ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ ମଦ ବିକ୍ରି ବନ୍ଦ ସହ ନିଶାମୁକ୍ତ ଅଞ୍ଚଳ ଦାବିରେ ଜୁନାଗଡ଼ରେ ମହିଳାଙ୍କ ବିକ୍ଷୋଭ 

ବେଆଇନ ମଦ ବିକ୍ରି ବନ୍ଦ ସହ ନିଶାମୁକ୍ତ ଅଞ୍ଚଳ ଦାବିରେ ଜୁନାଗଡ଼ରେ ମହିଳାଙ୍କ ବିକ୍ଷୋଭ 

ଜୁନାଗଡ଼ ୨୫/୯(ମନୀସ)ଜୁନାଗଡ଼ ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ବନ୍ଦ କରିବା ସହ ଜୁନାଗଡ଼କୁ ନିଶାମୁକ୍ତ ଅଞ୍ଚଳ ଭାବେ ଗଢ଼ି ତୋଳିବା ଦାବିରେ ଉତ୍କଳ ମହିଳା ସମିତି ପକ୍ଷରୁ ଜୁନାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉତ୍କଳ ମହିଳା ସମିତିର ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଯୋଗଦେଇ ନିଶା କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।ଏହି ଅବସରରେ ଜୁନାଗଡ଼ ଡାକବଙ୍ଗଳା ଛକରୁ ଏକ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଠାରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ସାମିଲ ମହିଳାମାନେ ବେଆଇନ ମଦ ବିକ୍ରି ବନ୍ଦ କରିବା, ନିଶା କାରବାର ଉପରେ ନିୟନ୍ତ୍ରଣ ଆଣିବା ଏବଂ ଅଞ୍ଚଳକୁ ନିଶାମୁକ୍ତ କରିବା ଦାବି ଉଠାଇଥିଲେ।

ପରେ ଉତ୍କଳ ମହିଳା ସମିତି ପକ୍ଷରୁ ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶା ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ବେଆଇନ ଭାବରେ ମଦ ବିକ୍ରି ଉପରେ ରୋକ ଲଗାଇବା ସହ ନିଶାଦ୍ରବ୍ୟର ପ୍ରସାର ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କମ୍ରେଡ୍ ଦାମୋଦର ବେହେରା, CPI (ଭାରତୀୟ କମ୍ୟୁନିଷ୍ଟ ପାର୍ଟି) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ, ହିମାଂଶୁ ଶେଖର ନାଏକ, AIYF (ଅଖିଳ ଭାରତ ଯୁବ ସଂଘ) କଳାହାଣ୍ଡି ଜିଲ୍ଲା ସଭାପତି, ରାଣୀମତି ଛତ୍ରିଆ (ଆବାହିକା), ମନୋରମା ମହାଳିକ, ଲଳିତା ରଣା, ଅମ୍ବିକା ବାଗ, ସରୋଜିନୀ କାଣ୍ଡ, କୁମୁଦିନୀ ପ୍ରଧାନ ଓ ମୀନା ବାଗଙ୍କ ସମେତ ବହୁ ମହିଳା ଓ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।

ବକ୍ତାମାନେ କହିଥିଲେ ଯେ, ନିଶା କାରବାର ଯୋଗୁଁ ପରିବାର ଓ ସମାଜ ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପଡ଼ୁଛି। ତେଣୁ ବେଆଇନ ମଦ ବିକ୍ରି ଉପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ କଡ଼ା ନଜର ରଖିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।

ଉତ୍କଳ ମହିଳା ସମିତି ପକ୍ଷରୁ ଉଠାଯାଇଥିବା ଏହି ଦାବି ଉପରେ ସରକାର ଓ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ଚାରବାହାଲ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ସମାବେଶ 

masiha

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!