ଟ୍ରେଞ୍ଚ ଖୋଳି ତାରବାଡ଼ ଦେଇ ଚାରାରୋପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନର୍ଜିଟିଙ୍କ ଏମ୍ ନିର୍ଦ୍ଦେଶକ୍ରମେ ଏସିଏଫ୍ ନୀଳାଦ୍ରି ଦଳପତି,ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ,କାମାକ୍ଷନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ବନ କର୍ମଚାରୀ ଓ ହାତୀସ୍ଟାଡ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହୋଟେଲ୍ ସମ୍ମୁଖ ଜଙ୍ଗଲ ଜମିରେ ଟ୍ରେଞ୍ଚ୍ ଖୋଳିଦେବା ସହ ତାରବାଡ଼ ଦେଇ ଗଛ ପୋତିଥିଲେ।

ରାଷ୍ଟ୍ରୀୟ ଲୋକ ଅଦାଲତ 

କାମାକ୍ଷାନଗର -କାମାକ୍ଷାନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଲୋକ ଅଦାଲତରେ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷା ଅତିରିକ୍ତ ଜିଲା ଦୌରାଜଜ ଇତିଶ୍ରୀ ମାଳବିକା ଭୂୟାଁ ସଭାପତିତ୍ୱ କରି ମୋଟର ଦୁର୍ଘଟଣା ଜନିତ ମାମଲା ରେ ୧୮ ଲକ୍ଷ୍ୟ ଷାଠିଏ ହଜାର କ୍ଷତିପୂରଣ ଆଦାୟ କରିଥିଲେ ବରିଷ୍ଠ ଦେୱାନୀ ବିଚାରକ ମାମି ବେହେରା ଜମି ଜମା ସଂକ୍ରାନ୍ତୀୟ ମାମଲାର ବିଚାର କରି ୧୧ ଲକ୍ଷ୍ୟ ୯୫ ହଜାର ଟଙ୍କା କ୍ଷତି ପୂରଣ ଆଦାୟ କରିଛନ୍ତି l ଉପଖଣ୍ଡ ସ୍ତରୀୟ ବିଚାରକ ନିଲୋଫର ୪ ଗୋଟି ମାମଲାର ଫଇସଲା କରି ୬ ଲକ୍ଷ୍ୟ ୩୪ ହଜାର ୬୨୯ ଟଙ୍କା ଆଦାୟ କରିଛନ୍ତି l ଏଥିରେ ଓକିଲ ସଙ୍ଘ ର ସଦସ୍ୟମାନେ ସାହାଯ୍ୟ କରିଥିବା ବେଳେ ଅଦାଲତ ର କର୍ମଚାରୀମାନେ ସହାୟତା ପ୍ରଦାନ କରିଥିଲେ l

୪୦ ଫୁଟ ଗଭୀର କୂଅରେ ପଡ଼ିଥିବା ବୃଦ୍ଧା ଉଦ୍ଧାର,ଅଗ୍ନିଶମ ବାହିନୀକୁ ପ୍ରଶଂସା

ଢ଼େଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ଗ୍ରାମ ପଞ୍ଚାୟତ ରାଇପାଳ ଗାଁରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଅଘଟଣ ଘଟିଛି। ଗାଁର ୭୧ ବର୍ଷୀୟ ବୃଦ୍ଧା ଦୁଲେଇ ସାହୁ ନିଜ ବାଡ଼ି ନିକଟରେ ଥିବା ପ୍ରାୟ ୪୦ ଫୁଟ ଗଭୀର କୂଅ ନିକଟକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡ଼ିଥିଲେ। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ଧାଇଁ ଆସିଥିଲେ। କୂଅର ଗଭୀରତା ଅଧିକ ଥିବାରୁ ଗ୍ରାମବାସୀ ନିଜେ ଉଦ୍ଧାର କରିବାକୁ ସାହସ କରିପାରିନଥିଲେ ଓ ତୁରନ୍ତ ଗଁଦିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଗଁଦିଆ ଫାୟାର ଷ୍ଟେସନର ଅଧିକାରୀ ଓ କର୍ମଚାରୀମାନେ ଉଦ୍ଧାରକାରୀ ସାମଗ୍ରୀ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଅଧ ଘଣ୍ଟାର ଅକ୍ଲାନ୍ତ ପ୍ରୟାସ ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ସଙ୍ଗେ ସଙ୍ଗେ କରମୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଛି। ଅଗ୍ନିଶମ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବୃଦ୍ଧାଙ୍କ ଜୀବନ ବଞ୍ଚି ଯାଇଥିବାରୁ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

