ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମ ଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମ ଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 
ବ୍ଲକ, ପଂଚାୟତ ଏବଂ ଜିଲ୍ଲା ସ୍ତରରେ ପ୍ରଜ୍ବଳିତ ହେଲା 3 ଲକ୍ଷରୁ ଉର୍ଦ୍ଧ ଦୀପ 

ନବରଙ୍ଗପୁର:( ୧୭ ସେପ୍ଟେମ୍ବର )(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ପବିତ୍ର ମନ୍ଦିର ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୁହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ପାଳନ କରାଯାଇଛି।ଏହି ଅବସରରେ ମନ୍ଦିର ପରିସରରେ ୧୧୦୦ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା। ଉପସ୍ଥିତ ଅତିଥି, ଅଧିକାରୀ, କର୍ମଚାରୀ ଓ ଅଂଶଗ୍ରହଣକାରୀମାନେ ସାମୁହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳମୟ ଜୀବନ କାମନା କରିଥିଲେ।ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ।ଏହାସହିତ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ପରିସରରେ ଶତାଧିକ ଦୀପର ଆଲୋକରେ କାର୍ଯ୍ୟକ୍ରମଟି ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।ଜିଲ୍ଲା ମୁଖ୍ୟାଳୟ ସହିତ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ ଓ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ସାମୁହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାବ୍ୟାପୀ ଭାବେ ଏହି କାର୍ଯ୍ୟକ୍ରମକୁ ସାମୁହିକ ଅଂଶଗ୍ରହଣ ସହ ପାଳନ କରାଯାଇଥିଲା ଜିଲାରେ ସାମୁହିକ ଭାବେ ୩ ଲକ୍ଷ ରୁ ଉର୍ଦ୍ଧ ଦୀପ ପ୍ରଜ୍ବଳନ କରାଯାଇଥିଲା l

Related posts

ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ନେଇ ଗ୍ରାମ ସଭାରେ ହାତାହାତି

Sunil Chandra Nayak

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

Sunil Chandra Nayak

The 5th installation ceremony of Intract club of SSVM

Sunil Chandra Nayak

Leave a Comment

error: Content is protected !!