ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୧୯/୦୯/୨୬: ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମାନ୍ୟବର ଶ୍ରୀ ପୂଜାରୀ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ, ଜଙ୍ଗଲ ଅଧିକାର ଆଇନ (FRA) ଅନ୍ତର୍ଗତ ଅଧିକାର ପତ୍ର ବଣ୍ଟନର ସ୍ଥିତି, ହାଇଟେକ୍ ସର୍ଭେ ଆଦି ବିଷୟରେ ସମୀକ୍ଷା କରିଥିଲେ। ଏଥିସହ ସରକାରୀ ଜମିର ସୁରକ୍ଷା ଏବଂ ବ୍ୟବହୃତ ଅନୁଦାନର ଉପଯୋଗିତା ପ୍ରମାଣପତ୍ର (UC) ଦାଖଲ ସମ୍ପର୍କରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଥିଲେ।

ସେହିଭଳି ୨୦୨୬ ବର୍ଷ ପାଇଁ ଜରୁରୀକାଳୀନ ରିଲିଫ୍ ବଣ୍ଟନର ସ୍ଥିତି ଓ ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷାରେ ଘରର କ୍ଷୟକ୍ଷତି, ଫସଲ କ୍ଷୟକ୍ଷତି ଏବଂ ଉଦ୍ୟାନ କୃଷି କ୍ଷେତ୍ରର କ୍ଷୟକ୍ଷତି, ଶୁଖିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆଦି ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ପଚାରି ବୁଝିଥିଲେ। ସେହିପରି ବୈଠକରେ ଖଣି ଓ ଶିଳ୍ପ ପ୍ରକଳ୍ପ, ରେଳପଥ ପ୍ରକଳ୍ପ, ପୂର୍ତ୍ତ ବିଭାଗ ଏବଂ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ସ୍ଥିତି ନେଇ ଉପସ୍ଥାପନ କରାଯାଇଥିଲା।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରାଯାଇଥିଲା।ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ସ୍ଥିତି ନେଇ ଉପସ୍ଥାପନା କରାଯାଇଥିଲା। ଏଥିରେ ଅନୁଷ୍ଠାନିକ ପ୍ରସବ, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା– ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ସ୍ଥିତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।

ଜିଲ୍ଲାର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ କେତେଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ରହିଛି, କେତେଗୁଡ଼ିଏ ଭଡ଼ା ଘରେ ଏବଂ କେତେଗୁଡ଼ିଏ ଅନ୍ୟ ଗୃହରେ ଚାଲୁଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା।

ବୈଠକରେ ସେବା ସଂକଳ୍ପ ଅଭିଯାନ ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ବସୁନ୍ଧରା ଯୋଜନା ଅଧୀନରେ ଟାଙ୍ଗରପାଲି ଓ ଲେଫ୍ରିପଡ଼ା ବ୍ଲକର ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏହା ମାଧ୍ୟମରେ ହିତାଧିକାରୀମାନଙ୍କୁ ଜମି ଅଧିକାର ପ୍ରଦାନ ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛତା ସମ୍ପର୍କିତ ଶପଥ ପାଠ କରାଇଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ସ୍ୱଚ୍ଛତାକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସଂକଳ୍ପ ନେଇଥିଲେ। ବୈଠକ ରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ଖୁସୱନ୍ତ ସିଂ, ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବି ମୀନା, ବଣାଇ ବନଖଣ୍ଡ ଅଧିକାରୀ ଶ୍ରୀ ଯଶବନ୍ତ ସେଠୀ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ବଣାଇ ଉପଜିଲ୍ଲାପାଳ ଶ୍ରୀ ସନ୍ତୋଷ ପାତ୍ର, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାନ୍ତ ମଲ୍ଲିକ, ସମସ୍ତ ତହସିଲଦାରସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀ

Sunil Chandra Nayak

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ 

masiha

Leave a Comment

error: Content is protected !!