ବର୍ଷା ଦିନରେ କାମକୁ ଆସୁନି ସାଢେ 8 ଲକ୍ଷର ରାସ୍ତା ଜେଇ ଏବଂ ବିଡିଓ ଦେଖି ଯାଅନ୍ତୁ ଚାଷୀଙ୍କ ଯନ୍ତ୍ରଣା

କାମାକ୍ଷାନଗର – କାମାକ୍ଷାନଗର ବ୍ଲକର ବାଇସିଙ୍ଗା ଗ୍ରାମ ପଞ୍ଚାୟତବାସୀଙ୍କର ବର୍ଷା ଦିନରେ ରାସ୍ତା ପାଲଟିଛି ଯନ୍ତ୍ରଣା । ଏ ରାସ୍ତାରେ ବର୍ଷା ଦିନରେ ଯିବା ଆସିବା ତ ଦୂରର କଥା, ପାଦ ବି ପକାଇବାକୁ ଦି ଥର ଚିନ୍ତା କରିବ ଜଣେ ବ୍ୟକ୍ତି । ବର୍ଷା ଦିନପେ ପୂରା ରାସ୍ତା କାଦୁଅ ପଚ ପଚ ଅବସ୍ଥା । ଏହି ରାସ୍ତାଟିରେ ଗାଁର ଚାଷୀମାନେ ଯାଆସ କରିବାକୁ ବି ନିରାପଦ ମନେ କରୁନାହାନ୍ତି । ମାଳପୁରା ଗାଁ ପୋଖରୀଠାରୁ କନ୍ଦରସିଂଗାକୁ ଲମ୍ବିଛି ଏହି ମାଟି ରାସ୍ତା । ରାସ୍ତା ଉନ୍ନତିକରଣ ସକାଶେ ମାଳପୁରା ଗାଁ ପୋଖରୀଠାରୁ ରାସ୍ତାରେ ମାଟି ଓ ମୋରମ୍ ପଡିବା ନେଇ ସରକାରୀ ଫଳକ ଲାଗିଛି । ଏଥିପାଇଁ ବ୍ୟୟ ଅଟକଳ ଥିଲା 8 ଲକ୍ଷ 50 ହଜାର । ମାଟି ପକାଇବା ସକାଶେ 6 ଲକ୍ଷ 23 ହଜାର 527 ଟଙ୍କା ଏବଂ ମୋରମ ପକାଇବା ସକାଶେ 2 ଲକ୍ଷ 19 ହଜାର 852 ଟଙ୍କା ବ୍ୟୟ ମଂଜୁର ହୋଇଥିଲା । କିନ୍ତୁ ଠିକାଦାର ମହାଶୟ ଏହି ରାସ୍ତାରେ କେବଳ ମାଟି ପକାଇ କାମ ସାରିଦେଇଛନ୍ତି, ଆଦୌ ମୋରମ୍ ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ ପୂରା କାମର ବିଲ୍ ହୋଇ ସାରିଥିବା ଜଣାପଡିଛି । ଗାଁ ରାସ୍ତା ଉନ୍ନତିକରଣ କାମ କେତେ ହୋଇଛି ବାସ୍ତବତା ବର୍ଷା ଆସିବା ପରେ ଗାଁର ପ୍ରାୟ ଦେଢ ହଜାର ଲୋକ ଭୋଗୁଛନ୍ତି । ଏହି ରାସ୍ତାରେ ସମସ୍ତେ ନିଜ ଜମିକୁ ଯିବା ବେଳେ କାଦୁଅ ପଚପଚ ରାସ୍ତାରେ ପାଦ ରଖିବାକୁ ଭୟ କରୁଛନ୍ତି । କିଛି ଲୋକ ଅଧା ବାଟରେ ଫସିବା ପରେ ଘରକୁ ଫେରି ଆସନ୍ତି, କିଛି କାଦୁଅ ରାସ୍ତାରେ ପଡି ଅନେକ ଶ୍ରମିକ ଖଣ୍ଡିଆ ହେବାର ବି ନଜିର ରହିଛି । ଠିକାଦାର ମହାଶୟ ଯଦି ଏହି ରାସ୍ତାରେ ମାଟି ସହିତ ମୋରମ୍ ପକାଇଥାନ୍ତେ, ତେବେ ରାସ୍ତା ଅବସ୍ଥା ବର୍ଷା ଦିନରେ ଏମିତି ହୋଇନଥାନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ମାଳପୁରା ଗାଁଠାରୁ କେନ୍ଦୁପଶି ରାସ୍ତାର ଅବସ୍ଥା ନେଇ କାମାକ୍ଷାନଗର ବ୍ଲକର ଜେଇ ପାର୍ଥବୀ ଦେହୁରୀଙ୍କୁ ଜଣାଇଥିଲେ ମଧ୍ୟ, କିଛି ଫଳ ହୋଇନଥିବା ସୂଚନା ମିଳିଛି । ବର୍ଷା ଦିନରେ ଏହି ରାସ୍ତା ସମସ୍ୟା ନିଜେ ବିଡିଓ ଏବଂ ଜେଇ ମହାଶୟ ଦେଖି ଆସିଲେ, ବାସ୍ତବତା ଜାଣିପାରନ୍ତେ । ଆଗକୁ ଚାଷୀ ଏହି ରାସ୍ତା କାମକୁ ନେଇ ଆନ୍ଦୋଳନକୁ ଆସିବେ ବୋଲି କହିଛନ୍ତି ।

