ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ଅକ୍ଟୋବରରେ ହେବ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ

୪ ଅକ୍ଟୋବରରେ ହେବ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ

ରାଉରକେଲା:୧୮/୯/୨୬: ଶାରଦୀୟ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି (ସିପିସି), ରାଉରକେଲାର ଚଳିତ ୨୦୨୬-୨୭ ବର୍ଷ ପାଇଁ ସାଧାରଣ ସଚିବ ଓ କୋଷାଧ୍ୟକ୍ଷ ପଦବୀର ନିର୍ବାଚନ ଆସନ୍ତା ୪ ଅକ୍ଟୋବରରେ ଅନୁଷ୍ଠିତ ହେବ।

ପ୍ରଭାରୀ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ଅଧ୍ୟକ୍ଷତାରେ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କେନ୍ଦ୍ରୀୟ ପୂଜା କମିଟିର ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ରୀୟ ପୂଜା କମିଟି, ରାଉରକେଲାକୁ ତିନୋଟି ଜୋନ୍‌— ସିଭିଲ୍ ଟାଉନଶିପ୍ ଜୋନ୍, ଷ୍ଟିଲ୍ ଟାଉନଶିପ୍ ଜୋନ୍ ଓ ଫର୍ଟିଲାଇଜର ଟାଉନଶିପ୍ ଜୋନରେ ବିଭକ୍ତ କରାଯାଇଛି। ଏହି ତିନୋଟି ଜୋନ୍ ପାଇଁ ମଧ୍ୟ ଉକ୍ତ ଦିନ ଉପସଭାପତି, ଯୁଗ୍ମ ସଚିବ ଏବଂ ଦୁଇଜଣ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହେବେ।

ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବ୍ୟକ୍ତିମାନେ ୨୫ ସେପ୍ଟେମ୍ବର ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ନାମାଙ୍କନପତ୍ର ଦାଖଲ ପରେ ପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୨୮ ସେପ୍ଟେମ୍ବର ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହି ଦିନ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ରାଉରକେଲାର ପ୍ରତ୍ୟେକ ପୂଜା କମିଟିର ସଭାପତି କିମ୍ବା ସଚିବ ସାଧାରଣ ସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯୋଗ୍ୟ ହେବେ। ସେହିପରି ପ୍ରତ୍ୟେକ ପୂଜା କମିଟିର ସଭାପତି କିମ୍ବା ସଚିବ ନିର୍ବାଚନରେ ମତଦାନ କରିପାରିବେ।  

୪ ଅକ୍ଟୋବର ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହେବ। ଅପରାହ୍ନ ୪ଟାରେ ଭୋଟ ଗଣତି ଏବଂ ସନ୍ଧ୍ୟା ୬ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ବୈଠକରେ ଡେପୁଟି କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା, ଡେପୁଟି କଲେକ୍ଟର ମଧୁସ୍ମିତା କିଷାନ, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ, ଡିଏସ୍‌ପି ଡି ଆଇ ବି ରାମରାୟ ମୁର୍ମୁ ଏବଂ ଡିଆଇପିଆରଓ, ରାଉରକେଲା ସୀମା ଫାତିମା ଏକ୍କାଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ଗୋପାଷ୍ଟମୀ ପାଳିତ

masiha

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

masiha

Leave a Comment

error: Content is protected !!