ବିକାଶ ଳନଗରରେ ସେପ୍ଟେମ୍ବର ୨୪ ରେ ବହୁ ପ୍ରତିକ୍ଷିତ ଏକ଼ସ ସର୍ଭିସମେନ ୟୂନିଟ୍ ରନ୍ କେଣ୍ଟିନ ((ESM URC RAiRANGPUR) ଶୁଭ ଉଦ୍ଘାଟନ ହେବ
ରାଇରଙ୍ଗପୁର – ୨୧/୦୯ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ କାର୍ଯ୍ୟରତ ସୈନିକ ଓ ସେବା ନିବୃତ ସୈନିକ ଙ୍କ କଲ୍ୟାଣ ପାଇଁ ପାଇଁ ରାଇରଙ୍ଗପୁର ରେ ୟୂନିଟ୍ ରନ୍ କେଣ୍ଟିନ ( ୟୁଆରସି)ସେଲ୍ ସେଣ୍ଟର ମୟୂରଭଂଜ ରେ ରାଇରଙ୍ଗପୁରର ଵିକାଶନଗରଠାରେ ଖୋଲାଯାଉଛି ।ଏହା ରାଇରଙ୍ଗପୁର ଵସଷ୍ଟାଣ୍ଡ ଠାରୁ ୧.୫ କିମି ଦୂର ବିକାଶନଗର ର ସ୍ବଜଳ ଧାରା କେମ୍ପସରେ ଖୋଲାଯାଇଛି ।ଆସନ୍ତା ସେପ୍ଟେମ୍ବର ୨୪ ଗୁରୁବାର ଦିନ ଏହାକୁ ଛତିଶଗଡ଼ ଓ ଓଡ଼ିଶା ସଵ୍ଏରିଆ କମାଣ୍ଡର ଙ୍କ କରକମଳରେ ଶୁଭ ଉଦ୍ଘାଟନ ହେବ ।ଏହି ସଭାରେ ବହୁ ସଂଖ୍ୟାରେ ଯୋଗ ଦେଇ ଉଦଘାଟନ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ପ୍ରାକ୍ତନ ଲେଫ୍ଟନାଣ୍ଟ ତଥା ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଗୁରୁ ଚରଣ ହେମ୍ବ୍ରମ ନିବେଦନ କରିଛନ୍ତି ।ଏହି କେଣ୍ଟିନ ସମଗ୍ର ମୟୂରଭଂଜ ଜିଲ୍ଲା କେନ୍ଦୁଝର ଜିଲ୍ଲାର ସାମରିକ ବାହିନୀ,ଅବସରପ୍ରାପ୍ତ ସେନା ଓ ପରିବାର ବର୍ଗର ଲୋକଙ୍କ ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଛି ।
ବିଶୋଇ ଥାନା ! ଶିଶୁ ନିରୁଦିଷ୍ଟ !
ରାଇରଙ୍ଗପୁର – ୨୧ /୦୯ବବିଶୋଇ ଥାନା ଅନ୍ତର୍ଗତ ପାନପୋଷି ଗ୍ରାମର ଦୁର୍ଗା ହେମ୍ବ୍ରମ ଙ୍କ ପୁଅ ରାମଦାସ ହେମ୍ରମ ଆଜି ସୋମବାର ସକାଳଟାରୁ ଘରୁ କୁଆଡେ ଚାଲିଯାଇଛନ୍ତି ।ପିଲାକୁ ନ ପାଇ ଘରେ ବାପା, ମାଆଙ୍କର କାନ୍ଦଵୋବାଳି ପଡ଼ିଛି ।କେହି ଯଦି ସହୃଦୟ ବ୍ୟକ୍ତି ଶିଶୁଟିକୁ ପାଆନ୍ତି ତାହାହେଲେ 7735945187 ରେ କିମ୍ବା ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପରିବାର ତରଫରୁ ନିବେଦନ କରାଯାଇଛି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

