ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ଏବଂ ରାଉରକେଲା କଲେଜରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ

ବେଦବ୍ୟାସ ଏବଂ ରାଉରକେଲା କଲେଜରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ

ରାଉରକେଲା : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୭୬ ତମ ଜନ୍ମଦିନ ଅବସରରେ ବେଦବ୍ୟାସ କଲେଜ ପରିସରରେ ଆଜି ସନ୍ଧ୍ୟାରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସେବା ସଂକଳ୍ପ ଅଭିଯାନ ୨୦୨୬ର ଶୁଭାରମ୍ଭ କରାଯାଇଥିଲା । ଏହି କ୍ରମରେ ଆଜି ପ୍ରଥମ ଦିନରେ ସନ୍ଧ୍ୟାରେ କଲେଜ ପରିସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୀର୍ଘ ଜୀବନ କାମନା କରି ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯାଇଥିଲା । ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ଜଳାଇବା ସହିତ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକମାସ ଧରି ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହିତ ଭବ୍ୟ ଭାବରେ ପାଳନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ବେଦବ୍ୟାସ କଲେଜ ପରେ ସେକ୍ଟର-୩ ସ୍ଥିତ ରାଉରକେଲା କଲେଜ ପରିସରରେ ମଧ୍ୟ କଲେଜର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଆଶୀର୍ବାଦର ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଷଗୁମୁଡାଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୂଆକୁ ଧ୍ଵଂସ କରିବା ବନ୍ଦ କର – ଏ ଆଇ ଡି ଏସ୍ ଓ

Sunil Chandra Nayak

Leave a Comment

error: Content is protected !!