ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଏଭି ମୁସିଗୁଡ଼ାରେ ଜିଲ୍ଲାସ୍ତରୀୟ ସ୍ପାର୍କ-୨୦୨୬ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ

ଓଏଭି ମୁସିଗୁଡ଼ାରେ ଜିଲ୍ଲାସ୍ତରୀୟ ସ୍ପାର୍କ-୨୦୨୬ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ

ଭବାନୀପାଟଣା, ହ୨୮/୦୯/୨୦୨୬: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରୀୟ *ସ୍ପାର୍କ-୨୦୨୬ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ* ଭବାନୀପାଟଣାସ୍ଥିତ ଓଏଭି ମୁସିଗୁଡ଼ା ପରିସରରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ସାଂସ୍କୃତିକ ବିଭାଗରେ କନିଷ୍ଠ ଓ ବରିଷ୍ଠ ବର୍ଗର ଏକକ ସଙ୍ଗୀତ, ଲୋକନୃତ୍ୟ , ଶାସ୍ତ୍ରୀୟ ନୃତ୍ୟ, ଓ ଚିତ୍ରକଳା ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହିପରି ସାହିତ୍ୟିକ ବିଭାଗରେ ବକ୍ତୃତା, ରଚନା,କବିତା ଆବୃତ୍ତି,ସାଧାରଣ ଜ୍ଞାନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଉଦ୍ଘାଟନୀ ସମାରୋହରେ ସୌମ୍ୟରଞ୍ଜନ ପ୍ରଧାନ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ କଳାହାଣ୍ଡିକଳାହାଣ୍ଡି, ରାଧାକାନ୍ତ ଛତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ଶଶାଙ୍କ ଶେଖର ଚୌଧୁରୀ, ଅଧ୍ୟକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁ ଶିଗୁଡ଼ା, ଶୁଭଲକ୍ଷ୍ମୀ ନାୟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଏବଂ ଦୁଷ୍ମନ୍ତ ପାଢ଼ୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କଳାହାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଅତିଥିମାନେ ନିଜ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ, ଶିକ୍ଷା ସହିତ ସହ-ପାଠ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ ର ଗୁରୁତ୍ୱ ଉପରେ ମାର୍ଗଦର୍ଶନ ଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭାର ବିକାଶ ସହିତ ଶିକ୍ଷା ଓ ବିଭିନ୍ନ ସୃଜନଶୀଳ ଗତିବିଧିରେ ଆଗ୍ରହର ସହ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ।ସ୍ପାର୍କ-୨୦୨୬ ରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସାଂସ୍କୃତିକ ଅଧିକାରୀ କଳାହାଣ୍ଡି ବିବେକାନନ୍ଦ ମହାନନ୍ଦ ଏବଂ ଦ୍ୱାରଶୁନି ସରପଞ୍ଚ, କୈଳାଶ ଚନ୍ଦ୍ର ନାୟକ ପ୍ରମାଣପତ୍ର ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ସାଂସ୍କୃତିକ ମଞ୍ଚର ପରିଚାଳନା ଦାୟିତ୍ୱ ଶଦୀପକ କୁମାର ସାହୁ ଓ ନମ୍ରତା ନାୟକ ତୁଲାଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶଶାଙ୍କ ଶେଖର ତ୍ରିପାଠୀ ଉପାଧ୍ୟକ୍ଷ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ କବି ମାନଙ୍କ କବିତା ପାଠ

masiha

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

masiha

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ପଞ୍ଚାୟତରାଜ ମନ୍ତ୍ରୀ

masiha

Leave a Comment

error: Content is protected !!