ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ଆଙ୍ଗନ କା ଉତ୍ସବ’ ଶୁଭାରମ୍ଭ…କଳାହାଣ୍ଡି ଜିଲ୍ଲାର ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ସବମୁଖର ପରିବେଶ

‘ଆଙ୍ଗନ କା ଉତ୍ସବ’ ଶୁଭାରମ୍ଭ….

କଳାହାଣ୍ଡି ଜିଲ୍ଲାର ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ସବମୁଖର ପରିବେଶ

ଭବାନୀପାଟଣା : ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଛି। ଜିଲ୍ଲାର ୧୪ଟି ପ୍ରକଳ୍ପ ଅଧୀନରେ ଥିବା ୨୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ଆୟୋଜନ କରାଯାଉଛି।

ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରାଯାଉଛି। ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଓ ଫଳମୂଳର ପ୍ରଦର୍ଶନୀ ସହିତ ଶିଶୁମାନଙ୍କ ପାଇଁ ଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।

ଅଭିଭାବକମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରର ବିଭିନ୍ନ ସେବା, ଶିଶୁଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ବୃଦ୍ଧି ଓ ବିକାଶ ସମ୍ପର୍କରେ ସଚେତନ କରାଯାଉଛି। ଏଥିସହ ପୋଷଣ, ପୂର୍ବ-ପ୍ରାଥମିକ ଶିକ୍ଷା, ନିୟମିତ ଓଜନ ଓ ଉଚ୍ଚତା ମାପ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସରକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ମଧ୍ୟ ହିତାଧିକାରୀଙ୍କୁ ଅବଗତ କରାଯାଉଛି।

‘ଆଙ୍ଗନ କା ଉତ୍ସବ’ର ଏକ ଅଭିନବ ଆକର୍ଷଣ ଭାବେ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ ହେଉଛି। ଏଥିରେ ପୁରୁଷମାନଙ୍କୁ ସକ୍ରିୟ ଭାବେ ସାମିଲ ହୋଇ ବିଭିନ୍ନ ସ୍ଥାନୀୟ ଓ ପୁଷ୍ଟିକର ରେସିପି ପ୍ରସ୍ତୁତ କରି ପ୍ରଦର୍ଶନରେ ଭାଗ ନେଉଛନ୍ତି।ଏହା ମାଧ୍ୟମରେ ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ଭୂମିକା ଏବଂ ସହଭାଗିତାକୁ ପ୍ରୋତ୍ସାହିତ କରାଯାଉଛି। ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯ ସେପ୍ଟେମ୍ବର ରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। 

‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ ଓ ଅଭିଭାବକଙ୍କ ପାଇଁ ଅଧିକ ଆକର୍ଷଣୀୟ, ଶିଶୁ-ଅନୁକୂଳ ଓ ପୁଷ୍ଟିମୟ ପରିବେଶରେ ପରିଣତ କରିବା ସହିତ ସମୁଦାୟର ସହଭାଗିତା ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୁଜିବୁନ ନିଶାଙ୍କ ଏବଂ DC Poshan ଶ୍ରୀ ଅଜୟ ବିହାରଙ୍କ ସମନ୍ୱୟରେ ସମସ୍ତ ୧୪ଟି ପ୍ରକଳ୍ପର CDPO, Lady Supervisor, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ପରିଷଦ ବୈଠକ ରେ  କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ମୁହାଁ ମୁହିଁ 

Sunil Chandra Nayak

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଜିତ କୁମାର, ଆଇ.ଏ.ଏସଙ୍କ ଯୋଗଦାନ

Sunil Chandra Nayak

ଓଏଭି ମୁସିଗୁଡ଼ାରେ ଜିଲ୍ଲାସ୍ତରୀୟ ସ୍ପାର୍କ-୨୦୨୬ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!