ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର, ୨୫/୦୯/୨୦୨୬: ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ, ୨୦୨୬ ପାଳନ ନିମନ୍ତେ ଆଜି ବାମନଘାଟୀ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଟଳ ବୟୋ ଅଭ୍ୟୁଦୟ ଯୋଜନା (AVYAY) ଅଧୀନରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି।

ବୈଠକରେ ବୟୋଜ୍ୟେଷ୍ଠ ନାଗରିକଙ୍କ କଲ୍ୟାଣ, ମର୍ଯ୍ୟାଦା, ସ୍ୱାସ୍ଥ୍ୟ, ସାମାଜିକ ସମାବେଶ ଓ ସୁରକ୍ଷା ସହିତ ସମାଜରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସମନ୍ୱୟରେ ଦିବସଟିକୁ ସଫଳତାର ସହ ପାଳନ କରିବା, ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଆବଶ୍ୟକ ସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ ଏବଂ ସେମାନଙ୍କର ଅଧିକାର ଓ କଲ୍ୟାଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ନେଇ ଆଲୋଚନା ହୋଇଥିଲା।

ବୈଠକରେ ବନ ବିଭାଗ, ପୁଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ, ରାଇରଙ୍ଗପୁର ପୌରପାଳିକା, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ସମେତ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନଙ୍କୁ ଦିବସ ପାଳନରେ ସକ୍ରିୟ ସହଯୋଗ ଓ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ କରାଯାଇଥିଲା।

ଅନୁଷ୍ଠିତ ବୈଠକରେ ରାଇରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ରାଇରଙ୍ଗପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ହସ୍ପିଟାଲ ପରିଚାଳକ ଆଲୋକ କୁମାର ଗୋଛାୟତ, ଏସିଏଫ ପ୍ରଭାକର ମଲିକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ବିଏସଏସଓ ସମ୍ବାରି ମୁର୍ମୁ, ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ ବେହେରା, କନିଷ୍ଠ ରାଜସ୍ବ ସହାୟକ ସୁରଜ ବେହେରାଙ୍କ ସମେତ ରାଇରଙ୍ଗପୁର ବରିଷ୍ଠ ନାଗରିକ ସଙ୍ଘର ସଭାପତି ଶ୍ରୀ ଦୁଷ୍ମନ୍ତ କୁମାର ବସା, ସମ୍ପାଦକ ଶ୍ରୀ ନିରୋଜ କୁମାର ପଣ୍ଡା, ସହ ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି, ସଦସ୍ୟ ପ୍ରଦୀପ୍ତ କବି, ସନ୍ତୋଷ କୁମାର ସିଂ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

masiha

ମୋଟରସାଇକେଲ ଧକ୍କାରେ ଜଣେ ମୃତ

Leave a Comment

error: Content is protected !!