ଗଣେଶ ପୂଜା ଶାନ୍ତି କମିଟି ବୈଠକ 15 ଟି ମଣ୍ଡପରେ ପୂଜା ପାଇବେ ଗଜାନନ 18ରେ ମିଳିତ ଭସାଣି

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ସହରରେ ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଁଦିଆବ୍ଲକ ସଭାଗୃହରେ ଗଁଦିଆ ତହସିଲଦାର ସତ୍ୟଜିତ ମହାପାତ୍ର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ପବିତ୍ର କୁମାର ବେହେରା ତଥା ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷ ର ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ , ଗଁଦିଆ ଥାନା ଆରକ୍ଷୀ ନିରୀକ୍ଷକ ପ୍ରତାପ ଚନ୍ଦ୍ର ଦଳେଇ, , ମେଳଣ କମିଟି ସଭାପତି ଦେବୀ ପ୍ରସାଦ ଦାସ,ସମ୍ପାଦକ ଶୁରଜ ଭୁତିଆ,ଶକ୍ତି ପ୍ରସାଦ ରଣା ଦାସ, ପ୍ରଦୀପ କୁମାର ସାହୁ ଓକିଲ ସଂଘର ସଭାପତି, ତାପସ କୁମାର ରାଉତ ସମାଜସେବୀ, ମଙ୍ଗରାଜ ବାରିକି ପୂର୍ବତନ ସରପଞ୍ଚ, ଗଁ ଦିଆ, ମଳୟ କୁମାର ସିଂ ଗଁଦିଆ ବ୍ଲକ ର ପୂର୍ବତନ ଅଧକ୍ଷ, ରତିକାନ୍ତ ସାହୁ ସରପଞ୍ଚ ପରୁହଖୋଜ, ଦମ୍ବୁରୁଧର ସେଠି, ସୁବ୍ରତ କୁମାର ସାହୁ, ଦେବେନ୍ଦ୍ର ଜେନା,ଅଜିତ ପ୍ରସାଦ ରାଉତ,ପ୍ରଦୀପ ସାହୁ, ଦୁମଜେନା, 15ଟି କ୍ଳବର ସଭାପତି,ସମ୍ପାଦକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ରୁ 16 ଟି ମଣ୍ଡପରେ ପ୍ରଭୁ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେବ । 18 ତାରିଖ ଦିନ ମେଲଣ ପଡିଆ, (ପାଲା ମଣ୍ଡପ )ରେ ଗଣେଶ ମେଲଣ ଅନୁଷ୍ଠିତ ହେବ । 18 ତାରିଖ ମଧ୍ୟାହ୍ନ ରେ ମିଳିତ ଭସାଣି ଅନୁଷ୍ଠିତ ହେବ । ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ,ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପଦକ୍ଷେପ ନେବାକୁ କୁହାଯାଇଛି l

