ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଲେଣ୍ଟ ଫେଷ୍ଟ ଶୋ ରେ କଣ୍ଟେଣ୍ଟ କ୍ରିଏଟରଙ୍କ ଧମାକା

ଟାଲେଣ୍ଟ ଫେଷ୍ଟ ଶୋ ରେ କଣ୍ଟେଣ୍ଟ କ୍ରିଏଟରଙ୍କ ଧମାକା 

ନବରଙ୍ଗପୁର: (୨୧|୯)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଦଶହରା ପଦା ସ୍ଥିତ ସ୍ମାର୍ଟ ବିଦ୍ୟାର୍ଥୀ ମହାବିଦ୍ୟାଳୟ ଏବଂ ଷ୍ଟେଲାର ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଟାଲେଣ୍ଟ ଫେଷ୍ଟ ଶୋ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ନିଜ ଅଭିଭାଷଣରେ କ୍ରିଏଟର ମାନେ ସ୍ଥାନୀୟ ଅଞ୍ଚଳରେ ସାହିତ୍ୟ ସଂସ୍କୃତି ଏବଂ ପରମ୍ପରାକୁ ଆଖି ଆଗରେ ରଖି ସମାଜ କୁ କିଛି ବାର୍ତ୍ତା ଦେବା ଭଳି କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜଣା ଶୁଣା ଉଦଘଷିକା ଜି.ଭି.ବି ରଞ୍ଜିତା , ଚର୍ଚ୍ଚିତ ଦେଶିଆ ଗାୟକ ସୂରିଆ ବେନ୍ୟା, ହାସ୍ୟ କଳାକାର ହିଡାକେଲ ଟାକରି ଓ ଦଳ, ଯୁବ କଳାକାର ତଥା ଫିଲ୍ମ ନିର୍ଦେଶକ ବୁଲୁ କୁମାର, ଉମରକୋଟ ର କଣ୍ଟେଣ୍ଟ କ୍ରିଏଟର ରିପୁ ପାତ୍ର, ଯୁବ ମୋଡେଲ କ୍ରିଷ୍ଣା ପୂଜାରୀ, ନବରଙ୍ଗପୁର ସହର ର ସିୟା ବେହେରା, ଅମନ, ଦୀପକ, ନୃତ୍ୟଶିଳ୍ପୀ ନିରୁପମା ନାୟକ, ବ୍ଲଗର ଶମ୍ଭୁ, ପ୍ରଜ୍ଞା, ରତ୍ନାକର ସୌରା, ସାନାୟା, ଶାଳିନୀ, କୁନି କଳାକାର ଭୁବନିକା, ମୁସ୍କାନ ଷଢଙ୍ଗୀ, ଯୁବ ଗାୟକ ଜିତ୍, ସୋନାଲି ନାୟକ, ପୃଷ୍ଟି , କାଁହୁ ଦୋରା ଅଙ୍କିତ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଅନେକ ଯୁବ କଳାକାର ଅଭିନେତା ଯୋଗ ଦେଇଥିଲେ। ପ୍ରାରମ୍ଭରେ ଉପସ୍ଥିତ କଳାକାରଙ୍କ ମଧ୍ୟରେ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ପରେ ସମସ୍ତେ କଳା କ୍ଷେତ୍ରରେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ଗୀତ, ନାଚ, ସଂଳାପ ଏବଂ ଯନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ଯୁବ ସଙ୍ଗୀତକାର ଆନନ୍ଦ ଦାଶ, ତଥା ଟାଲେଣ୍ଟ ଫେଷ୍ଟ୍ ର ପ୍ରତିଷ୍ଠାତା ଜୟପୁର ସହରର କ୍ରିଷ୍ ଗୋଏଲ, ସହ ପ୍ରତିଷ୍ଠାତା ପ୍ରଣାଭ ପ୍ରମୁଖ ସଂଯୋଜନା କରିଥିଲେ। ଶେଷରେ କଲେଜ ର ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମ ର ପ୍ରଯୋଜକ ସୁଭାଶିଷ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ଟାଲେଣ୍ଟ ଫେସ୍ଟ ୨୦୧୯ ମସିହା ରେ ଜୟପୁର ସହରରେ ଆରମ୍ଭ ହୋଇଥିଲା। ନବରଙ୍ଗପୁର ରେ ଅନୁଷ୍ଟିତ କାର୍ଯ୍ୟକ୍ରମ ବ୍ୟତୀତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମସ୍ତ ସଦର ମହକୁମା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ଏବଂ ଶେଷରେ ମୁଖ୍ୟ କାର୍ଯ୍ୟକ୍ରମ ଜୟପୁର ସହରରେ ଅବସ୍ଥିତ ହେବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

5 ଟି ସଚିବଙ୍କ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

masiha

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

Sunil Chandra Nayak

Leave a Comment

error: Content is protected !!