ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ, ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶିକା ତଥା ଅତିରିକ୍ତ ଉପନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ, OIS-I(SB) ଦିନିକିଆ ନୂଆପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଓ କାର୍ଯ୍ୟାଳୟର କର୍ମଚାରୀମାନେ ଶ୍ରୀମତୀ ଦାଶଙ୍କୁ ସ୍ୱାଗତ କରିଥିଲେ। ଶ୍ରୀମତୀ ଦାଶ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟର, ଫାଇଲ୍ ଓ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ ବିଭାଗୀୟ କାର୍ଯ୍ୟଧାରାର ସମୀକ୍ଷା କରିଥିଲେ।

ଏହାବ୍ୟତୀତ ସେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିବା ସହ କାର୍ଯ୍ୟ ସମ୍ପାଦନରେ ରହିଥିବା ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନହିତକର ପଦକ୍ଷେପର ପ୍ରଭାବଶାଳୀ ପ୍ରଚାରପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସାମାଜିକ ଗଣମାଧ୍ୟମ ସମେତ ବିଭିନ୍ନ ପ୍ରଚାର ମାଧ୍ୟମର ସୁବିନିଯୋଗ କରି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଠିକ୍ ଓ ସମୟୋପଯୋଗୀ ସୂଚନା ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଯୋଗସୂତ୍ର ବଜାୟ ରଖି ବିଭାଗୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ପରେ ଶ୍ରୀମତୀ ଦାଶ ବରଗଡ଼ ଅଭିମୁଖେ ଯାତ୍ରା କରିଥିଲେ।

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

masiha

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

masiha

ରକ୍ଷାବନ୍ଧନ ରେ ଆମବସ ଚଳାଚଳ ଠପ୍ 

Sunil Chandra Nayak

Leave a Comment

error: Content is protected !!