କରନ୍ଦା ଗୋଚର ଜମି ଉଛେଦ ପାଈଁ ଗୁହାରି ଶୁଣିଲେନି ପ୍ରଶାସନ  ତାତିଲେ ଜନତା  ଭାଙ୍ଗିଲେ ବାଡ଼  ପୋଲିସ କହିଲା ଜାଗା ଛାଡ଼ 

 ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ପିଙ୍ଗୁଆ ରାଜସ୍ବ ସର୍କଲ ଅଧିନସ୍ଥ  ଦଶମାଣପାଟଣା ଗ୍ରାମ ପଞ୍ଚାୟତ କରନ୍ଦା ଗ୍ରାମର ସମସ୍ତ ଗ୍ରାମବାସି ଗୋଚର ଜମି ବୃକ୍ଷରୋପଣ କୁ ବିରୋଧ କରିଛନ୍ତି। ଏନେଇ ମନ୍ତ୍ରୀ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଓଡ଼ିଶା,ସରକାର କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାପାଳ, ଢେଙ୍କାନାଳ ଆଶିଷ ଈଶ୍ୱର ପାଟିଲ ଉପଜିଲ୍ଲାପାଳ, ଢେଙ୍କାନାଳ ପଦ୍ମନାଭ ସାହୁ ଗଁଦିଆ ତହସିଲଦାର ଙ୍କୁ ଲିଖିତ ଅଭାବେ ଉଛେଦ ପାଈଁ ଗୁହାରି କରିଥିଲେ । କରନ୍ଦା ( ଖାତା ନମ୍ବର 618 ପ୍ଲଟ ନଂ – 2799 ଗୋଚର, ପ୍ଲଟ ନ” -2419 ଗ୍ରାମ୍ୟ ଜଙ୍ଗଲ) 16 ଏକର ଥିବା ସତ୍ତ୍ୱେ କେହି ଦୂର୍ବୃତ ତାକୁ ବେଆଇନ୍ ଭାବେ ଗୋଚର ଏବଂ ଗ୍ରାମ୍ୟ ଜଙ୍ଗଲ ଜମିରେ ଥିବା ଗଛ ଗୁଡ଼ିକୁ JCB ମାଧ୍ୟମରେ ଉପାଡ଼ି ଦେଇ ନୂଚନ ବୃକ୍ଷ ରୋପଣ କରି ଚତୁଃପାର୍ଶ୍ୱରେ ତାର ବାଡ ଦେଇଛନ୍ତି ।ପଞ୍ଚାୟତ/ଗ୍ରାମର ବିନା ପରାମର୍ଶରେ ଏହି କାର୍ଯ୍ୟ ଚାଲୁ ରହିଛି। ବେଆଇନ ତାର ବାଡ଼ ବିଛାଇଥିବା ଲୋକଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୌଜା-କରନ୍ଦା ବେଆଇନ୍‌ ଜବର ଦଖଲରେ ଥିବା ସମସ୍ତ ଜମିର ତାର ବାଡ଼କୁ ଉଚ୍ଛେଦ କରାଯିବା ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିକୁ ତୁରନ୍ତ ମୌଜା-କରନ୍ଦାକୁ ଫେରସ୍ତ କରାଯିବା ସହ କେଉଁ ସରକାରୀ ଅଧିକାରୀଙ୍କ ପରାମର୍ଶ ଦ୍ବାରା ମୌଜା-କରନ୍ଧା ଜମିକୁ ଅନ୍ୟ ଗ୍ରାମର ବ୍ୟକ୍ତି ଜବର ଦଖଲ କରିଛନ୍ତି ତାଙ୍କ ବିପକ୍ଷରେ ଯଥାଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା,ଦଶମାଣପାଟଣା ଗ୍ରାମ ପଞ୍ଚାୟତର କରନ୍ଦା ଗ୍ରାମର ସାଧାରଣ ଜନତାଙ୍କ ଗୋଚର ଏବଂ ଗ୍ରାମ୍ୟ ଜଙ୍ଗଲ ଜମିକୁ ତୁରନ୍ତ ଫେରସ୍ତ କୁ ଦାବି ରଖିଛନ୍ତି।ଦୀର୍ଘ ଦିନ ହେଲା ସରକାର ଙ୍କୁ ଜଣାଇବା ପରେ କୌଣସି ପଦକ୍ଷେପ ନିଆ ନଯିବାରୁ ଗ୍ରାମବାସି ଆଇନିକୁ ହାତ ନେଇ ବାଡ଼ ଭାଙ୍ଗିବାକୁ ଶୁକ୍ରବାର ତାର ବାଡ଼ ଓ ଖୁଣ୍ଟି ଓପାଡିଛନ୍ତି। ପୋଲିସ ପହଂଚି ଉତେଜନା କୁ ପ୍ରଶମିତ କରିଛନ୍ତି।

