ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବରାଗିଣୀ ର ମା ଖୁଦୁରୁକୁଣୀ ମେଲଣ ୨୦୨୬ ଆସନ୍ତା ୨୧ ରେ…….

ସ୍ବରାଗିଣୀ ର ମା ଖୁଦୁରୁକୁଣୀ ମେଲଣ ୨୦୨୬ ଆସନ୍ତା ୨୧ ରେ…….

ରାଉରକେଲା: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବରାଗିଣୀ ଅନୁଷ୍ଠାନ ତରଫରୁ ମା ଖୁଦୁରୁକୁଣୀ ମେଲଣ ୨୦୨୬ ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ସେକ୍ଟର ୩ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ରଥଖଳା ନିକଟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏସମ୍ପର୍କରେ ସେକ୍ଟର ୧ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ତରଫରୁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇ କୁହାଯାଇଛି ଯେ ଚଳିତ ବର୍ଷ ୫ମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଖୁଦୁରୁକୁଣୀ ମେଢ ଏହି ଉତ୍ସବରେ ସାମିଲ ହେବାର ସମ୍ଭାବନା ରହିଥିବା ବେଳେ ଗତବର୍ଷ ୭୨ ଟି ମୂର୍ତ୍ତି ସାମିଲ ହୋଇଥିଲା। ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁନାମଧନ୍ୟା ଗାୟିକା ମାନସୀ ପାତ୍ର ଯୋଗଦେଇ ଭଜନ ପରିବେଷଣ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ସେହିପରି ଏହି ମେଲଣରେ ଦିବା ୧୦ ଠାରୁ ଅପରାହ୍ନ ୧ଟା ମଧ୍ୟରେ ମୂର୍ତ୍ତି ଗୁଡ଼ିକ ମେଲଣ ପଡ଼ିଆରେ ଏକତ୍ରିତ ହେବେ। ସେଗୁଡିକ ମଧ୍ୟରୁ ବଡ଼ ମୂର୍ତ୍ତି ମଧ୍ୟରୁ ଶ୍ରେଷ୍ଠ ୩ ଟି ମୂର୍ତ୍ତି ଓ ସାଧାରଣ ମୂର୍ତ୍ତି ମଧ୍ୟରେ ଶ୍ରେଷ୍ଠ ୩ ଟି ମୂର୍ତ୍ତିକୁ ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ଦ୍ବାରା ସ୍ଥିରିକୃତ କରାଯାଇ ପୁରସ୍କୃତ କରାଯିବ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଶ୍ଚିତ ଉପହାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ପ୍ରତ୍ୟେକ ଅଂଶଗ୍ରହଣ କାରୀ ମୂର୍ତ୍ତି ଗୁଡ଼ିକରେ ପ୍ଲାଷ୍ଟିକ ତିଆରି ସାଜସଜ୍ଜା ବଦଳରେ ପ୍ରାକୃତିକ ଫୁଲ ଓ ଅନ୍ୟାନ୍ୟ ପ୍ରଦୂଷଣ ନିରୋଧ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଅପରାହ୍ନ ସାଢେ଼ ୩ ଟା ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଦୁଇ ବିଧାୟକ ଓ ପ୍ରାକ୍ତନ ବିଧାୟକ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ପ୍ରଫୁଲ୍ଲ ମଙ୍ଗଳ, ସଭାପତି ସାଗରିକା ସାହାଣୀ, ସମ୍ପାଦିକା ମମତାଞ୍ଜଳୀ ଦାସ, ସହ ସମ୍ପାଦିକା ପୁଷ୍ପଲତା ବିଶ୍ବାଳ, କୋଷାଧ୍ୟକ୍ଷା ଦୀପ୍ତି ନାୟକ, ସାଂସ୍କୃତିକ ସମ୍ପାଦିକା ରଶ୍ମିତାରାଣୀ ନାୟକଙ୍କ ସମେତ ସଦସ୍ୟା ଉର୍ମିଳା ପରିଡ଼ା, ବିଷ୍ଣୁପ୍ରିୟା ସାହୁ, ବାସନ୍ତୀ ସେଠୀ, ରଞ୍ଜତା ସାହୁ, ସୁନିତା ବିଶ୍ବାଳ, ଛବିରାଣୀ ପାତ୍ର,ସୋମା ଭଟ୍ଟାଚାର୍ଯ୍ୟ, ମୀନତି ତ୍ରିପାଠୀ, ଜ୍ୟୋତିର୍ମୟୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ମଙ୍ଗଳ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥ ଏବଂ କର୍ମଶାଳା ଉଦଘାଟିତ

masiha

ଗୋଲାମୁଣ୍ଡା ଆଇସିଡିଏସ କାର୍ଯ୍ୟାଳୟ ଠାରେ ସିଡିପିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

masiha

ବଜ୍ରାଘାତରେ ଜଣେ ମହିଳା ମୃତ, ତିନି ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!