ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖୋରିରେ ବୁଡି ଯୁବକ ମୃତ 

ପୋଖୋରିରେ ବୁଡି ଯୁବକ ମୃତ 

ଡାବୁଗାଁ :(୧୮|୯)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଜୁନାପାଣି ଗ୍ରାମ ପଞ୍ଚାୟତର ଗିର୍ଲା ଗ୍ରାମରେ ଶୁକ୍ରବାର ସକାଳ ସମୟରେ ପୋଖୋରୀରେ ବୁଡି ଯାଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ସୂଚନଯୋଗ୍ୟ ଗୀର୍ଲା ଗ୍ରାମର ରାମ ଚନ୍ଦ୍ର ଭତ୍ରା (୧୯) ଗ୍ରାମ ପାଖ ପୋଖରୀକୁ ସକାଳ ପ୍ରାୟ ୮ ଘ ସମୟରେ ଶୌଚ ହେବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ସେ ପୋଖରୀରେ ବୁଡିଯାଇଥିଲେ । ଗ୍ରାମବାସୀ ଏହା ଦେଖି ଡାବୁଗାଁ ଦମକଳବାହିନୀକୁ ଖବର ଦେଇଥିଲେ । ଖବରପାଇ ଡାବୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଶବ ଉଦ୍ଧାର କରିବା ପରେ ଡାବୁଗାଁ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।ଏହି ଖବର ଶୁଣି ଜୁନାପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ଦୟାନିଧି ଭତ୍ରl ଥାନାକୁ ଆସି ଥିଲେ ଓ ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେଇଥିଲେ lଏନେଇ ଡାବୁଗାଁ ଥାନାରେ ମୃତକର ବାପା ଏତଲା ଦେଇଛନ୍ତି । ଏତଲା କୁ ଭିତ୍ତି କରି ଥାନା ଅଧିକାରୀ ଲଚମି ପରଜାଙ୍କ ନିର୍ଦ୍ଦେଶ କ୍ରମେ ସହ ଉପ ନିରୀକ୍ଷକ ରାମଚନ୍ଦ୍ର ନାୟକ ତଦନ୍ତ ଜାରି ରଖିଛନ୍ତି l ଥାନା କେସ ନଂ ୩୧/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ସ୍ବାଗତ ଓଡ଼ିଶା” ମୋ ସଂସ୍କୃତି,ପରମ୍ପରା,ମୋ ଭାଷା ପ୍ରତିଯୋଗିତା, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୬ ଅନୁଷ୍ଠିତ  

Sunil Chandra Nayak

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

masiha

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ 

Sunil Chandra Nayak

Leave a Comment

error: Content is protected !!