 ଟୋଲରପଶି ଗ୍ରାମ କମିଟି ଏହି ଗଛ ଲଗାଇବାକୁ ଯୋଜନା କରିଥିଲେ। ସମସ୍ତ ଟଙ୍କା ଖର୍ଚ୍ଚ କରି ଗଛ ଲଗାଇଲେ। ତାର ବାଡ଼ ଦେଲେ, ଜଗୁଆଳି ରଖିଲେ। ହେଲେ କରନ୍ଦା ଗ୍ରାମବାସୀ କୌଣସି ପ୍ରକାର ପଚାରିଲେ ନାହିଁ ତେଣୁ କରନ୍ଦା ଗ୍ରାମବାସୀ ପ୍ରଥମେ ପ୍ରଶାସନ 15 ଦିନ ପୂର୍ବରୁ ଲିଖିତ ଜଣାଇଲେ। ନ ଶୁଣିବାରୁ ନିଜେ ତାତିଲେ, ମାତିଲେ ଗଛ ରହିଲା ବାଡ଼ ରହିଲା। ଟୋଲରପଶି ର ମୁରବୀ କୁହନ୍ତି ଗଛ ଲଗାଇବା ଅପରାଧ ନୁହେଁ, ଏଥି ପାଈଁ ଅନୁମତି ଆବଶ୍ୟକ ଦରକାର ପଡ଼େନି। ଆମ ଗ୍ରାମତରଫରୁ କରନ୍ଦା ଗ୍ରାମକୁ ନ ଜଣାଇବା ଭୁଲ ହୋଇଛି ବୋଲି କୁହନ୍ତି ପ୍ରଶାନ୍ତ ନାୟକ। 

ଗୋଚର ଜମିରେ ଗଛ ଲଗାନ୍ତୁ କିନ୍ତୁ ଉଭୟ ଗ୍ରାମବାସୀଙ୍କ ସହମତିରେ ହେଉ। ଗ୍ରାମବାସୀ କିଛି କ୍ଷତି କରିନାହାନ୍ତି। ପ୍ରଶାସନ କିଛି ନବୁଜିବାରୁ ଆଜି ଏ ଅବସ୍ଥା ବୋଲି କୁହନ୍ତି ଦଶମାଣପାଟଣା ର ଯୁବ ନେତା ବୁଲୁ ନାୟକ।  ଆମେ ଆଦିବାସୀ, ଜଙ୍ଗଲ ଆମର ମା, ଏଠାରୁ ଜାଳ ସଂଗ୍ରହ କରିବା ଆମର କାମ। ଆମକୁ ଆମ ଅଧିକାର ରୁ ବଂଚିତ କରାନଯାଉ। ଜଙ୍ଗଲ କମିଟି ଗଠନ ହେଉ ଉଭୟ ଗ୍ରାମବାସୀ ରୁହନ୍ତୁ ବୋଲି କୁହନ୍ତି ଆଦିବାସୀ ନେତା ଅଧୀର ବେହେରା।  ଘଟଣା ବିଷୟରେ ଅବଗତ ଅଛୁ। ପରିଦର୍ଶନ କରିବୁ ଦେଖିବୁ , ବାଡ଼ ଭଂଗାଯାଇଛି। ଉଭୟ ଗ୍ରାମବାସୀ ଙ୍କୁ ନେଇ ସମାଧନର ବାଟ ବାହାର କରାଯିବାକୁ ଯୋଜନା କରାଯିବ ବୋଲି କୁହନ୍ତି ତହସିଲଦାର ସତ୍ୟଜିତ ମହାପାତ୍ର ।

