ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ, ପଶ୍ଚିମାଞ୍ଚଳ ଶାଖା ଦ୍ୱାରା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆସନ୍ତା ୧୧ ରୁ ୧୫….
ରାଉରକେଲା: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ର ପଶ୍ଚିମାଞ୍ଚଳ ଶାଖା ଦ୍ୱାରା ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ପାଇଁ ଉଦିତନଗର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ପରିଷଦ ର ସଭ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସଭାପତି ତ୍ରିନାଥ ଦାଶ ମୋହିନୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମ ୫ ଦିନ ବ୍ୟାପୀ ଉଦିତନଗର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ପାରାୟଣ , ଯଜ୍ଞ ଏବଂ ପ୍ରବଚନ ଇତ୍ୟାଦି ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରବଚନ ପ୍ରଦାନ କରିବା ପାଇଁ ବାବା ସତ୍ୟାନନ୍ଦ ଦାସ ମହାରାଜ ସମ୍ମତି ପ୍ରଦାନ କରିଛନ୍ତି।
ଉକ୍ତ ବୈଠକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବରିଷ୍ଠ ସଭ୍ୟ ତଥା ସମାଜସେବୀ ହରିହର ରାଉତରାୟ ଙ୍କୁ କମିଟି ମୁଖ୍ୟ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ସର୍ବଶ୍ରୀ ଦିଲୀପ କୁମାର କର, ଯଜ୍ଞ ନାରାୟଣ ପାଢ଼ୀ,ମଧୁସୂଦନ ମହାପାତ୍ର, ସୂର୍ଯ୍ୟମଣି ବେହେରା, ସୁବାସ ପାତ୍ର, ସୁନାକର ନାୟକ, ବଦ୍ରୀ ନାରାୟଣ ପାଢ଼ୀ, ରୁଦ୍ର ନାରାୟଣ ସ୍ୱାଇଁ, ରମେଶ ନାୟକ,ପ୍ରେମଚାନ୍ଦ ପଶାୟତ ପ୍ରମୁଖଙ୍କ ସମେତ ପରିଷଦ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

