ବହୁ ପ୍ରତିକ୍ଷିତ ପୂର୍ବତନ ସୈନିକ ଙ୍କ ପାଇଁ ବିକାଶନଗରରେ ବିକ୍ରୟ ସେଲ ସେଣ୍ଟର ଚାଲୁ ହେଲା
ରାଇରଙ୍ଗପୁର – ୧୬/୦୯ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ପୂର୍ବତନ ସୈନିକ ମାନଙ୍କ ପାଇଁ ୟୁନିଟ ରନ୍ କେଣ୍ଟିନ ( ୟୂଆରସି କୋଡ଼ ୫୫୪୩) ରାଇରଙ୍ଗପୁର ସନ୍ନିକଟ ବିକାଶନଗରର ସର୍ବଜନ ଧାରା ପରିସରରେ ଅସ୍ଥାୟୀ ଭାବେ ଆଜିଠାରୁ ବିକ୍ରୟ ବିପଣନୀ ଖୋଲାଯାଇଛି ।ଏଥିରେ କାର୍ଡ ହୋଲଡରଧାରୀ ପ୍ରାକ୍ତନ ସୈନିକ ଓ କାର୍ଯ୍ୟରତ ସୈନିକ ମାନେ କାର୍ଡ ଦେଖାଇ ଗୃହର ସମହ୍ତ ଆବଶ୍ଯକୀୟ ଉପକରଣ କ୍ରୟ କରିପାରିବେ ।ଆଜି ବୁଧବାର ଦିନ ୯ ଠାରୁ ବିକ୍ରୟ ୧ ଟା ପର୍ଯ୍ୟନ୍ତ ହୋଇଥିଲା ଏବଂ ଅପରାହ୍ନରେ ଦୁଇ ଘଣ୍ଟା ପାଇଁ ଖୋଲା ଯାଇଥିଲା ।ଝାଡ଼ଖଣ୍ଡ, ମୟୂରଭଂଜ କେନ୍ଦୁଝରର କାର୍ଡ ହୋଲଡର ମାନେ ଏଠାରେ ସହଜରେ ସାମଗ୍ରୀ ପାଇଁ ପାରିବେ ।ଆଜି ପ୍ରଥମ ଦିନରେ ୬୫ ଜଣ କାର୍ଡ ହୋଲଡର ଧାରୀ ସମାଗ୍ରୀ ନେଇଥିଲେ ।ସମସ୍ତ କାର୍ଡ ହୋଲଡରଧାରୀମାନେ ଏଠାକୁ ଆସି ନିଜ ଘରର ଆବଶ୍ୟକୀୟ ସାମଗ୍ରୀ ନେବାକୁ ଅନୁରୋଧ କରାଯାଇଛି ।ଏହି ଏକ୍ସ ସର୍ଭିସମେନ ୟୁନିଟ୍ ରନ୍ କେଣ୍ଟିନ (ESM URC RAiRANGPUR) ଟି ରାଇରଙ୍ଗପୁର ଵସଷ୍ଟାଣ୍ଡଠାରୁ ବିକାଶ ନଗର ପର୍ଯ୍ୟନ୍ତ ମାତ୍ର ଦେଢ଼ କିମି ରାସ୍ତା ।ବସ୍ ଷ୍ଟାଣ୍ଡରେ ସବୁବେଳେ ଅଟୋ ର ବ୍ୟବସ୍ଥା ରହିଛି ।ତେଣୁ ପ୍ରାକ୍ତନ ସୈନିକ ମାନେ କେଣ୍ଟିନରୁ ସୁଲଭ ମୂଲ୍ୟରେ ସାମଗ୍ରୀ ନେବା ସହିତ ଲାଭାନ୍ଵିତ ହୁଅନ୍ତୁ ।
ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ଵାଳ