ଢେଙ୍କାନାଳରେ ଖାଦ୍ୟ ସୁରକ୍ଷା ବିଭାଗର ଜୋରଦାର ଚଢ଼ାଉ

୨୪୦ କିଲୋଗ୍ରାମ ବାସି ଓ ମିଆଦ ପୂରିଯାଇଥିବା ଖାଦ୍ୟ ତଥା ୩୪ ଲିଟର ବ୍ୟବହୃତ ତେଲ ନଷ୍ଟ

୧.୭୭ ଲକ୍ଷ ଟଙ୍କା ଜରିମାନା ଆଦାୟ; ୧୧ଟି ନମୁନା ପରୀକ୍ଷା ପାଇଁ ପ୍ରେରଣ

ଢେଙ୍କାନାଳ- ଆଗାମୀ ପବିତ୍ର ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ତଥା ଜନସାଧାରଣଙ୍କୁ ନିରାପଦ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଆଜି ଢେଙ୍କାନାଳ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯାଇଛି।

ଏହି ସ୍ୱତନ୍ତ୍ର ଅଭିଯାନରେ ସହରର ବିଭିନ୍ନ ମିଠା ଦୋକାନ, ହୋଟେଲ, ଫାଷ୍ଟଫୁଡ୍ କେନ୍ଦ୍ର ଏବଂ ଫଳ ଗୋଦାମ ସମେତ ମୋଟ ୧୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା।

ପ୍ରମୁଖ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ:

ବାସି ଖାଦ୍ୟ ଓ ତେଲ ନଷ୍ଟ: ଯାଞ୍ଚ ସମୟରେ ପ୍ରାୟ ୨୪୦ କିଲୋଗ୍ରାମ ବାସି ତଥା ମିଆଦ ପୂରିଯାଇଥିବା (Expired) ଖାଦ୍ୟ ସାମଗ୍ରୀ ଏବଂ ବାରମ୍ବାର ରନ୍ଧା କାର୍ଯ୍ୟରେ ବ୍ୟବହୃତ ୩୪ ଲିଟର ପୋଡ଼ା ତେଲକୁ ଘଟଣାସ୍ଥଳରେ ହିଁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।

୧.୭୭ ଲକ୍ଷ ଟଙ୍କା ଜରିମାନା: ପ୍ରତିଷ୍ଠାନଗୁଡ଼ିକରେ ଅସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀର ଅସୁରକ୍ଷିତ ସଂରକ୍ଷଣ ତଥା ଫଳ ଗୋଦାମରେ କ୍ଷତିକାରକ କାର୍ବାଇଡ୍ (Carbide) ବ୍ୟବହାର କରିବା ଅଭିଯୋଗରେ ଖିଲାପକାରୀଙ୍କ ଠାରୁ ସର୍ବମୋଟ ୧,୭୭,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ନମୁନା ସଂଗ୍ରହ: ବିଭିନ୍ନ ସନ୍ଦିଗ୍ଧ ଖାଦ୍ୟ ସାମଗ୍ରୀର ୧୧ଟି ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀ ବିଶ୍ଳେଷଣ ପାଇଁ ପଠାଯାଇଛି।ପାର୍ବଣ ଋତୁରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳବାଡ଼ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଗାମୀ ଦିନରେ ଏହିପରି କଠୋର ଯାଞ୍ଚ ଅଭିଯାନ ନିରନ୍ତର ଜାରି ରହିବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି। ସମସ୍ତ ବ୍ୟବସାୟୀ ସ୍ୱଚ୍ଛତା ରକ୍ଷା କରିବା ସହ ଖାଦ୍ୟ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ମିଳିତ ଚଢ଼ାଉରେ ଉପଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଏମ. ସ୍ଵାଗତିକା, ପୁଲିସ ଟିମ୍, ଢେଙ୍କାନାଳ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ସାମିଲ ହୋଇଥିଲେ।

ଢେଙ୍କାନାଳ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର-ତଥା-ସଚିବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସହ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା

ଢେଙ୍କାନାଳ- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ଅସ୍ୱଥୀ ଏସ୍.ଙ୍କ ନେତୃତ୍ୱରେ ୧୬ ଜଣିଆ ସ୍ୱାସ୍ଥ୍ୟ ବିଭାଗୀୟ ଟିମ୍ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କିତ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି କ୍ଷେତ୍ର ପରିଦର୍ଶନଗୁଡ଼ିକ ସମାପ୍ତ ହେବା ପରେ, ଢେଙ୍କାନାଳ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ (Infection Prevention and Control) ବ୍ୟବସ୍ଥା ତଥା ଏ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଉପରେ ମୁଖ୍ୟତଃ ସମୀକ୍ଷା କରାଯାଇଥିଲା।ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥା, ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ଲୋକଙ୍କୁ ଗୁଣାତ୍ମକ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଆଲୋଚିତ ପ୍ରମୁଖ ପ୍ରସଙ୍ଗ:

