ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁପିଆଇ (UPI) ଚାର୍ଜକୁ ନେଇ ଆରସିସିଆଇ ଏବଂ ସିଏଆଇଟି ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

ୟୁପିଆଇ (UPI) ଚାର୍ଜକୁ ନେଇ ଆରସିସିଆଇ ଏବଂ ସିଏଆଇଟି ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

ରାଉରକେଲା:ୟୁପିଆଇ ଚାର୍ଜକୁ ନେଇ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ର ଏକ ପ୍ରତିନିଧି ମଣ୍ଡଳୀ ଏବଂ ସିଏଆଇଟି ର ପ୍ରତିନିଧି ମଣ୍ଡଳୀ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। 

      ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଏହି ପ୍ରତିନିଧି ମଣ୍ଡଳୀରେ ଆରସିସିଆଇର ସଭାପତି ମଳୟ ମଣ୍ଡଳ, ସାଧାରଣ ସମ୍ପାଦକ ବିଶ୍ୱନାଥ ଦେ, ନାଗରିକ ସୁବିଧା ସଚିବ ବିଜୟ ପ୍ରଧାନ, ଆରସିସିଆଇ ସଭ୍ୟ ଶ୍ରୀଧର ମଲ୍ଲିକଙ୍କ ସମେତ ସିଏଆଇଟି ସଭାନେତ୍ରୀ କାଞ୍ଚନ ଅଗ୍ରୱାଲ, ଆରସିସିଆଇର ପୂର୍ବତନ ସଭାପତି ତଥା ସିଏଆଇଟି ଅଧ୍ୟକ୍ଷ ପ୍ରଭାତ ଟେବରିୱାଲ, ସିଏଆଇଟି ରାଜ୍ୟ ଉପସଭାପତି ଅର୍ଚ୍ଚନା ଗାଡୋଡିଆ, ସିଏଆଇଟି ସଚିବ ବିକାଶ ଅଗ୍ରୱାଲ, ସିଏଆଇଟି ଯୁଗ୍ମ ସଚିବ ରାହୁଲ ଅଗ୍ରୱାଲ, ସିଏଆଇଟି କୋଷାଧ୍ୟକ୍ଷ ଜ୍ୟୋତି ଅଗ୍ରୱାଲ୍, ସିଏଆଇଟିର ଅମିତ ଅଗ୍ରୱାଲ ପ୍ରମୁଖ ସଦସ୍ୟଙ୍କ ନେତୃତ୍ୱରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ଯରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। 

     ଏହି ସ୍ମାରକପତ୍ରରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଆଇ ଚାର୍ଜେସ୍ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ୦.୪ ପ୍ରତିଶତ ବ୍ୟବସାୟୀ ରିହାତି ହାର ପୁନଃବିଚାର କରିବାକୁ ଅନୁରୋଧ କରାଯାଇଛି। ସ୍ମାରକପତ୍ରରେ ଆହୁରି ମଧ୍ଯ ଉଲ୍ଲେଖ କରାଯାଇଛି ଯେ, ପ୍ରସ୍ତାବିତ ଚାର୍ଜ ସିଧାସଳଖ ବ୍ୟବସାୟ ସମ୍ପ୍ରଦାୟ, ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଏବଂ ସାଧାରଣ ଗ୍ରାହକମାନଙ୍କୁ ପ୍ରଭାବିତ କରିପାରେ। ବିଶେଷକରି ଯେଉଁମାନେ ସେମାନଙ୍କର ଦୈନନ୍ଦିନ କାରବାର ପାଇଁ ଡିଜିଟାଲ୍ ପେମେଣ୍ଟ ଉପରେ ନିର୍ଭରଶୀଳ, ସେମାନଙ୍କୁ ଏହା ଅଧିକ ପ୍ରଭାବିତ କରିବ। 

     ଏହି ସ୍ମାରକପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଏମଡିଆର ପ୍ରଚଳନ ବ୍ୟବସାୟୀଙ୍କ ପାଇଁ କାରବାର ଖର୍ଚ୍ଚ ବୃଦ୍ଧି କରିବ ଏବଂ ଡିଜିଟାଲ୍ ପେମେଣ୍ଟର ଗ୍ରହଣକୁ ନିରୁତ୍ସାହିତ କରିବ। ଆରସିସିଆଇ ଏବଂ ସିଏଆଇଟି ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବ୍ୟବସାୟୀଙ୍କ ଚିନ୍ତାକୁ ପୁନଃବିଚାର କରିବା ସହିତ ୟୁପିଆଇ ବିନା କାରବାର ଅନିଶ୍ଚିତତା ହୋଇପଡିବ ବୋଲି ଉଲ୍ଲେଖ କରାଯାଇଛି । ୟୁପିଆଇକୁ ପୂର୍ବଭଳି ସୁଲଭ, ସୁବିଧାଜନକ ତଥା ଡିଜିଟାଲ୍ ପେମେଣ୍ଟ ମୋଡ୍ ଭାବରେ ରଖିବାକୁ ଆରସିସିଆଇ ଏବଂ ସିଏଆଇଟି ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଏହି ସ୍ମାରକପତ୍ରରେ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ  ଙ୍କ ରିପୋର୍ଟ୍ 

Related posts

ପ୍ରାକ୍ତନ ଆଇପିଏସ୍ ଅଫିସରଙ୍କ ଦେହାନ୍ତରେ ରାଜ୍ୟ ଆଇ.ପି.ଏସ୍ ସଂଘ ତରଫରୁ ଶୋକସଭା ଓ ଶାନ୍ତି ପ୍ରାର୍ଥନା

masiha

ଗୋଲାମୁଣ୍ଡାରେ ବ୍ଲକ ସ୍ତରୀୟ ଆସ୍ପିରେସନାଲ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ: ୧୭୪ କାରିଗର ସାମିଲ

Sunil Chandra Nayak

ଖୋଲିଲା ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ କୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ 

masiha

Leave a Comment

error: Content is protected !!