ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟରେ ୫ ଦିବସୀୟ ପିଏମ -ଉଷା ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ.

ରାଇରଙ୍ଗପୁର ମହାବିଦ୍ୟାଳୟରେ ୫ ଦିବସୀୟ ପିଏମ -ଉଷା ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ.

ରାଇରଙ୍ଗପୁର, ୨୧/୦୯ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପି ଏମ ଉଷା ) କ୍ରମରେ ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ପାଇଁ ୫ ଦିବସୀୟ ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ସାଂସଦ ନଵ ଚରଣ ମାଝୀ,ରାଇରଙ୍ଗପୁର ଵିଧାୟକ ଜଲେନ ନାଏକ,ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ,କଲେଜ ଅଧ୍ୟକ୍ଷ ମନୋହର ବାରିକ, ମୟୂରଭଂଜ ନୋଡାଲ ଅଫିସର କରଞ୍ଜିଆ ଅଟୋନୋମସ କଲେଜର ଓଡ଼ିଆ ଅଧ୍ଯାପକ ଡଃ ନରେନ୍ଦ୍ର ପାତ୍ର,ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଦ୍ଵାରା ଆଜି ସୋମବାର ଦିନ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ଯକ୍ରମର ଶୁଭ ଊଦଘାଟିତ ହୋଇଯାଇଛି।

 ପିଏମ-ଉଷା ର ଲକ୍ଷ୍ୟ, ଉଦ୍ଦେଶ୍ୟ, ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ, ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷା ସୁଯୋଗ ଏବଂ ଉଚ୍ଚଶିକ୍ଷାକୁ ଅଧିକ ସମାବେଶୀ ଓ ଗୁଣାତ୍ମକ କରିବା ଦିଗରେ ଅଭିଯାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରକାଶ ଥାଉକି ଓଡିଶାର ମୟୁରଭଞ୍ଜ, ଭଦ୍ରକ, ନବରଙ୍ଗପୁର ଓ ସମ୍ବଲପୁର ୪ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ଜିଲ୍ଳାକୁ ୧୦କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ରାଇରଙ୍ଗପୁର ମହାବିଦ୍ୟାଳୟ ଓ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏଥିପାଇଁ ମନୋନୀତ କରାଯିବା ସହ ରାଇରଙ୍ଗପୁର ମହାବିଦ୍ୟାଳୟକୁ ୫ କୋଟି ଟଙ୍କା ତନ୍ମଧ୍ୟରୁ ୧୦୦ ଶଯ୍ଯା ବିଶିଷ୍ଟ ବାଳିକା ଛାତ୍ରାବାସ ପାଇଁ ୪ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଏହି ୫ ଦିନିଆ ସଚେତନତା କର୍ମଶାଳାରେ କନ୍ୟା ଶିକ୍ଷା, ଯୌନ ଉତ୍ପୀଡ଼ନ , ବାଲ୍ୟବିବାହ,ସାଇବର କ୍ରାଇମ, ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ,ଭୋକେସନାଲ ଟ୍ରେନିଂ ମାସିକ ଋତୁଶ୍ରାବ ସମୟର ପରିଚ୍ଛନ୍ନତା ଓ ମହିଳା ସଶକ୍ତିକରଣ ଇତ୍ୟାଦି ବିଭିନ୍ନ ବିଷୟ ଉପରେ ଆଲୋଚନା, ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରାଯାଇ ନିଜ ଭିତରେ ଆତ୍ମବିଶ୍ୱାସ ଓ ଦକ୍ଷତା ବୃଦ୍ଧି କରିବା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ଶିକ୍ଷଣୀୟ ଦିଗଦର୍ଶନ ଦିଆଯିବ।

ଏହି କର୍ମଶାଳାରେ ୧୮ଟି ମହାବିଦ୍ୟାଳୟର ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ମାନେ ଅଂଶ ଗ୍ରହଣ କରୁଛନ୍ତି। 

ଆଜିର କାର୍ଯ୍ୟକ୍ରମରେ ରାଇରଙ୍ଗପୁର‌ମହାବିଦ୍ଯାଳୟର ନୋଡାଲ ଅଫିସର ଅଧ୍ୟାପକ ଶ୍ରୀ ମାନସ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶ୍ରୀ ପବିତ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶ୍ରୀ ରାଜେଶ ରାମ, କ୍ଷୀରୋଦ କୁମାର ତୁର୍କ ଓ ମନୋରଞ୍ଜନ ମାର୍ଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଆଦର୍ଶ ପାଠାଗାର ର ବିଷୁବ ମିଳନ ୨୦୨୬ ଚଳିତ ବର୍ଷ ବିଷୁବ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସବିତା ପ୍ରଧାନ

Sunil Chandra Nayak

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ପତ୍ର ଯାଞ୍ଚ

Sunil Chandra Nayak

ତେରେସିଂହା ରେ ଆର୍ଥିକ ସ୍ଵାକ୍ଷରତା ଶିବିର

Sunil Chandra Nayak

Leave a Comment

error: Content is protected !!