ମାତୃ ଓ ଶିଶୁ ସ୍ୱାସ୍ଥ୍ୟ: ପ୍ରସୂତୀ କକ୍ଷ ଓ ଅପରେସନ୍ ଥିଏଟରର ମାନ ବୃଦ୍ଧି, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (PMSMA) ଓ ମମତା ଦିବସର ଉନ୍ନତୀକରଣ ତଥା ବିପଦସଙ୍କୁଳ ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା ଏବଂ ପ୍ରସବପୂର୍ବ ପରାମର୍ଶ ଉପରେ ଗୁରୁତ୍ୱ।

ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକରଣ ପରିଚାଳନା: ମାନବ ସମ୍ବଳର ସଠିକ୍ ବଣ୍ଟନ, ଗେଜେଲ୍ ମେସିନ୍‌ର ଉପଯୁକ୍ତ ବ୍ୟବହାର, ରେକର୍ଡ/ରେଜିଷ୍ଟରର ସଠିକ୍ ରକ୍ଷଣାବେକ୍ଷଣ, ହାଇବ୍ରିଡ୍ ICU ପରିଚାଳନା ଏବଂ ଏସ୍.ସି.ବି. (SCB) ମେଡିକାଲକୁ ରେଫର୍ ହେଉଥିବା ରୋଗୀଙ୍କ ନିୟମିତ ଅଡିଟ୍।

ଔଷଧ ସୁରକ୍ଷା: ମିଆଦ ପୂରିଯାଇଥିବା (Expiry) ଔଷଧ ଗୁଡ଼ିକର ନିରାପଦ ନିଷ୍କାସନ ଏବଂ ସଠିକ୍ ହିସାବ ରଖିବା।ଅମ୍ଳାନ’ (AMLAN) କାର୍ଯ୍ୟକ୍ରମ: ସାଧାରଣ ଓ ଆବାସିକ ବିଦ୍ୟାଳୟରେ ଏହାର ସଫଳ ରୂପାୟନ ଏବଂ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକତା ଅନୁଯାୟୀ ଲୌହସାର ବଟିକା (IFA) ପ୍ରଦାନ।ଉତ୍ତରଦାୟିତ୍ୱ ଓ କଡ଼ାକଡ଼ି ଅନୁଧ୍ୟାନ: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ଓ ସେକ୍ଟର ବୈଠକ ବାଧ୍ୟତାମୂଳକ; କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ।

ଜିଲ୍ଲା ଗସ୍ତର ଅଂଶ ଭାବେ ସୁଶ୍ରୀ ଅସ୍ୱଥୀ ଏସ୍. ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସେଠାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଚିକିତ୍ସାଳୟର ବିଭିନ୍ନ ବିଭାଗର କାର୍ଯ୍ୟପ୍ରଣାଳୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା ସମ୍ପର୍କରେ ସୂଚନା ନେଇଥିଲେ।ଏହାପରେ କମିଶନର-ତଥା-ସଚିବ କଲୋନୀ ସାହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଶିଶୁମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ଅଙ୍ଗନବାଡ଼ି କେନ୍ଦ୍ରରେ ଅଂଶଗ୍ରହଣ ଓ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ପଚାରି ବୁଝିଥିଲେ। ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ଯୋଜନା ଓ ସେବାଗୁଡ଼ିକର ରୂପାୟଣ ସମ୍ପର୍କରେ ସେ ସମ୍ପୃକ୍ତ କର୍ମଚାରୀମାନଙ୍କଠାରୁ ସୂଚନା ନେଇଥିଲେ।

