ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି

ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼

ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି

ବାଲିଗୁଡ଼ା, ତା. ୧୫/୦୯: (ମନିସ): ଦିନକୁ ଦିନ ବଢ଼ିଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର। ରାସନ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି। ସୀମିତ ଆୟରେ ପରିବାର ଚଳାଉଥିବା ମଧ୍ୟବିତ୍ତ ଓ ଗରିବ ପରିବାର ଉପରେ ଏହାର ପ୍ରଭାବ ବେଶ୍‌ ଅଧିକ ପଡ଼ୁଥିବା ଦେଖାଯାଇଛି। ବାଲିଗୁଡ଼ା ସହରର ବିଭିନ୍ନ ବଜାରରେ ପନିପରିବା ଦରରେ ଉତ୍ତରୋତ୍ତର ବୃଦ୍ଧି ଘଟୁଥିବାରୁ ଖାଉଟିଙ୍କ ବଜେଟ୍‌ ବିଗିଡ଼ିଯାଇଛି। ଆଳୁ, ପିଆଜ, ଟମାଟୋ, ବାଇଗଣ, ଭେଣ୍ଡି, କାକୁଡ଼ି, ଲଙ୍କା ଭଳି ଦୈନନ୍ଦିନ ରୋଷେଇରେ ଆବଶ୍ୟକ ସାମଗ୍ରୀ କିଣିବାକୁ ମଧ୍ୟ ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଏପଟେ ଡାଲି, ତେଲ, ମସଲା ଓ ଅନ୍ୟାନ୍ୟ ରାସନ ସାମଗ୍ରୀର ଦର ମଧ୍ୟ ଖାଉଟିଙ୍କ ପକେଟ୍‌ ଉପରେ ଚାପ ସୃଷ୍ଟି କରୁଛି। ଅନ୍ୟପକ୍ଷ ରେ ବଜାରରେ ସାମଗ୍ରୀର ଦର ନିର୍ଦ୍ଧାରଣ ଓ ଯାଞ୍ଚ ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଗୋଟିଏ ବଜାରରେ ଗୋଟିଏ ଦର ଥିବାବେଳେ ଅନ୍ୟ ବଜାରରେ ସେହି ସାମଗ୍ରୀର ଦରରେ ପାର୍ଥକ୍ୟ ଦେଖାଯାଉଛି। ଖାଉଟିଙ୍କ ଅଭିଯୋଗ, ମୂଲ୍ୟ ନିୟନ୍ତ୍ରଣ ଓ ନିୟମିତ ବଜାର ଯାଞ୍ଚ ଅଭାବରୁ କେତେକ ବ୍ୟବସାୟୀ ମନମୁଖୀ ଦର ନେଉଛନ୍ତି। ମହଙ୍ଗା ବଜାରର ପ୍ରଭାବରେ ଘରର ମାସିକ ଖର୍ଚ୍ଚ ବଢ଼ିଯାଇଥିବାରୁ ଅନେକ ପରିବାର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣିବାରେ କାଟଛାଟ କରୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ବଜାରରେ ନିୟମିତ ଦର ଯାଞ୍ଚ, ମୂଲ୍ୟ ତାଲିକା ପ୍ରଦର୍ଶନ ଓ ଅନିୟମିତତା ଉପରେ କଡ଼ା ପଦକ୍ଷେପ ନିଆଯିବାକୁ ଖାଉଟି ମହଲରୁ ଦାବି ହେଉଛି l ମହଙ୍ଗା ମାଡ଼ରୁ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତ କରିବା ପାଇଁ ବଜାର ଦର ଉପରେ ପ୍ରଶାସନର ନଜର କେବେ ପଡ଼ିବ—ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

masiha

ଭବାନୀପାଟଣା ଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

masiha

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

masiha

Leave a Comment

error: Content is protected !!