ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କାଉଟ୍‌-ଗାଇଡ୍‌ ସେବା ପାଇଁ ବସନ୍ତ ସେବା ସମ୍ମାନ-୨୦୨୬ ଢେଙ୍କାନାଳ ଜିଲ୍ଲାର ସ୍କାଉଟ୍ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକ ରାଜ୍ୟସ୍ତରରେ ସମ୍ମାନିତ

ସ୍କାଉଟ୍‌-ଗାଇଡ୍‌ ସେବା ପାଇଁ ବସନ୍ତ ସେବା ସମ୍ମାନ-୨୦୨୬

ଢେଙ୍କାନାଳ ଜିଲ୍ଲାର ସ୍କାଉଟ୍ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକ ରାଜ୍ୟସ୍ତରରେ ସମ୍ମାନିତ

ଢେଙ୍କାନାଳ : ତା.୨୩.୦୯.୨୦୨୬ ରିଖ : ( ) :ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ,ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ବିଶ୍ୱ ଶାନ୍ତି ଦିବସ ପାଳନ ଅବସରରେ ଆୟୋଜିତ ଭବ୍ୟ ସମ୍ମାନ ସମାରୋହରେ ସ୍କାଉଟ୍‌-ଗାଇଡ୍‌ ଆନ୍ଦୋଳନ ପ୍ରତି ନିଷ୍ଠା,ସେବା ଓ ଅବଦାନ ପାଇଁ ‘ବସନ୍ତ ସେବା ସମ୍ମାନ’ ପ୍ରଦାନ କରାଯାଇଛି।ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଲେଖାଏଁ ସ୍କାଉଟ୍‌-ଗାଇଡ୍‌ କର୍ମକର୍ତ୍ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବାବେଳେ ଢେଙ୍କାନାଳ ଜିଲ୍ଲାରୁ ଏଲ୍‌.ଏମ୍‌.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସ୍କାଉଟ୍‌ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ବାରିହାପୁର,ପର୍ଜଙ୍ଗର ଗାଇଡ୍‌ କ୍ୟାପ୍ଟେନ୍‌ ସତ୍ୟଭାମା ନାୟକ ଏହି ଗୌରବମୟ ସମ୍ମାନ ପାଇ ଢେଙ୍କାନାଳ ଜିଲ୍ଲାର ଗୌରବ ବୃଦ୍ଧି କରିପାରିଛନ୍ତି।ସମ୍ମାନ ସମାରୋହରେ ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ,ଓଡ଼ିଶାର ସଭାପତି ତଥା ପୂର୍ବତନ ରାଜ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଭୟଙ୍କୁ ଉତ୍ତରୀୟ,ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ଅବସରରେ ସ୍କାଉଟ୍‌ କମିଶନର କେ.ଏସ୍‌.ଏଲ୍‌. କାଳୀ ପ୍ରସାଦ ମିଶ୍ର ଉଭୟଙ୍କ ସେବା,ସମର୍ପଣ ଓ ଅବଦାନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଆହୁରି ନିଷ୍ଠା ଓ ଉତ୍ସାହର ସହ ସ୍କାଉଟ୍‌-ଗାଇଡ୍‌ ଆନ୍ଦୋଳନର ପ୍ରସାର ଓ ସେବା କାର୍ଯ୍ୟକୁ ଆଗେଇ ନେବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ସୁବ୍ରତ କୁମାର ମିଶ୍ର ଢେଙ୍କାନାଳ ଜିଲ୍ଲାର ସ୍କାଉଟ୍‌ ମାଷ୍ଟରମାନଙ୍କୁ ବିଭିନ୍ନ ବୈଷୟିକ ସହାୟତା,ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଯୋଗାଇ ଆସୁଛନ୍ତି।ବିଶେଷକରି ରାଜ୍ୟ ପୁରସ୍କାର ପାଇଁ ସ୍କାଉଟ୍‌ ମାଷ୍ଟର ଓ ସ୍କାଉଟ୍‌ମାନଙ୍କୁ ଆବଶ୍ୟକ ସହଯୋଗ ଓ ଦିଗଦର୍ଶନ ପ୍ରଦାନ କରି ସେ ଜିଲ୍ଲାର ସ୍କାଉଟ୍‌-ଗାଇଡ୍‌ ଆନ୍ଦୋଳନକୁ ଅଧିକ ସୁଦୃଢ଼ ଓ ସଂଗଠିତ କରିବାରେ ନିରବଚ୍ଛିନ୍ନ ଭାବରେ ବହୁବର୍ଷ ଧରି ଉଲ୍ଲେଖନୀୟ ଭୂମିକା ନିଭାଇଆସୁଛନ୍ତି।

