ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନମାମି ଭାରତ କାର୍ଯ୍ୟକ୍ରମ

ନମାମି ଭାରତ କାର୍ଯ୍ୟକ୍ରମ

ଆସିକା, ୨୫/୯/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାବିଲି ଗ୍ରାମରେ ପ୍ରଗତି ପାଠାଗାର ରେ ବିଦ୍ୟା ଭାରତୀ ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ମନ୍ଦିର ମୁଣ୍ଡମରାଇ ତରଫରୁ ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଓ ଗ୍ରାମ ବାସୀ ମାନଙ୍କୁ ନେଇ ବନ୍ଦେ ମାତରଂ ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ନମାମି ଭାରତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପାତ୍ର ଏଥିରେ ଅଧକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବାଜି ରାଉତ, ମୂଖ୍ୟ ବକ୍ତା ଭାବେ ସମାଜସେବୀ ଜିତେନ୍ଦ୍ର କୁମାର ବେହେରା ଯୋଗ ଦେଇ ଥିଲେ । ଆଚାର୍ଯ୍ୟ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଧରାକୋଟ ଖଣ୍ଡ କାର୍ଯ୍ୟବାହ ଗଣେଶ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।11ଘ ସମୟରେ ବନ୍ଦେ ମାତରଂ ସାମୂହିକ ଗାନ କରାଯାଇଥିଲା।ସମସ୍ତ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସଂପୂର୍ଣ ହୋଇଥିଲା। ସେହିପରି ସରସ୍ବତୀ ଶିଶୁ ମନ୍ଦିର ମୁଣ୍ଡମରାଇ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳନ କରାଯାଇ ସାମୂହିକ ଭାବେ ବନ୍ଦେ ମାତରଂ ଗାନ କରାଯାଇଥିଲା। ସଂପାଦକ ଚିଦାନନ୍ଦ ପାତ୍ର ଏଥିରେ ଅଧକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ଉମା ଚରଣ ବିଶ୍ୱାଳ ଓ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ବଳରାମ ଡାକୁଆ ଯୋଗ ଦେଇ ଥିଲେ।।

Related posts

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କୁ ଉତ୍ସବ ରୁପେ ପାଳନ କଲେ ଛାତ୍ର ଛାତ୍ରୀ

masiha

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

masiha

ଦୁଧରି ଠାରେ ବୁଡି ଥାକୁରାଣୀ ମା ମାଉଲି ଯାତ୍ରା ଆରମ୍ଭ ହୋଇ ଯାଇଛି 

masiha

Leave a Comment

error: Content is protected !!