ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିଶ୍ୱ ଜଳାନ୍ତକ ଦିବସ ରେ ସଚେତନତା କାର୍ଯ୍ୟକ୍ରମ,୨- ଧରାକୋଟ ରେ ଆଙ୍ଗନ କା ଉତ୍ସଵ ପାଳନ

ବିଶ୍ୱ ଜଳାନ୍ତକ ଦିବସ ରେ ସଚେତନତା କାର୍ଯ୍ୟକ୍ରମ 

ଆସିକା, ୨୯/୯/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ପ୍ରାଣୀ ଚିକିତ୍ସାଳୟ ତରଫରୁ ବିଶ୍ୱ ଜଳାନ୍ତକ ଦିବସ ଅବସରରେ ବ୍ଲକ ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ କୁସଗୁମା, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଧରାକୋଟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜଗମୋହନ,ବାଳିକା ଉଚ୍ଚ ବିଦ୍ୟାଳୟ ମୁଣ୍ଡମରାଇ, ପ୍ରସ୍ତାବିତ ଉଚ୍ଚ ବିଦ୍ୟାଳୟ ସରଧାପୁର ଓ ଅନନ୍ତ ନାରାୟଣ ସଂଯୁକ୍ତ ବିଦ୍ୟାପୀଠ ମୁଣ୍ଡମରାଇ ଭଳି ଛଅ ଗୋଟି ବିଦ୍ୟାଳୟରେ ଏହାର ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି କରାଯାଇଛି । ଡାକ୍ତର ମାନସ ରଞ୍ଜନ ପଲାଇ,ଡାକ୍ତର ରିଶି ନନ୍ଦ ଓ ଡାକ୍ତର ଅୟୀଶ୍ୱର୍ଯ୍ୟା ଦାସ ବିଦ୍ୟାଳୟ ଗୁଡିକରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଜଳାନ୍ତକ ଏକ ଭୂତାଣୁଜନିତ ଜୁନୋଟିକ୍ ରୋଗ,ଏହାର ଲକ୍ଷଣ, ପ୍ରତିରୋଧମୂଳକ ପଦକ୍ଷେପ, କୁକୁର କାମୁଡ଼ାରୁ ସୁରକ୍ଷା ଏବଂ କୁକୁର କାମୁଡ଼ିଲେ ତୁରନ୍ତ ଗ୍ରହଣୀୟ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା ଓ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଥିଲା । ଏଥିରେ ପ୍ରାଣୀଧନ ନିରୀକ୍ଷକ ଶ୍ରୀଧର ପାତ୍ର,ବିରସେନ ଶତପଥୀ,ଶିବରାମ ପାତ୍ର, ସଞ୍ଜୟ ପ୍ରଧାନ, ମଙ୍ଗୁଳୁ ଗୌଡ ଓ ରମେଶ ଚନ୍ଦ୍ର ସେଠୀ ସହାୟତା ପ୍ରଦାନ କରିଥିଲେ।

ଧରାକୋଟ ରେ ଆଙ୍ଗନ କା ଉତ୍ସଵ ପାଳନ

ଆସିକା, ୨୯/୯/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ 194 ଗୋଟି ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସଵ ପାଳନ ହୋଇଯାଇଛି । ନବମ ପୋଷଣ ମାହ ପାଳନ ଅବସରରେ ତିନି ଦିନ ଧରି ଏହି ଉତ୍ସବ ପାଳନ ହୋଇଯାଇଛି । ପ୍ରଥମ ଦିନରେ ଅଭିଭାବକ ମାନେ ପୋଷଣଯୁକ୍ତ ସ୍ୱାଦିଷ୍ଟ ପିଠା ତିଆରି କରିଥିବା ବେଳେ ଦ୍ୱିତୀୟ ଦିନରେ ଶିଶୁ ମାନଙ୍କ ମଧ୍ୟରେ ଗୀତ,ଖେଳ,ନାଚ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ତୃତୀୟ ଦିନରେ ମମତା ମା, ସୁଭଦ୍ରା ମା,କିଶୋରୀ ବାଳିକା, ତଦାରଖ କମିଟି, ଏ ଏମ ସି କମିଟି ମାନଙ୍କ ଦ୍ଵାରା ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ଅଙ୍ଗନୱାଡି କର୍ମୀ, ସହାୟିକା ଓ ଆଶା କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଜିର ଏହି ଉତ୍ସବରେ ଅତିଥି ଭାବରେ ୱାର୍ଡ ସଭ୍ୟ ଅଶୋକ କୁମାର ଗୌଡ, ଯାଞ୍ଚ କମିଟି ସଭ୍ୟ ବିପିନ ବିହାରୀ ଦାସ,ଶିକ୍ଷକ ବାଲ୍ମିକୀ ପାଣିଗ୍ରାହୀ, ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନା ରାଣୀ ବରାଡ, ଜୟଶ୍ରୀ ପାଣିଗ୍ରାହୀ, ସୁମିତା ପଟନାୟକ,ସୁଚିତ୍ରା ପାତ୍ର, ସୌଦାମିନୀ ଦଳବେହେରା ଓ ରଶ୍ମିତା ଗୌଡ ପ୍ରମୁଖ ମିଳିତ ଭାବରେ ଧରାକୋଟ ତିନି ନମ୍ବର କେନ୍ଦ୍ରରେ ଏହି ଆଙ୍ଗନ କା ଉତ୍ସଵ ପାଳନ କରିଥିଲେ । ଅଭିଭାବକ ନରସିଂହ ବେହେରା, ସୁଶାନ୍ତ କୁମାର ସ୍ୱାଇଁ,ନନ୍ଦ ମାହାପାତ୍ର, ତ୍ରିଲୋଚନ ସ୍ୱାଇଁ, ରିକାନ୍ତ ଗୌଡ,ବାବୁଲା ବେହେରା ଙ୍କୁ ପୋଷଣ ଯୁକ୍ତ ପୀଠ ପ୍ରସ୍ତୁତି ପାଇଁ ପ୍ରମାଣ ପତ୍ର ସହ ଫଳ ଝୁଡ଼ି ପ୍ରଦାନ କରାଯାଇଥିଲା । ସି ଡି ପି ଓ ସୁନୀଲ ପ୍ରଭା ରଥ ଓ ସୁପରଭାଇଯର ମଳୟ ମଞ୍ଜରୀ ମୁନି ଏହି ଉତ୍ସବ କୁ ପରିଦର୍ଶନ କରିଥିଲେ।

Related posts

ଶ୍ରମିକଙ୍କ ୧୮ ଦଫା ଦାବିକୁ ନେଇ କୁଟୁଗାଁ ଶ୍ରୀ ଗଣେଶ ସ୍ପଞ୍ଜ କାରଖାନାରେ ଅସନ୍ତୋଷ

Sunil Chandra Nayak

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

masiha

Leave a Comment

error: Content is protected !!