ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭଙ୍ଗାଗଲା ଅଫିସର ଗେଟ ; ଲୋକେ ହେଲେ ଆଶ୍ୱସ୍ତ ; ଖୁସି ମନାଇଲା ନାଗରିକ ମଂଚ , ୨- ନଡ଼ାଛପର ସାଙ୍ଗକୁ ମୁକୁଳା ଘର, ପାଲଟିଛି ଆଶ୍ରୟସ୍ଥଳ

ଭଙ୍ଗାଗଲା ଅଫିସର ଗେଟ ; ଲୋକେ ହେଲେ ଆଶ୍ୱସ୍ତ ; ଖୁସି ମନାଇଲା ନାଗରିକ ମଂଚ 

 ରାଇରଙ୍ଗପୁରତା ୧୩/୦୯ ; ଉଦଳା ସହର ମଧ୍ୟରେ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲାଗିକରିଥିବା ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଏକ ଗେଟ ବସାଯାଇଥିଲା । ଯାହାକି ଅଫିସର ଗେଟ ନାମରେ ପରିଚିତ ଥିଲା । ଏଠାରେ ସେ ସମୟରେ କାର୍ଯ୍ୟରତ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଗେଟ ବସାଯାଇଥିବାରୁ ଲୋକେ ଏହାକୁ ଅଫିସର ଗେଟ ବୋଲି କହୁଥିଲେ । କେବଳ ପାଦରେ ଚାଲି ଚାଲି ଯାଉଥିବା ଲୋକେ ଏହି ରାସ୍ତା ଦେଇ ଯାତାୟତ କରି ପାରୁ ଥିବା ବେଳେ, ସାଇକ. ମଟରସାଇକଲ ଠାରୁ ଆରମ୍ଭ କରି କୌଣସି ଯାନବାହାନ ଚଳପ୍ରଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ଉକ୍ତ ରାସ୍ତା ଦେଇ ନିୟମିତ ଲୋକେ ଷ୍ଟେଟ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଆର.ଆଇ. ଅଫିସ, ଆହର କେନ୍ଦ୍ର, ପାଠାଗାର ଇତ୍ୟାଦିକୁ ଯାତାୟତ କରୁଥିଲେ । ହଠାତ ରାସ୍ତାର ଏପରି ଅବରୋଧକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଖେଳି ଯାଇଥିଲା । କିନ୍ତୁ ସେ ସମୟରେ ସମଗ୍ର ଓଡ଼ିଶାରେ ଅଫିସର ରାଜର ଉତ୍କଟ ରୂପ ବେଶ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ସେଥିମଧ୍ୟରୁ ଏହି ଘଟଣାଟି ମଧ୍ୟ ଏକ ଦୃଶ୍ୟ ବୁଝିବାରେ କିଛି ଅସୁବିଧା ନଥିଲା । ଅଫିସର ରାଜ ବିରୁଦ୍ଧରେ ସେ ସମୟରେ ସ୍ୱରଉତୋଳନ କରିବା ପାଇଁ ସାଧାରଣ ଲୋକେ ଭୟ କରୁଥିଲେ । ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ଆସିଲା । ଦିର୍ଘ ୨୪ବର୍ଷ ଓଡ଼ିଶାରେ ଶାସନ ଚଳାଇଥିବା ଏକ ରାଜନୈତିକ ଦଳର ପତନ ଘଟିଲା । ଏହା ସହିତ ଚାଲିଆସୁଥିବା ଅଫିସର ରାଜର କଳାବାଦଲ ସମଗ୍ର ଓଡ଼ିଶାର ଆକାଶରୁ ଆପଣାଛାଏଁ ଉଭେଇଗଲା । ଏତିକିବେଳେ ଅଫିସର ଗେଟକୁ କେନ୍ଦ୍ର କରି ଥିବା ଅସନ୍ତୋଷ ଉଗ୍ରରୁପ ନେବାକୁ ଯାଉଛି ଜାଣିପାରି ଉପଜିଲ୍ଲାପାଳ ଗେଟଟିକୁ ଉଠାଇଦେଲେ । କିନ୍ତୁ ଅଣଓସାରିଆ ରାସ୍ତା ସାଙ୍ଗକୁ ଉଭୟ ପାଶ୍ୱର୍ରେ ହମ୍ପସ୍ ବସାଇଥିଲେ । ଉଦଳାରେ ଗଢ଼ି ଉଠିଥିବା ସଚେତନ ନାଗରିକ ମହାମଂଚ ଏହାକୁ ବିରୋଧ କରି ରାସ୍ତାଟିକୁ ସମ୍ପୁର୍ଣ୍ଣ ଖୋଲା ରଖିବା ସହ ହମ୍ପସ୍ ଉଠାଇଦେବାକୁ ଦାବି ଜଣାଇଥିଲା । ପରେ ଚଳିତ ସେପ୍ଟେମ୍ବର ୧୨ତାରିଖ ଶନିବାର ଦିନ ପାଚେରି ଭଙ୍ଗା ଯାଇ ରାସ୍ତା ଓସାରିଆ କରାଯିବା ସାଙ୍ଗକୁ ହମ୍ପସ୍ ସମ୍ପୁର୍ଣ୍ଣ ଉଠାଇଦିଆ ଯାଇଛି । ଏଥିରେ ସାଧାରଣ ଲୋକେ ଆଶ୍ୱସ୍ଥ ହେବା ସାଙ୍ଗକୁ ନାଗରିକ ମଂଚ ଖୁସି ମନାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ଦ୍ୱାରା ଅଫିସର ରାଜକୁ ଶକ୍ତ ଚାପୁଡ଼ା ମାଡ଼ ବସିଛି ବୋଲି ବହୁ ଲୋକ ମତ ଦେଉଥିବାର ଶୁଣିବାକୁ ମିଳୁଛି ।