ଜିଲ୍ଲା ଗସ୍ତ ସମୟରେ ସୁଶ୍ରୀ ଅସ୍ୱଥୀ ଏସ୍. ଢେଙ୍କାନାଳରେ ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ପାଇଁ ଚିହ୍ନଟ ହୋଇଥିବା ଜମି ମଧ୍ୟ ପରିଦର୍ଶନ କରିଥିଲେ। ସେ ପ୍ରସ୍ତାବିତ ସ୍ଥାନର ସ୍ଥିତି ଓ ଅବସ୍ଥାନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଚିହ୍ନଟ ହୋଇଥିବା ଜମିର ଅବସ୍ଥାନ ସମ୍ପର୍କରେ ସେ ସନ୍ତୋଷ ପ୍ରକାଶ କରିଥିଲେ।ଏହି ଅବସରରେ ସେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କିତ ଚାଲୁଥିବା ବିଭିନ୍ନ ସିଭିଲ୍ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସେ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ ସୂଚନା ନେବା ସହ ନିର୍ମାଣ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ସମୟୋପଯୋଗୀ ଭାବେ ସମ୍ପନ୍ନ କରିବା ସହ ନିର୍ଦ୍ଧାରିତ ମାନଦଣ୍ଡ ଓ ଗୁଣବତ୍ତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

କମିଶନର-ତଥା-ସଚିବ ନିୟମିତ ତଦାରଖ, ଉପଯୁକ୍ତ ସମନ୍ୱୟ ଏବଂ ଯୋଜନାବଦ୍ଧ ପଦକ୍ଷେପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ନିର୍ଦ୍ଧାରିତ ପ୍ରୋଟୋକଲ୍‌ର ଅନୁପାଳନ ଏବଂ ସେବାର ମାନ ବଜାୟ ରଖିବା ଦିଗରେ ନିରନ୍ତର ଧ୍ୟାନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏହି ଗସ୍ତ ସମୟରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍, ଢେଙ୍କାନାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ଢେଙ୍କାନାଳ ସଦର ବିଡିଓ ଶ୍ରୀ ରାହୁଲ ମଣ୍ଡଳ, ଢେଙ୍କାନାଳ ସଦର ତହସିଲଦାର ଶ୍ରୀ ସ୍ୱାଧୀନ କୁମାର ବେହେରା, ଟ୍ରେନି ଆଇଏଏସ୍ ପ୍ରୋବେସନର୍ ସୁଶ୍ରୀ ସୁଧା ଚୌହାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ମରଣଯନ୍ତା ପାଲଟିଛି କୋରିଆପାଳ ମୁଖ୍ୟ ରାସ୍ତା

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ କୋରିଆପାଳ ସେବାଶ୍ରମ ଠାରୁ ରାଇବୋଲ ଓ ବିରାଶାଳକୁ ସଂଯୋଗ କରୁଥିବା ରାସ୍ତା ଏବେ ପାଲଟିଛି ମରଣ ଯନ୍ତା । ନାଳୀ କଚା ରାସ୍ତା ହୋଇଥିବାରୁ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି। ତା’ ସାଙ୍ଗକୁ ପ୍ରତିଦିନ ଅଧିକ ସଂଖ୍ୟାରେ ଯାନବାହନ ଚଳାଚଳ କରିବା ଯୋଗୁଁ ରାସ୍ତାରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଛି। ଫଳରେ ଯାତାୟାତ କରିବା ଲୋକଙ୍କ ପାଇଁ ବିପଦଜନକ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି l ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକ—ସମସ୍ତଙ୍କ ପାଇଁ ଏହି ରାସ୍ତା ଏକ ପ୍ରମୁଖ ଯାତାୟାତ ରାସ୍ତା।କିନ୍ତୁ ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଶେଷକରି ବର୍ଷା ସମୟରେ ଗାଡ଼ ଭିତରେ ପାଣି ଜମି ରହିବାରୁ କେଉଁଠି ରାସ୍ତା ସମତଳ ଅଛି ତାହା ଜଣାପଡ଼ୁନାହିଁ।ଏଭଳି ସ୍ଥିତିରେ ରାସ୍ତାର ତୁରନ୍ତ ମରାମତି ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି l ଏବେ ଦେଖିବାକୁ ବାକି ରହିଲା, ସ୍ଥାନୀୟ ଲୋକଙ୍କ ଏହି ଦାବି ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି ଦେଖିବା କୁ ବାକିରହିଲା।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ଼ରେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଚିନ୍ଦାଗୁଡ଼ାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ସ୍ଥାନୀୟ ରୋଜଗାର ସୁଯୋଗର ସଦୁପଯୋଗ କରି ପ୍ରବାସ ରୋକିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

ବିହନ ଉତ୍ପାଦକ ଙ୍କ ବୈଠକ 

masiha

Leave a Comment

error: Content is protected !!