ଶ୍ରୀ କୃଷ୍ଣଙ୍କ ନାମକରଣ ଉତ୍ସବ
ନୟାହାଟ ୨୪/୯, ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କ ଦ୍ୱାରା ପ୍ରତିଷ୍ଠିତ ନୟାହାଟ ସ୍ଥିତ ସର୍ବ ଧର୍ମ ସମ୍ବନୀୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାମକରଣ ଉତ୍ସବ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନରେ ଆଜି ମହାଆନନ୍ଦ ଓ ଉଲ୍ଲାସ ରେ ପାଳିତ ହୋଇଛି। ସନ୍ଧ୍ୟା ରେ ସମୂହ ବିଶ୍ଵଶାନ୍ତି ପାର୍ଥନା, ୧୫ଗୋଟି ମନ୍ଦିର ରେ ଆଳତୀ ପରେ ଭକ୍ତମାନେ ଏକତ୍ରିତ ହୋଇ ହରିବୋଲ, ହୁଳହୁଳି, ଶଙ୍ଖ ଧ୍ଵନି ଓ ନାମ କୀର୍ତ୍ତନ ରେ ଶ୍ରୀ କୃଷ୍ଣ ନାଟ ମନ୍ଦିର ରୁ ପ୍ରଭୁ ବାଳ ଗୋପାଳ ଙ୍କୁ ପୂଜାର୍ଚନା କରି, ପ୍ରଥମେ କଦମ୍ବ ଗଛ ପରିକ୍ରମା କରାଯାଇ ସ୍ୱତନ୍ତ୍ର ପୂଜା ମଣ୍ଡପ ନିକଟ କୁ ଅଣାଯାଇଥିଲା। ପରେ ପରେ ଶ୍ରୀ ଗୁରୁଦେବଙ୍କ ଆସନ୍ନ ମନ୍ଦିର ରେ ଗୁରୁଦେବଙ୍କୁ ପୂଜା କରାଯାଇ ମଣ୍ଡପ ନିକଟକୁ ନିମନ୍ତ୍ରଣ କରାଯାଇଥିଲା। ଷୋଡଶ ଉପଚାର ରେ ପୁଜାର୍ଚ୍ଚନା, ବନ୍ଦାପନା, ବା ତ୍ସ ଲ୍ୟ ଭାବେ ଝୁଲଣ, ଇତ୍ୟାଦି କରାଯାଇଥିଲା। ବା ତ୍ସ ଲ୍ୟ ଭଜନ ଗୁଡିକ ସେବିକା ସବିତା ଦାସ, ଅନୁ ମା, ବାସନ୍ତୀ ମା, ପ୍ୟାରୀ ଭାଇ, ବାବାଜୀ ଅକ୍ଷୟ ଦାସ ଓ ପୂର୍ଣାନନ୍ଦ ଦାସ, ସୁକାନ୍ତ ଭାଇ, ସୁରେଶ ଭାଇ ପ୍ରମୁଖ ଗାନ କରିଥିଲେ।
ଚଳିତ ମାସ ୪ତାରିଖ ରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମାଷ୍ଟମୀ ପର୍ବ ପରେ,ଏହି କ୍ଷେତ୍ର ରେ ପ୍ରଭୁଙ୍କର ପଞ୍ଚୁ ୟାତି ପୂଜା, ୬ଷ୍ଟି ପୂଜା, ଆଜି ୨୧ ଦିନ ରେ ନାମ କରଣ ଉତ୍ସବ ରେ ଆଶ୍ରମ ଉତ୍ସବ ମୁଖର ହୋଇଛି।ପ୍ରେମା ଚା ର୍ଯ୍ୟ ବାବା ମଧୁସୂଦନ ରାଧାକୃଷ୍ଣ ପ୍ରେମ ଉପାସକ ହୋଇ ଥିବାରୁ ୧୯୪୦ମସିହା ରୁ ଏହି ପରମ୍ପରା ଚାଲୁରହିଛି ବୋଲି ସେବକ ପ୍ରୀତି ରଞ୍ଜନ ଦାସ ପ୍ରକଶ କରିଛନ୍ତି। ବ୍ରାହ୍ମଣ ଦେବତା ଙ୍କ ଦ୍ୱାରା ସତ୍ୟନାରାୟଣ ପାଲା ରେ କୃଷ୍ଣ ଓ ବଳରାମ ଙ୍କ ନାମକରଣ କରାଯାଇଥିଲା। ପ୍ରବଳ ବର୍ଷା ସତ୍ୱେ ଭକ୍ତ ଙ୍କ ଆଗମନ ଦେଖିବାକୁ ମିଳିଥିଲା। ପ୍ରଭୁ ସତ୍ୟନାରାୟଣ ଙ୍କ ପ୍ରସାଦ ସମସ୍ତ ଭକ୍ତ ସେବନ କରିଥିଲେ।
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

