କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ କମିଟି ଗଠିତ
କଳାହାଣ୍ଡି,୨୦/୦୯ କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସଦର ମହକମା ଠାରେ ଗତକାଲି ଶନିବାର ଅପରାହ୍ନ ୦୩ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ନୂତନ କମିଟି ଗଠନ କରାଯାଇଛି, ବୈଠକରେ ପରମାନନ୍ଦ ମାଝୀ ସଭାପତିତ୍ୱ କରିଥିବାବେଳେ ଦ୍ରୋଣାଚାର୍ଯ୍ୟ ମାଝୀ ସଭା ପରିଚାଳନା କରିଥିଲେ । କୁମୁଦକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ,ବୈଠକରେ ସର୍ବସମ୍ମତିକ୍ରମେ ଆଦିବାସୀ କଲ୍ୟାଣ ସଂଘର ନୂତନ କମିଟି ଗଠନ କରାଯାଇଥିଲା Iସଭାପତି ଭାବେ ପରମାନନ୍ଦ ମାଝୀ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ବିଦ୍ୟାଧର ଶବର,ପଦ୍ମଲୋଚନ ମାଝୀ,ଚୂଡ଼ାମଣି ମାଝୀ,ଗଙ୍ଗାଧର ଶବର,ସନ୍ଥ କୁମାର ନାଏକ, ଦ୍ରୋଣାଚାର୍ଯ୍ୟ ମାଝୀ ଓ ନିରାକାର ପାତ୍ରଙ୍କୁ ମନୋନୀତ କରାଯାଇଛି । ସେହିପରି ଶେଷଦେବ ମାଝୀଙ୍କୁ ସାଧାରଣ ସମ୍ପାଦକ, ସଞ୍ଜୟ ଶବରଙ୍କୁ ସମ୍ପାଦକ,ଦୁଷ୍ମନ୍ତ ମାଝୀଙ୍କୁ କୋଷାଧ୍ୟକ୍ଷ ଏବଂ ରୁକ୍ମଣୀ ମାଝୀଙ୍କୁ ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି I ବ୍ଲକ ସଭାପତି ଭାବେ ଭବାନୀପାଟଣାରୁ ପିତାମ୍ବର ଶବର, କେସିଙ୍ଗାରୁ ସାଧୁରାମ ମାଝୀ, କର୍ଲାମୁଣ୍ଡାରୁ ଶ୍ୟାମଚନ୍ଦ୍ର ଭୋଇ, ମଦନପୁର ରାମପୁରରୁ ଗୌରଚନ୍ଦ୍ର ମାଝୀ,ନର୍ଲାରୁ ମଧୁସୂଦନ ମାଝୀ, ଲାଞ୍ଜିଗଡ଼ରୁ ସୁଶାନ୍ତ ମାଝୀ,ଥୁଆମୂଳ ରାମପୁରରୁ ରାମଚନ୍ଦ୍ର ମାଝୀ, କଲମପୁରରୁ ମୀନକେତନ ମାଝୀ, ଜୟପାଟଣାରୁ ଡମ୍ବରୁଧର ନାଏକ, କୋକସରାରୁ ଭରତଚନ୍ଦ୍ର ଜାନୀ, ଧର୍ମଗଡ଼ରୁ ବନମାଳୀ ଭୋଇ ଏବଂ ଜୁନାଗଡ଼ରୁ ବଳରାମ ଦଳପତି ମନୋନୀତ ହୋଇଛନ୍ତି Iକାର୍ଯ୍ୟକାରୀ ସଦସ୍ୟ ଭାବେ ଚନ୍ଦ୍ରଶେଖର ଶବର,ରବି ମାଝୀ, ରୁକୁରାମ ଶବର,କୁମୁଦକାନ୍ତ ମାଝୀ, ତରୁଣ ମାଝୀ,ବବୃବାହନ ପାତ୍ର ଓ କାମଦେବ ଧଙ୍ଗଡାମାଝୀଙ୍କୁ ମନୋନୀତ କରାଯାଇଛି Iଉପଦେଷ୍ଟା ମଣ୍ଡଳୀରେ କୁମରମଣି ଶବର,ବୈଦ୍ୟରାଜ ପବିତ୍ର ଶବର, ନରେନ୍ଦ୍ର ମାଝୀ,ନୀଳାମ୍ବର ପାତ୍ର, ଧନସିଂ ମାଝୀ ଓ ପଦ୍ମସିଂ ମାଝୀଙ୍କୁ ସ୍ଥାନ ଦିଆଯାଇଛି । ବୈଠକରେ ଚୂଡ଼ାମଣି ମାଝୀ,ପଦ୍ମଲୋଚନ ମାଝୀ, ନୀଳାମ୍ବର ପାତ୍ର,ସନ୍ଥ କୁମାର ନାଏକ, ରୁକ୍ମଣୀ ମାଝୀ,ଗଙ୍ଗାଧର ଶବର,ପିତାମ୍ବର ଶବର, ତରୁଣ ମାଝୀ,ନିରାକାର ପାତ୍ର,ବଳରାମ ଦଳପତି, ପୂର୍ଣ୍ଣଚନ୍ଦ୍ର ଶବର,ଦୁଷ୍ମନ୍ତ ମାଝୀ,ଉର୍ମିଳା ଦଳପତି, ଜୟନ୍ତୀ ମାଝୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ I
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

