ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଭାଦ୍ରବ ପରିକ୍ରମା ଉଦ୍‌ଯାପନୀ ଉତ୍ସବ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଭାଦ୍ରବ ପରିକ୍ରମା ଉଦ୍‌ଯାପନୀ ଉତ୍ସବ

ଜୁନାଗଡ଼ ୧୭/୯(ମନୀ ସ)ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଦୀର୍ଘ ୩୧ ଦିନ ଧରି ଚାଲିଥିବା ଭାଦ୍ରବ ପରିକ୍ରମାର ଉଦ୍‌ଯାପନୀ ଉତ୍ସବ ଜୁନାଗଡ଼ ସତ୍‌ସଙ୍ଗ କେନ୍ଦ୍ରରେ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।

ଏହି ଅବସରରେ ସତ୍‌ସଙ୍ଗୀ ଓ ଭକ୍ତମାନଙ୍କ ଦ୍ୱାରା ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଭଜନ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଭକ୍ତମାନେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଦର୍ଶ ଓ ବାଣୀକୁ ସ୍ମରଣ କରି ତାଙ୍କ ଦର୍ଶିତ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେଇଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍‌ସଙ୍ଗ ପ୍ରତିନିଧି (SPR) ଅସୀମ ଘୋଷ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନାଦର୍ଶ, ମାନବ ସେବା ଓ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ଭକ୍ତମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ଏହି ଅବସରରେ ଅଧୂର୍ଯ୍ୟ ଅନ୍ତର୍ଯ୍ୟାମୀ ପାଢ଼ୀ, ଯାଜକ ଜଗନ୍ ଚନ୍ଦlନୀ ଓ ଯାଜକ ସଞ୍ଜୟ ପଣ୍ଡାଙ୍କ ସମେତ ବହୁ ସତ୍‌ସଙ୍ଗୀ ଓ ଭକ୍ତ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସୋମନାଥ କାୟସ୍ଥ, ଲକ୍ଷ୍ମୀ କାୟସ୍ଥ, ସସ୍ମିତା ନାୟକ, ମନ୍ଦାକିନୀ ସାହୁ ଓ ସ୍ୱପ୍ନା କାୟସ୍ଥଙ୍କ ଦ୍ୱାରା ଭକ୍ତିମୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଙ୍ଗୀତ ପରିବେଷଣ ସମୟରେ ଭକ୍ତମାନେ ଆଧ୍ୟାତ୍ମିକ ଭାବନାରେ ଭାବବିହ୍ୱଳ ହୋଇପଡ଼ିଥିଲେ।

କାର୍ଯ୍ୟକ୍ରମରେ ସଭାପତି ରଶ୍ମି ରଞ୍ଜନ ନାୟକ, ସାଧାରଣ ସମ୍ପାଦକ ସରୋଜ ବରାଳ, କୋଷାଧ୍ୟକ୍ଷ ସମୀର କୁମାର ଆଦିତ୍ୟ, ଜୁନାଗଡ଼ ସଭାପତି SPR ରମେଶ ଚନ୍ଦ୍ର ନାୟକ ଏବଂ ସତ୍‌ସଙ୍ଗ କେନ୍ଦ୍ର ଇନ୍‌ଚାର୍ଜ ସ୍ୱସ୍ତିଦୀପ ଆଦିତ୍ୟଙ୍କ ସମେତ ବହୁ ସଂଖ୍ୟକ ସତ୍‌ସଙ୍ଗୀ ଓ ଭକ୍ତ ଉପସ୍ଥିତ ଥିଲେ।

ଉଦ୍‌ଯାପନୀ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପିତ ହୋଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ୍ ମହୋତ୍ସବ ପାଳିତ 

masiha

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!