ଅନ୍ୟପକ୍ଷରେ,ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକ ଗାଇଡ୍‌ ଆନ୍ଦୋଳନର ବିଭିନ୍ନ ସେବାମୂଳକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦାନ କରିଆସୁଛନ୍ତି।ତାଙ୍କ ନେତୃତ୍ୱ, ମାର୍ଗଦର୍ଶନ ଓ ଅକ୍ଲାନ୍ତ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୩୦ ଜଣ ଗାଇଡ୍‌ ଛାତ୍ରୀ ବିଭିନ୍ନ ସମୟରେ ଜାତୀୟ ସ୍ତରର ନ୍ୟାସନାଲ୍ କ୍ୟମ୍ଫୋରୀରେ ଅଂଶଗ୍ରହଣ କରି ଜିଲ୍ଲାର ଗୌରବମୟ ପ୍ରତିନିଧିତ୍ୱ କରିଛନ୍ତି।ଏହି ଜାତୀୟ ଶିବିରଗୁଡ଼ିକ ମାଧ୍ୟମରେ ଗାଇଡ୍ ଛାତ୍ରୀମାନେ ନେତୃତ୍ୱ,ଶୃଙ୍ଖଳା,ସେବା, ସାହସ ଓ ସ୍ୱାବଲମ୍ବନର ମୂଲ୍ୟବୋଧ ହାସଲ କରିବାର ସୁଯୋଗ ପାଇଛନ୍ତି।ଢେଙ୍କାନାଳ ଜିଲ୍ଲାରୁ ଏକାସାଙ୍ଗରେ ଦୁଇଜଣ ନିଷ୍ଠାବାନ୍‌ ସ୍କାଉଟ୍‌-ଗାଇଡ୍‌ କର୍ମକର୍ତ୍ତାଙ୍କୁ ଏହି ସମ୍ମାନ ମିଳିବା ଜିଲ୍ଲା ପାଇଁ ଏକ ଗୌରବମୟ ଉପଲବ୍ଧି ଭାବେ ବିବେଚିତ ହୋଇଛି।ଏହି ସଫଳତା ସ୍କାଉଟ୍‌-ଗାଇଡ୍‌ ମହଲରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିବାବେଳେ ଆଗାମୀ ଦିନରେ ଜିଲ୍ଲାରେ ସ୍କାଉଟ୍‌-ଗାଇଡ୍‌ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ସଶକ୍ତ କରିବାରେ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।ଏହି ଗୌରବମୟ ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ,ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ସୌମ୍ୟଶ୍ରୀ ପଣ୍ଡା, ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ,ଲକ୍ଷ୍ମୀଧର ମ୍ୟୁନିସିପାଲିିଟି (ଏଲ୍‌.ଏମ୍‌. )ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନଶିକ୍ଷକ ତଥା ଢେଙ୍କାନାଳ ଜିଲ୍ଲା ସ୍କାଉଟ୍ କମିଶନର୍ ଇତିଶ୍ କୁମାର ବରାଳ,ଢେଙ୍କାନାଳ ଜିଲ୍ଲା ଗାଇଡ୍ କମିଶନର୍ ପୁଷ୍ପାଞ୍ଜଳି ଦଳେଇ ବିଶିଷ୍ଟ ଶିକ୍ଷାବିତ୍‌,ରାଷ୍ଟ୍ରପତି ସ୍କାଉଟ୍ ତଥା ଲକ୍ଷ୍ମୀଧର ମ୍ୟୁନିସିପାଲ୍ ହାଇସ୍କୁଲ୍,ଢେଙ୍କାନାଳର ଏକାଡେମିକ୍ କମିଟି ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ଡେଣ୍ଟାଲ୍ ସର୍ଜନ୍ ତଥା ରାଜ୍ୟପାଳ ସ୍କାଉଟ୍ ଡା.ଅନୁପମ ଦେବାଶିଷ ମିଶ୍ର,ବଳରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନ ବିହାରୀ ପାଣିଗ୍ରାହୀ,ଢେଙ୍କାନାଳ ଜିଲ୍ଲାର ସମସ୍ତ ଅବସର ପ୍ରାପ୍ତ ଓ ବର୍ତ୍ତମାନର ସ୍କାଉଟ୍ ମାଷ୍ଟର୍,ଗାଇଡ୍ କ୍ୟାପଟେନ୍ ବୃନ୍ଦ,ସମସ୍ତ ପ୍ରାକ୍ତନ ଓ ବର୍ତ୍ତମାନର ବାଳଚର ବାଳକ ଓ ବାଳିକା ଛାତ୍ରୀ,ଛାତ୍ର ବୃନ୍ଦ,ଢେଙ୍କାନାଳ ଜିଲ୍ଲାର ସମସ୍ତ ଅବସର ପ୍ରାପ୍ତ ଓ ବର୍ତ୍ତମାନର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ, ଶିକ୍ଷକ ବୃନ୍ଦ,ଏଲ୍‌.ଏମ୍‌.ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାରିହାପୁରର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀବୃନ୍ଦ, ,ସ୍କାଉଟ୍ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଛନ୍ତି।

ସମସ୍ତଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଏହି ସଫଳତାକୁ ଆହୁରି ଅର୍ଥପୂର୍ଣ୍ଣ କରିଥିବାବେଳେ ସ୍କାଉଟ୍ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକଙ୍କ ଏହି ସମ୍ମାନ ଢେଙ୍କାନାଳର ଯୁବପିଢ଼ିଙ୍କ ମଧ୍ୟରେ ସେବା,ଶୃଙ୍ଖଳା,ନେତୃତ୍ୱ ଓ ମାନବିକତାର ଆଦର୍ଶକୁ ଆହୁରି ଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍,

Related posts

ବିଶୋଇ ଥାନା ! ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

କୁରାଳ ସମାଜର ସାଧାରଣ ସଭା 

masiha

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

Sunil Chandra Nayak

Leave a Comment

error: Content is protected !!