ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟକେନ୍ଦ୍ର ରୁ ବର୍ଷା ଜଳ ନିଷ୍କାସନ କଲା ଅଗ୍ନିଶମ ବିଭାଗ 

ସ୍ୱାସ୍ଥ୍ୟକେନ୍ଦ୍ର ରୁ ବର୍ଷା ଜଳ ନିଷ୍କାସନ କଲା ଅଗ୍ନିଶମ ବିଭାଗ 

ଆସିକା, ୨୫/୯/୨୬ (ଶିବ ଶଙ୍କର ମିଶ୍ର )ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମାଣିକ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ଓ ପରିସରରେ ଜମି ରହିଥିବା ପ୍ରାୟ ଦୁଇଫୁଟ ଉଚ୍ଚର ବର୍ଷା ଜଳ କୁ ଧରାକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ବାହାର କରାଯାଇଛି । ଗତ ଲଗାଣ ବର୍ଷାରେ ମାଣିକ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷାଜଳ ଜମି ଯିବାରୁ ଏହା ଜଳବନ୍ଦୀ ଅବସ୍ଥାରେ ରହିଥିଲା । ଏଣୁ ରୋଗୀସେବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅନୁପମା ମହାପାତ୍ର ଏ ସମ୍ପର୍କରେ ଖବର ଦେବାପରେ ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ, ହାବିଲଦାର ଅମରେଶ ଦୋରା,ଅଗ୍ନିକ ସନୋଜ ପ୍ରଧାନ, ଶୁଭ୍ରଜିତ ରଥ, ସାଜନ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ ଓ ଦୟାନିଧି ବେହେରା ପ୍ରମୁଖ ମାଣିକ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗଚ୍ଛିତ ବର୍ଷାଜଳ କୁ ମୋଟର ସାହାଯ୍ୟରେ ତିନି ଘଣ୍ଟା ପରେ ନିଷ୍କାସନ କରିଥିଲେ । ପ୍ରକାଥାଉକି ଧରାକୋଟ ବ୍ଲକର ମାଣିକ ପୁର, ସାବା, ବଳରାମ ପୁର, ମଛାକୋଟ ଭଳି ଚାରିଟି ଉପାନ୍ତ ଅଞ୍ଚଳର ପଞ୍ଚାୟତର ଲୋକ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଥିରେ ଡାକ୍ତର ପ୍ରଦୀପ ଚନ୍ଦ୍ର ହୋତା ଙ୍କ ସମେତ ସମସ୍ତ କର୍ମଚାରୀ ସାହାଯ୍ୟ କରିଥିଲେ ।

Related posts

ନୂଆପଡା ଜିଲ୍ଳା ରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

masiha

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

masiha

Leave a Comment

error: Content is protected !!