ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡଖାଇ ସାହିତ୍ୟ ସଂସଦ ‘ ରାଇରଙ୍ଗପୁର ତରଫରୁ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

ଖଡଖାଇ ସାହିତ୍ୟ ସଂସଦ ‘ ରାଇରଙ୍ଗପୁର ତରଫରୁ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

ରାଇରଙ୍ଗପୁର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ‘ ଖଡଖାଇ ସାହିତ୍ୟ ସଂସଦ ‘ ରାଇରଙ୍ଗପୁର ତରଫରୁ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ରାଇରଙ୍ଗପୁର ଉଚ୍ଚ ଵାଳକ ବିଦ୍ୟାଳୟ ର ପୂଜ୍ୟପୂଜା ଗୃହ ପରିସରରେ ଆଜି ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ସେବା ନିବୃତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି, ଖଡଖାଇ ସାହିତ୍ୟ ସଂସଦ ପ୍ରତିଷ୍ଠାତା ସାମ୍ବାଦିକ ଅକ୍ଷୟ ଵିଶ୍ବାଳ, ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରମାନେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ଅତିଥିଗଣ ଉତ୍କଳ ମାତାର ଯୋଗ୍ୟ ସନ୍ତାନ ସାରସ୍ଵତ ସାଧକ ଉତ୍କଳମଣି ଗୋପବନ୍ଧୁଦାସ,ନେତାଜୀ ସୁବାସ ଵୋଷ,ଓଡ଼ିଆ ସାହିତ୍ୟର ନଵଯୁଗର ପ୍ରବର୍ତ୍ତକ କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଅତିଥି କହିଥିଲେ ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖ ଆଜିର ଦିନରେ କବିବର ରାଧାନାଥ ରାୟ ବାଲେଶ୍ଵର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଶିକ୍ଷକତା ବୃତ୍ତିରେ ଥିଲେ ମଧ୍ୟ ଓଡିଆ,ବଙ୍ଗଳାରେ ତାଙ୍କର ଦକ୍ଷତା ଗଭୀର ଥିଲା ।ଓଡ଼ିଶାରେ ଵଙ୍ଗଳା ଭାଷା ପ୍ରାଧାନ୍ୟ ଚାଲି ଆସୁଥିବାବେଳେ ବ୍ୟାସକବି ଫକିର ମୋହନ ସେନାପତି ଏବଂ ରାଧାନାଥ ରାୟ ଓଡିଆ ରଚନା ,ମଣିଷ,ପ୍ରକୃତି,ଗଛଲତା,ନଦୀ,ନାଳ,ସବୁଜିମା ଉପରେ ଲେଖି ଲୋକଙ୍କ ହୃଦୟକୁ ଜିଣିବା ସହ ପ୍ରତିହତ କରିବାରେ ଭୂମିକା ନିଭାଇଥିଲେ ।ଓଡ଼ିଆ ସାହିତ୍ଯର ଅନବଦ୍ୟ ଓ କାଳଜୟୀ ରଚନା ସୃଷ୍ଟି ପାଇଁ ସେ ଚିରସ୍ମରଣୀୟ ।

ତାଙ୍କର ଆଜୀବନ ସାରସ୍ଵତ ସାଧନ ପାଇଁ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେଵ ତାଙ୍କୁ କବିବର ଉପାଧି ପ୍ରଦାନ କରିଥିଲେ ।ଶେଷରେ ଖଡଖାଇ ସାହିତ୍ୟ ସଂସଦ ,ରାଇରଙ୍ଗପୁର ପ୍ରତିଷ୍ଠାତା ଅକ୍ଷୟ ବିଶ୍ବାଳ ଏହି ପୂଜ୍ଯପୂଜା କାର୍ଯ୍ୟରେ ସମସ୍ତେ ଯୋଗଦେଇ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Sunil Chandra Nayak

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

Sunil Chandra Nayak

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!