ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ମୟ ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ସଭା ଆୟୋଜିତ ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ଡକ୍ଟରେଟ ସମ୍ମାନ 

ଚିନ୍ମୟ ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ସଭା ଆୟୋଜିତ

ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ଡକ୍ଟରେଟ ସମ୍ମାନ 

ରାଉରକେଲା : ସାରନଗରୀ ସ୍ଥିତ ଚିନ୍ମୟା ପବ୍ଲିକ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଚିନ୍ମୟ ଏକାଡେମୀର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀ ଙ୍କୁ ଗତ ୨୩ ଅଗଷ୍ଟରେ ନୂଆଦିଲ୍ଲୀ ସ୍ଥିତ ୱାର୍ଲ୍ଡ କଲଚରାଲ ଆଣ୍ଡ ଏଜୁକେସନାଲ ଅର୍ଗାନାଇଜେସନ ଦ୍ୱାରା ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିବାରୁ , ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଦକ୍ଷିଣ ରାଉରକେଲାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସଭାରେ ନିର୍ଦ୍ଦେଶକ ଡଃ ତ୍ରିନାଥ ଦାଶ ମୋହିନୀ, ଅତିଥି ଭାବେ ରାଉରକେଲା ସରକାରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ଡଃ କରୁଣାକର ପାଟ୍ଟଶାଣୀ, ପ୍ରସିଦ୍ଧ ସଂସ୍କୃତ ଶିକ୍ଷକ ଓ କବି ହରିହର ବେହେରା, ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସୁବାସ ପାତ୍ର, ଅବସରପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଅରବିନ୍ଦ ରାୟ, ଅବସରପ୍ରାପ୍ତ ଗଣିତ ଶିକ୍ଷକ ରଞ୍ଜିତ ସାମନ୍ତରାୟ, ପ୍ରସିଦ୍ଧ କବୟିତ୍ରୀ ଶ୍ୱେତାଲିନା ଶତପଥୀ ଓ ସୁଚିସ୍ମିତା, ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ଦାଶ, ସହକାରୀ ଶିକ୍ଷୟିତ୍ରୀ ଇରା ମହାନ୍ତି ଓ ଗୋପିକା ପ୍ରମୁଖ ଡ଼ଃ ଦାଶ ମୋହିନୀ ଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଡ଼ଃ ଦାଶ ମୋହିନୀ ଙ୍କୁ ଏକ ଅନୁଷ୍ଠାନ, ଅଗ୍ରଣୀ ବ୍ୟକ୍ତିତ୍ଵ, ଶିକ୍ଷା ଓ ସମାଜସେବା ପ୍ରତି ପ୍ରତିବଦ୍ଧତା ରଖିଥିବା ତଥା ସର୍ବୋପରି ଜଣେ ସହୃଦୟ ବ୍ୟକ୍ତିତ୍ଵ ର ଅଧିକାରୀ ବୋଲି ମତ ରଖିଥିଲେ।

       ଏହି ଅବସରରେ ସଚିବ ପ୍ରତିଭା ଦାଶମୋହିନୀ, ଉପ-ନିର୍ଦ୍ଦେଶକ ରାଜେଶ ଦାଶମହନ୍ତି, ଚିନ୍ମୟା ପବ୍ଲିକ ସ୍କୁଲ ଓ ଚିନ୍ମୟା ଟେକ୍ନିକାଲ ଏକାଡେମୀର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟିତ୍ରୀ ବୀଣାପାଣି ସାହୁ ପରିଚାଳନା କରିଥିବା ବେଳେ ଶ୍ରୀ କୈଳାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅତିଥି ଓ ଶିକ୍ଷକମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂଘର ବୈଠକ

Sunil Chandra Nayak

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

masiha

ବନ୍ଧୁଗାଁ ସରପଞ୍ଚ ସରକାରଙ୍କ ତରଫରୁ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ରେ ୨୫ ଜଣଙ୍କୁ ନାମ ପଞ୍ଜିକରଣ କରାଇ ସ୍କୁଲ ଚାଲୁ ରଖିଲେ                             

Sunil Chandra Nayak

Leave a Comment

error: Content is protected !!