  ନଡ଼ାଛପର ସାଙ୍ଗକୁ ମୁକୁଳା ଘର, ପାଲଟିଛି ଆଶ୍ରୟସ୍ଥଳ 

ବାରିପଦା – ତା ୧୩/୦୯ ; କପ୍ତିପଦା ବ୍ଲକର ମଝିଗଡ଼ିଆ ପଂଚାୟତ ଅନ୍ତର୍ଗତ ଛତ୍ରାମ୍ବ ଗ୍ରାମର ବାସିନ୍ଦା ମୋତି ସିଂଙ୍କ ପରିବାର ନଡ଼ାଛପର ସାଙ୍ଗକୁ ମୁକୁଳା ଘରେ ଆଶ୍ରୟ ନେଇଛନ୍ତି । ଦିନମଜୁରିଆ ଭାବରେ କାମ କରି ଦୈନନ୍ଦିନର ଗୁଜୁରାଣ ମେଂଟାଉଥିବା ଏହି ପରିବାରକୁ ଆବାସ ଯୋଜନାରେ ଘର ମିଳିନଥିବାରୁ ଏପରି ଅବସ୍ଥାରେ ରାତି ବିତାଇବାକୁ ବାଧ୍ୟ ହୋଇଥିବାର ଜଣାଇଛନ୍ତି । ପରିବାରର ମୋଟ ସଦସ୍ୟ ୪ଜଣ ହୋଇଥିବା ବେଳେ ପାଇଖାନା ଓ ପାଣିପାଇଁ ତାଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ଆର୍ଥିକ ଅବସ୍ଥା ଆଦୌ ଭଲ ନଥିବା ଯୋଗୁଁ ମୋତି ସିଂଙ୍କର ୨ପୁତ୍ର ମାଟ୍ରିକ ପାସ କରିବା ପରେ କଲେଜରେ ପାଠ ପଢ଼ିପାରିଲେ ନାହିଁ । ମାଟ୍ରିକ ପାସ ପରେ ପାଠପଢ଼ାରେ ବାଧ୍ୟ ହୋଇ ଡ଼ୋରି ବାନ୍ଧିଥିବା ଏହି ୨ ପୁତ୍ର ସନ୍ତାନ ଦିନମଜୁରିଆ ଭାବରେ କାମ କରି ଏବେ ପରିବାର ଚଳାଉଛନ୍ତି । ଉକ୍ତ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ଜନଜାଗୃତି ମଂଚର ସଦସ୍ୟ ମାନେ ଅନୁରୋଧ ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

masiha

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!