ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରପାରିରେ ନୀଳକଣ୍ଠ ଦାଶ ଶର୍ମା ଚାରି ଦଶନ୍ଧିର ନିଷ୍ଠା ଓ ସମର୍ପଣର ଅବସାନ

ଆରପାରିରେ ନୀଳକଣ୍ଠ ଦାଶ ଶର୍ମା

ଚାରି ଦଶନ୍ଧିର ନିଷ୍ଠା ଓ ସମର୍ପଣର ଅବସାନ

ଭୁବନେଶ୍ୱର, ୨୩ା୯: ଦୀର୍ଘ ଚାରି ଦଶନ୍ଧି ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‌)ର ବିଭିନ୍ନ ଦାୟିତ୍ୱ ତୁଲାଇବା ସହ ଜିଲ୍ଲା ସଂଘଚାଳକ ଭାବେ କାର୍ଯ୍ୟ କରିଥିବା ଆଦରଣୀୟ ଶ୍ରୀ ନୀଳକଣ୍ଠ ଦାଶ ଶର୍ମାଙ୍କର ପରଲୋକଗମନ ଘଟିଛି। ଗତ କିଛିଦିନ ଧରି ଅନ୍ତ୍ରନଳୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ କିମ୍ସ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତ ୨୨ ସେପ୍ଟେମ୍ବର ମଧ୍ୟରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାବସାନ ହୋଇଥିଲା।

ଜଣେ ସଫଳ ବ୍ୟବସାୟୀ, ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଭାବେ ଶ୍ରୀ ଦାଶ ଶର୍ମା ନିଜର ସେବା, ସଂସ୍କାର, ନିଷ୍ଠା ଓ ଦେଶଭକ୍ତି ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ।

୧୯୮୪ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘ ତଥା ଏହାର ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଜଣେ ଆଦର୍ଶ, ନିଷ୍ଠାପର ଓ ସମର୍ପିତ କାର୍ଯ୍ୟକର୍ତ୍ତା ଭାବେ ସେ ସ୍ୱୟଂସେବକ ଓ ସାଧାରଣ ଲୋକଙ୍କ ମନରେ ଚିରସ୍ମରଣୀୟ ହୋଇ ରହିବେ।

ତାଙ୍କର ବିୟୋଗରେ ସୃଷ୍ଟ ଶୂନ୍ୟସ୍ଥାନ ସମଗ୍ର ଜିଲ୍ଲାର ସଂଘ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ମୃତ୍ୟୁ ସମୟରେ ତାଙ୍କ ପତ୍ନୀ, ପୁତ୍ର, ପୁତ୍ରବଧୂ ଓ ଝିଅ-ଜୋଇଁମାନେ ଉପସ୍ଥିତ ଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସତ୍କାର କରାଯିବ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ

masiha

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

masiha

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!