ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ମଞ୍ଚାପଦର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଫାଟି ଆଁ କରିଛି 

ଲଗାଣ ବର୍ଷାରେ ମଞ୍ଚାପଦର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଫାଟି ଆଁ କରିଛି 

ବନ୍ଧୁଗାଁ ତା ୨୬/୯/୨୬, ବନ୍ଧୁଗାଁ ବ୍ଲକ କୁଟ୍ରାବେଡା ମଞ୍ଚାପଦର ନିକଟସ୍ତ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ୱରେ ଉପର ମଣ୍ଡରେ ତିନିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଚାଷ ଜମିଡ଼ିଓ ବହି ଆସୁଥିବା ଗୋତିପୁଟ ଗାରିଡି, ପଟରୁ ଓ ପାହାଡର ବର୍ଷା ପାଣି ମିଶି ଗାଁ ଉପର ମୁଣ୍ଡା ରେ କରୁଥିବା ଚାଷଜମି ଦେଇ ଆସିବ ସହ ମଞ୍ଚାପୋଦର ଗ୍ରାମର ରାତି ମେଲେକା, ଇସନାଥ ମେଲେକା, ଆକାମା ମେଲେକା, ଲାଚେୟା ମେଲେକା, ଭୀମ ମେଲେକା, ନର୍ସିଙ୍ଗ ମେଲେକା, ଆସନ୍ତୁ ମେଲେକା ଓ ବାସ୍ତୁ ମେଲେକାଙ୍କ ଚାଷ ଜମି ଉପର ଦେଇ ନାଳ ପାଣି ପୋଷି ଚାଷ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥିଲା ଏଥି ସହ ଗାଁ ନିକଟ ଅର ଡ଼ି ବିଭାଗ ରାସ୍ତା ଫାଟି ଆଁ କରିଛି। ଲଗାଣ ପ୍ରବଳ ବର୍ଷା ହେବାରୁ ବର୍ଷା ପାଣି କୋଲ୍ଭର୍ଟ ଦେଇ ଯାଉ ଥିଲେ ମଧ୍ୟ ରାସ୍ତା କୁ ଲାଗି ନିର୍ମାଣ ହୋଇ ଥିବା ପ୍ରଟେକ୍ସନ ୱାଲ ଗୁଡିକ ଭାଙ୍ଗି ଯାଇଛି। ଏଥି ସହିତ ରାସ୍ତାର ମାଝୀ ରୁ ବିରାଟ ଫାଟ ସୃଷ୍ଟି ହୋଇ ଦବି ଯାଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ରାସ୍ତା ଦେଇ ଦୁଇ ଚକିଆ ଗାଡ଼ି ରୁ ଭାରିଯାନ ଚଳାଚଳ ପ୍ରତି ବିପଦ ରହିଛି। ଏହି ରାସ୍ତା ଦେଇ ରାୟଗଡ଼ା ଜିଲ୍ଲା ର ନାକିଟି ପଞ୍ଚାୟତର ଉଳୁକା ତୁଣ୍ଡା, ମେଲେକା ତୁଣ୍ଡା ଓ ଗୁଲୁମିଗୁଡା ଏଵଂ ମଞ୍ଚାପଦର ପ୍ରାୟ ୬୦୦ ପରିବାର ଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଅତି ଶୀଘ୍ର ଏହି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସଙ୍ଗେ ଗାରିଡି ପଞ୍ଚାୟତ ର କଞ୍ଜାକା ଗୁରୁଷି ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଓ ପ୍ରବେଶ ପଥରେ ଏକ ବିଶାଳ ତେନ୍ତୁଳି ଗଛ ଭୁଡି ପୋଡ଼ିଯାଇଥିଲା I ଯଦ୍ୱାରାକି ଛାତ୍ରଛାତ୍ରୀଙ୍କ ପାଇଁ ଯାତାୟତର ବାଧା ସୃଷ୍ଟି ହୋଇଥିଲା I ଉକ୍ତ ଘଟଣା ସମ୍ଫର୍କରେ ବନ୍ଧୁଗାଁ ଅଗ୍ନିଶମ ବାହିନି ଖବର ପାଇ ଘଟଣା ସ୍ତଳକୁ ଅଗ୍ନିଶମ କର୍ମଚାରିମାନେ ଯନ୍ତ୍ରପାତି ବ୍ୟବହାର କରି ଗଛର ବଡ଼ ବଡ଼ ଡ଼ାଳ ଗୁଡିକୁ କାଟି ହୋତାଇଥିଲେ I ଫଳରେ ବିଦ୍ୟାଳୟକୁ ପ୍ରବେଶ ପଠ ସଫା ହେବା ସହ ଜାତାୟତ ସ୍ୱାଭାବିକ ହୋଇଥିଲା ଓ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଅଗ୍ନିଶମ ବାହିନୀର ତ୍ୱରୀତ ପଦକ୍ଷେପ ଯୋଗୁଁ ବିପଦ ପୂର୍ଣ୍ଣ ଗଛ ହଟାଇ ଥିବା ଯୋଗୁଁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦି ରତନ ମୋହିନୀଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳୀ ସଭା

masiha

୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁପଟି ନିକଟରେ ଦୁର୍ଘଟଣା

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

Sunil Chandra Nayak

Leave a Comment

error: Content is protected !!